Vir

କୋହଲିଙ୍କ ନାମରେ ମାମଲା ରୁଜୁକୁ ନେଇ ପୁଲିସ ର ପ୍ରତିକ୍ରିୟା

ଦେଶ - ବିଦେଶ

ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଐତିହାସିକ ବିଜୟର ଦିନକ ପରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ଜଣ ଖେଳପ୍ରେମୀଙ୍କ ଜୀବନ ଚାଲିଯାଇଥିବା ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଏହି ଘଟଣାରେ ଆରସିବି ଫ୍ରାଞ୍ଚାଇଜ୍ ମୃତ୍ୟୁବରଣ କରିଥିବା ସମସ୍ତ ୧୧ ଜଣଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛି। ଏଥିସହିତ ଏହି ଦଳାଚକଡ଼ା ଘଟଣାରେ ଆରସିବି ବିରୋଧରେ ମାମଲା ରୁଜୁ ହୋଇଛି।

ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ଘଟଣାକୁ ନେଇ ସାମାଜିକ କର୍ମଚାରୀ ଏଚଏମ୍ ଭେଙ୍କଟେଶ କବ୍ବନ ପାର୍କ ପୁଲିସ ଷ୍ଟେସନରେ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାୟର କରିବାକୁ ଚେଷ୍ଟା କରିଥିଲେ।

ସାମାଜିକ କର୍ମଚାରୀଙ୍କ ଏଭଳି ଅଭିଯୋଗକୁ ନେଇ ପୁଲିସ କହିଛି,‘ ଏଚ୍.ଏମ୍. ଭେଙ୍କଟେଶଙ୍କ ଅଭିଯୋଗର ସମୀକ୍ଷା କରାଯିବ, କିନ୍ତୁ ବିରାଟ କୋହଲିଙ୍କ ବିରୋଧରେ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ। ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଘଟଣା ପରେ ସୋସିଆଲ ମିଡିଆରେ ‘କୋହଲିଙ୍କୁ ଗିରଫ କରାଯାଉ’ ଉଲ୍ଲେଖ ଥିବାେ ନେଇ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି।

ବେଙ୍ଗାଲୁରୁ ଦଳାଚକଡା ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଜଣେ ବରିଷ୍ଠ ଅଧିକାରୀ ନିଖିଲ ସୋସାଲେଙ୍କ ସମେତ ତିନିଜଣ ଇଭେଣ୍ଟ ମ୍ୟାନେଜମେଣ୍ଟ  ଜଡିତ ଥିବା ଜଣାରପଡ଼ିଛି।

Shrutilipi ad