Supremecourt 300x185

ଭାରତ ଧର୍ମଶାଳା ନୁହେଁ, ସମସ୍ତଙ୍କୁ ଏଠାରେ ଆଶ୍ରୟ କାହିଁକି ଦିଆଯିବ : ସୁପ୍ରିମକୋର୍ଟ

ଦେଶ - ବିଦେଶ

ନୂଆଦିଲ୍ଲୀ : ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ। ଭାରତ ସବୁ ଲୋକଙ୍କୁ କାହିଁକି ଆଶ୍ରୟ ଦେବ… ?
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତ ନିଜର ବିଶାଳ ଜନସଂଖ୍ୟାକୁ ନେଇ ପୂର୍ବରୁ ହିଁ ସମସ୍ୟାର ଅଛି। ବିଶ୍ବର ସବୁ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ। ଜଣେ ଶରଣାର୍ଥୀଙ୍କ ପାଇଁ ଆଶ୍ରୟ ଦାବି କରୁଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
ଶ୍ରୀଲଙ୍କାରୁ ତାମିଲ ଶରଣାର୍ଥୀଙ୍କ ଅଟକ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଜଷ୍ଟିସ୍ ଦୀପଙ୍କର ଦତ୍ତା ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି। ଶ୍ରୀଲଙ୍କା ଆବେଦନକାରୀଙ୍କ ପକ୍ଷରୁ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ସେ ଜଣେ ଶ୍ରୀଲଙ୍କାର ତାମିଲ ଯିଏ ଏଠାକୁ ଭିସାରେ ଆସିଥିଲେ। ତାଙ୍କ ଜୀବନ ତାଙ୍କ ନିଜ ଦେଶରେ ବିପଦରେ ଅଛି। ଆବେଦନକାରୀ ପ୍ରାୟ ତିନି ବର୍ଷ ଧରି କୌଣସି ଇମିଗ୍ରେସନ ପ୍ରକ୍ରିୟା ବିନା ଭାରତରେ ରହିଛନ୍ତି।

Shrutilipi ad