Shku

ମହାକାଶରୁ ବାହୁଡ଼ିଲେ ଶୁଭାଂଶୁ ଶୁକ୍କାଙ୍କ ସମେତ ୪ ମହାକାଶଚାରୀ

ଦେଶ - ବିଦେଶ

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ପାଇଁ ଆସିଯାଇଛି ସେହି ଐତିହାସିକ ମୁହୂର୍ତ୍ତ। ମହାକାଶରୁ ସୁରକ୍ଷିତ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା। ଅକ୍ସିଅମ୍‌-୪ ମିଶନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି। ଭାରତୀୟ ସମୟାନୁସାରେ, ମଙ୍ଗଳବାର ଦିନ ପ୍ରାୟ ୩ଟା ୧ରେ କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ତାଙ୍କ ଯାନ ସଫଳତାର ସହ ଅବତରଣ କରିଛି।

ଭାରତର ପୁଅ ଶୁଭାଂଶୁ ଶୁକ୍ଳା ୨୦ ଦିନ ମହାକାଶରେ ଏବଂ ୧୮ ଦିନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ବିତାଇବା ପରେ ଆଜି ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ କ୍ରୁ ସଦସ୍ୟମାନଙ୍କୁ ନେଇ ଡ୍ରାଗନ୍ ସ୍ପେସ୍‌କ୍ରାଫ୍ଟର କ୍ୟାପସୁଲ୍ କାଲିଫର୍ନିଆ ସମୁଦ୍ରରେ ଅବତରଣ କରିଛି। ସୋମବାର ସନ୍ଧ୍ୟା ପ୍ରାୟ ୪.୪୫ ସମୟରେ ଶୁଭାଂଶୁ ଶୁକ୍ଳାଙ୍କ ସ୍ପେସ୍‌କ୍ରାଫ୍ଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଅନଡକ୍ ହୋଇଥିଲା।

Shrutilipi ad