IMG 20260130 WA0197

ଜାତୀୟ ସର୍ବ କନିଷ୍ଠ ଖୋ ଖୋ ପ୍ରତିଯୋଗିତା: ଓଡିଶା ଟିମରେ ଦୁଇ ଭାଇ ଲବ ଓ କୁଶ 

ଖେଳ ରାଜ୍ୟ
ବାରିପଦା : କୁରୁକ୍ଷେତ୍ର, ହରିୟାଣା ଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ ତମ ସର୍ବ କନିଷ୍ଠ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଦଳରେ ସ୍ଥାନ ପାଇ ନିଜ ବିଦ୍ୟାଳୟ, ଅଂଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଜଗତସିଂହପୁର ଠାରେ ଅନୁଷ୍ଠିତ ୧୭ ତମ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳର ପ୍ରଦର୍ଶନ କରି ଦୁହେଁ ଓଡିଶା ଦଳରେ ସ୍ଥାନ ପାଇଛନ୍ତି I କୁଳିଅଣା ବ୍ଲକ ଅନ୍ତର୍ଗତ ଚାଲୁଣିଆ ଗ୍ରାମ ନିବାସୀ ରାମଚନ୍ଦ୍ର ମୁର୍ମୁ ଓ ରାଇମଣୀ ମୁର୍ମୁ ଙ୍କ ଦୁଇ ପୁତ୍ର ଲବ ଓ କୁଶ  ମୁର୍ଗାବାଡି ସ୍ଥିତ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପଢୁଛନ୍ତି I ଖବର ପାଇ ପରିବାର, ଗ୍ରାମବାସୀ ଓ ବିଦ୍ୟାଳୟ କତୃପକ୍ଷ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ସଫଳତା କାମନା କରିଛନ୍ତି I
Shrutilipi ad