କୋଇଲା ଖଣିରେ ବିସ୍ଫୋରଣ, ୩୨ ଶ୍ରମିକ ମୃତ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣି ଭିତରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ଆହୁରି ୧୦ ଜଣ ଶ୍ରମିକ ଭୂମି ତଳେ ଫସି ରହିଥିବା ଜଣାପଡ଼ିଛି । ଅଧିକାରୀମାନଙ୍କ କହିବା ଅନୁସାରେ, ସେମାନେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ଫସି ରହିଛନ୍ତି ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି । ସରକାରୀ ଖଣି ନିରୀକ୍ଷକ ଗନି ବାଲୋଚ […]

Read More Text.

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅବଧି

ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଏହି ଯୋଜନା ପାଇଁ ମୋଟ ୩.୧୫ ଲକ୍ଷ କୋଟି ଖର୍ଚ୍ଚକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ସହିତ ଲକ୍ଷ ଲକ୍ଷ ଯୋଗ୍ୟ ଚାଷୀ ଆଗାମୀ ବର୍ଷଗୁଡ଼ିକରେ ପ୍ରତିବର୍ଷ […]

Read More Text.

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା ।  ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ।  ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା ।  ହୀରାକୁଦର ଆଉ ୮ଟି ଗେଟ ଖୋଲିଲା ।  ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଥିଲେ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀ ରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି […]

Read More Text.

ଟ୍ରେନ ପାଇଲଟିଂରେ ଯିବେ ମହାମହିମ ଦ୍ରୌପଦୀ ମୁର୍ମୁ, ଏସକର୍ଟରେ ରହିବ ୩ ଟି ଟ୍ରେନ

ଭୁବନେଶ୍ଵର : ଟ୍ରେନ ପାଇଲଟିଂରେ ଯିବେ ରାଷ୍ଟ୍ରପତି ।  ଏସକର୍ଟରେ ରହିବ ତିନୋଟି ଟ୍ରେନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵରରୁ ବ୍ରହ୍ମପୁର ଟ୍ରେନରେ ଯିବେ।  ଆସନ୍ତା ୩ରୁ ୫ତାରିଖ ଯାଏ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପୋଲିସ ସେବା ଭବନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ , ଆରପିଏଫ ଆଇଜି ଆଲୋକ ବୋରା ,କେନ୍ଦ୍ରାଞ୍ଚଳ ଡିଆଇଜି […]

Read More Text.

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ନକ୍ସଲମୁକ୍ତ ଓଡ଼ିଶା, ଶିଳ୍ପାୟନ ଓ ବିକାଶ ଉପରେ ଆଲୋଚନା ।  ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ନକ୍ସଲମୁକ୍ତ ଓଡ଼ିଶା, ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ଦ୍ରୁତ ଶିଳ୍ପାୟନ ଉପରେ ହେଲା ବିସ୍ତୃତ ଆଲୋଚନା । ଶିଳ୍ପ ସୁରକ୍ଷା, ସମବାୟ କ୍ଷେତ୍ର ଏବଂ ଚିନି କଳ ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ସହଯୋଗ […]

Read More Text.

ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

କଟକ: ବୃଦ୍ଧି ହେଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ । ରାଜ୍ୟରେ ବନ୍ୟା ସ୍ଥିତିକୁ ନଜରରେ ରଖି ଏହି ତାରିଖରେ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିଲା, ହେଲେ ଏବେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ । ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି […]

Read More Text.

ନେଚର ଲଭର୍ସ କ୍ଲବ, କଟକ ତରଫରୁ ବନମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

କଟକ : ନେଚର ଲଭର୍ସ କ୍ଲବ, କଟକ ପକ୍ଷରୁ କଟକ ମହାନଗର ନିଗମ (KMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବନ ଖଣ୍ଡ ସହଯୋଗରେ ୩୧ ଜୁଲାଇ ୨୦୨୬ ତାରିଖରେ ସ୍ମାର୍ଟ ପାର୍କ, ସେକ୍ଟର–୧୧, କଟକଠାରେ ବନମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଚଳିତ ମାସରେ କ୍ଲବ ପକ୍ଷରୁ ଆୟୋଜିତ ଏହା ଥିଲା ତୃତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଯାହା ପରିବେଶ ସୁରକ୍ଷା ଓ ସବୁଜ କଟକ ଗଠନ ପ୍ରତି […]

Read More Text.

ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଅଭିଭାବକ ମହାସଂଘର ଅନଶନ

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି ହେଉଛି, ମୁଖ୍ୟମନ୍ତ୍ରୀ ପୂର୍ବରୁ କ୍ଲାସ-୧ରୁ ୮ ପର୍ଯ୍ୟନ୍ତ ଭୁଲ ଥିବା ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ପୁସ୍ତକ ପ୍ରତ୍ୟାହାର କରାଯାଇନଥିବାରୁ ଛାତ୍ରଛାତ୍ରୀମାନେ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉନ୍ନତ ଭାରତ ଅଭିଯାନର ସଚେତନତା କାର୍ଯ୍ୟକ୍ରମ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ପକ୍ଷରୁ, ଉନ୍ନତ ଭାରତ ଅଭିଯାନର ଅଂଶଗ୍ରହଣକାରୀ ଅନୁଷ୍ଠାନ ଭାବେ ପି.ଏମ୍.–ଉଷା ପ୍ରାୟୋଜିତ “ଧାରଣକ୍ଷମ ଗ୍ରାମ ବିକାଶର ପଥ” ଶୀର୍ଷକ ସଚେତନତା ଓ ସମ୍ବେଦୀକରଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ୧୦୦୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷା ନୀତି–୨୦୨୦ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ସମାଜ […]

Read More Text.

ପବିତ୍ର “ଗୁରୁ ପୂର୍ଣ୍ଣିମା” ଅବସରରେ ସାଇ ବାବାଙ୍କ ପାଲିଙ୍କି ଯାତ୍ରା 

ବାରିପଦା : ସ୍ଥାନୀୟ ବାଘଡାରୋଦ ସ୍ଥିତ ଶିରିଡି ସାଇ ପରିବାର ତରଫରୁ ପବିତ୍ର “ଗୁରୁ ପୂର୍ଣ୍ଣିମା” ଅବସରରେ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସକାଳେ ସାଇ ବାବାଙ୍କ ଆରତୀ ପୂଜା ଅର୍ଚ୍ଚନା ପରେ ବାବାଙ୍କ ୧୦୮ ନାମ ଜପ ସହିତ “ଶ୍ରୀଗୁରୁ ଭାଗବତ ସମୂହ ଗାନ କରାଯାଇଥିଲା I ସନ୍ଧ୍ୟାରେ ଶହ ଶହ ଭକ୍ତଙ୍କ ଗହଣରେ ବାବାଙ୍କ ପାଲିଙ୍କି ଯାତ୍ରା ବାହାରି ବାଘଡାରୋଦ ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ, କଚେରୀ ବଜାର, ଏମ କେ ସି […]

Read More Text.