Pak army 750x430

ଆମେ ଜବାବ ଦେବୁ, କିନ୍ତୁ ସମୟ, ସ୍ଥାନ ଓ ଉପାୟ ଆମର ହେବ: ପାକ୍ ସେନା ମୁଖପାତ୍ର

ଦେଶ - ବିଦେଶ

ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଟାର୍ଗେଟ ଆକ୍ରମଣ କରି ପହଲଗାଓଁ ଆତଙ୍କୀ ହମ୍ଲାର ପ୍ରତିଶୋଧ ନେଇଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଏକାଧିକ ଠିକଣା ଓ ମୁଖ୍ୟାଳୟ ଧ୍ବଂସ ହୋଇଯାଇଛି। ଭାରତୀୟ ସେନାର ସୂଚନା ମୁତାବକ, ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।
ଅପରପକ୍ଷେ ପାକିସ୍ତାନ ମଧ୍ୟ ସ୍ବୀକାର କରିଛି ଯେ, ଏହି ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟିଛି, କିନ୍ତୁ ସେ ସେମାନଙ୍କୁ ସାଧାରଣ ନାଗରିକ ବୋଲି ପ୍ରଚାର କରୁଛି। ଇତି ମଧ୍ୟରେ ପାକିସ୍ତାନ ସେନା ମୁଖପାତ୍ରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଧମକ ଦେଇ କହିଛନ୍ତି ଯେ, ଆମେ ସଠିକ୍ ସମୟରେ ଭାରତକୁ ଜବାବ ଦେବୁ। ସେ କହିଛନ୍ତି, ଆମେ ଭାରତକୁ ଜବାବ ଦେବୁ, କିନ୍ତୁ ସମୟ, ସ୍ଥାନ ଓ ଉପାୟ ଆମର ହେବ।
କେବଳ ଏତିକି ନୁହେଁ, ପାକ୍ ସେନା ଏହା ମଧ୍ୟ ପ୍ରଚାର କରୁଛି ଯେ, ଭାରତର ଆକ୍ରମଣରେ ଅନେକ ମସଜିଦ୍ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଭାରତର ଆକ୍ରମଣରେ ସାଧାରଣ ନାଗରିକ ପ୍ରାଣ ହରାଇଥିବା ମିଛ ପ୍ରଚାର କରୁଛି ପାକିସ୍ତାନ।

Shrutilipi ad