ନୂଆଦିଲ୍ଲୀ: ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ଏବେ ସୁନାମୀର ଆତଙ୍କ । ଭୟଙ୍କର ଭୂକମ୍ପରେ ରୁଷ ଥରହର ହେବା ପରେ ଏବେ ସୁନାମୀ ମାଡ଼ି ଆସିବା ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ସମୁଦ୍ରରୁ ବିରାଟ ବିରାଟ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବାରୁ ଭୟଙ୍କର ସୁନାମୀର ଆଶଙ୍କା କରାଯାଉଛି । ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ତେବେ ଜୁଆର ମାଡ଼ରେ ସମୁଦ୍ର କୂଳରେ ଥିବା ବିରାଟ ବିଲ୍ଡି ସବୁ ଭାସି ଯାଉଥିବା ଦେଖିବାକୁ ମିଳିଛି ।

