Mila magee 750x430

ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରୁ ଓହରିଲେ ମିସ୍‌ ଇଂଲଣ୍ଡ

ଦେଶ - ବିଦେଶ

ହାଇଦରାବାଦ: ସଂପ୍ରତି ତେଲଙ୍ଗାନା ରାଜଧାନୀ ହାଇଦରାବାଦରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେଉଛି। ମେ’ ୧୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୦୮ ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରୁଛନ୍ତି। ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡ ପ୍ରତିଯୋଗୀ ତଥା ମିସ୍‌ ଇଂଲଣ୍ଡ ମିଲା ମାଗି ଓହରି ଯାଇଥିବା ଜଣାପଡିଛି। ପ୍ରତିଯୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନିୟମାବଳୀରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ମିଲା କହିଛନ୍ତି ଯେ ଏଥିରେ ଭାଗ ନେଇ ସେ ନିଜକୁ ଜଣେ ଦେହଜୀବୀ ବୋଲି ଭାବୁଛନ୍ତି।

Shrutilipi ad