Dalailama

ଦଲାଇ ଲାମାଙ୍କୁ ମିଳିବ ଭାରତ ରତ୍ନ ! ପ୍ରସ୍ତାବରେ ସ୍ବାକ୍ଷର କଲେ ୮୦ ସାଂସଦ

ଦେଶ - ବିଦେଶ

ନୂଆଦିଲ୍ଲୀ: ତିବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ଚର୍ଚ୍ଚାର କାରଣ ହେଉଛି ତାଙ୍କର ୯୦ ତମ ଜନ୍ମଦିନ ପାଳନ ଓ ଏହି ଅବସରରେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଉତ୍ତରାଧିକାରୀ ବଛା ହେବା ନେଇ ଦଲାଇଲାମାଙ୍କ ଘୋଷଣା ପରେ ଚୀନ୍‌ ଭୀଷଣ କ୍ଷୁବଧ ହୋଇଛି। କେବଳ ଏତିକି ନୁହେଁ, ଭାରତକୁ ମଧ୍ୟ ଚେତାବନୀ ଶୁଣାଇଛି।
ଏବେ ଭାରତର ଆଉ ଏକ ପଦକ୍ଷେପ ଚୀନକୁ ଆହୁରି ଚିଡ଼େଇବାର ସମ୍ଭାବନା ରହିଛି। ତାହା ହେଉଛି ଦଲାଇ ଲାମାଙ୍କୁ ଭାରତ ରତ୍ନ ଦିଆଯିବାକୁ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଛି। ବିଭିନ୍ନ ଦଳର ସାଂସଦମାନେ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଏ ନେଇ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯାଇଛି। ପ୍ରସ୍ତାବରେ ୮୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି। ପତ୍ରକୁ ତିବ୍ବତ ପାଇଁ ସର୍ବଦଳୀୟ ସଂସଦୀୟ ଫୋରମ୍‌ ପକ୍ଷରୁ ପଠାଯାଇଛି। ଏହି ଫୋରମ୍‌ରେ ବିଜେପି, ବିଜେଡି, ଜେଡିୟୁ ଆଦି ଦଳର ସାଂସଦମାନେ ସଦସ୍ୟ ଅଛନ୍ତି। ଏହା ସହିତ ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ଦଲାଇଲାମାଙ୍କୁ ନିମନ୍ତ୍ରଣ କରିବାକୁ ଫୋରମ୍‌ ପ୍ରସ୍ତାବ ଦେଇଛି।
ଭାରତ ରତ୍ନ ହେଉଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏହା ଭାରତୀୟ ନାଗରିକମାନଙ୍କୁ ହିଁ ଦିଆଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ ୩ ଜଣ ବିଦେଶୀଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ସେମାନେ ହେଲେ ଖାଁ ଅବ୍ଦୁଲ ଗଫୁର ଖାଁ, ନେଲସନ୍‌ ମାଣ୍ଡେଲା ଓ ମଦର ଟେରେସା ।

Shrutilipi ad