Akhilesh 150x150

ଦଳରୁ ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି

ଦେଶ - ବିଦେଶ

ନୂଆଦିଲ୍ଲୀ,୨୩ା୬: ସମାଜବାଦୀ ପାର୍ଟିର ୩ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହି ବିଧାୟକମାନେ ହେଲେ ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ। ଏହି ୩ ଜଣଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।

ସମାଜବାଦୀ ପାର୍ଟି ତା’ର ବିବୃତ୍ତିରେ କହିଛି, ନେତାମାନଙ୍କୁ ମହିଳା ବିରୋଧୀ, ଚାଷୀ ବିରୋଧୀ, ଯୁବ ବିରୋଧୀ, ବ୍ୟବସାୟ ବିରୋଧୀ, ପଛୁଆ ବିରୋଧୀ, ଦଳିତ ବିରୋଧୀ ଏବଂ ସୀମାନ୍ତ ବର୍ଗର ଅଧିକାର ବିରୋଧରେ ରାଜନୈତିକ ଉପାଦାନ ଏବଂ ଚିନ୍ତାଧାରାକୁ ସକ୍ରିୟ ଭାବରେ ସମର୍ଥନ ଏବଂ ସାହାଯ୍ୟ କରିବା ପାଇଁ ଦାୟୀ କରିଛି।

ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ପୂର୍ବରୁ ତିନି ନେତାଙ୍କୁ ନିଜକୁ ସୁଧାରିବା ପାଇଁ ସମୟ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସେହି ସମୟ ଶେଷ ହୋଇଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ଜନ କଲ୍ୟାଣ କିମ୍ବା ଏହାର ମୂଳ ଆଦର୍ଶଗତ ଢାଞ୍ଚା ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ।

Shrutilipi ad