Screenshot 2026 03 17

କାବୁଲ ଉପରେ ପାକିସ୍ତାନର ବୋମାମାଡ଼, ୪୦୦ ମୃତ

ଦେଶ - ବିଦେଶ

ନୂଆଦିଲ୍ଲୀ:  ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ବୋମାମାଡ଼ । ଆକ୍ରମଣରେ ୪୦୦ ମୃତ, ଶତାଧିକ ଆହତ ହୋଇଛନ୍ତି । କାବୁଲ ଆକାଶରେ କଳା ଧୂଆଁର ଆସ୍ତରଣ , ଚାରିଆଡ଼େ ନିଆଁ । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲର ମଧ୍ୟଭାଗରେ ପ୍ରବଳ ବୋମାମାଡ଼ କରିଛି । ଏହି ଆକ୍ରମଣ ପରେ ସାରା ସହରରେ ନିଆଁ ଲାଗିଯାଇଛି ଏବଂ ଆକାଶରେ କେବଳ କଳା ଧୂଆଁ ଦେଖିବାକୁ ମିଳୁଛି ।  ଆଫଗାନିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରାଥମିକ ସୂଚନା ଅନୁଯାୟୀ, ଏହି ବିମାନ ଆକ୍ରମଣରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୪୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପାକିସ୍ତାନ ସେନା କାବୁଲର ୯ ନମ୍ବର ପୋଲିସ୍ ଜିଲ୍ଲାରେ ଥିବା ଏକ ନିଶାମୁକ୍ତି କେନ୍ଦ୍ର ଉପରେ ମଧ୍ୟ ବୋମା ପକାଇଛି ।  ଏଠାରେ ଚିକିତ୍ସିତ ହେଉଥିବା ଅନେକ ଲୋକ ଏହି ଆକ୍ରମଣର ଶିକାର ହୋଇଛନ୍ତି । ହଠାତ୍ ଆକ୍ରମଣ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଆହତଙ୍କ ଭିଡ଼ ଜମିଛି।  ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହି ଆକ୍ରମଣ ବିଶ୍ୱ ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି ।

Shrutilipi ad