Ocjjogc2iqplemzi2qvx

ପାକିସ୍ତାନକୁ କୁହ ଆତଙ୍କବାଦ ବନ୍ଦ କରୁ : ତୁର୍କୀକୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀକୁ ଏକ କଡ଼ା ବାର୍ତ୍ତା ଦେଇଛି । ତୁର୍କୀକୁ ଭାରତ କହିଛି ଯେ ପାକିସ୍ତାନକୁ କୁହ ସେ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରୁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର କହିଛନ୍ତି ଯେ ଭାରତ ଆଶା କରୁଛି ଯେ ତୁର୍କୀ ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ଏବଂ ଆତଙ୍କବାଦୀ ଯନ୍ତ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଭାବରେ ଅନୁରୋଧ କରିବ। […]

Read More Text.
Covid 19 variants

ଭୁବନେଶ୍ୱରରେ କରୋନା: ସାବଧାନ, ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇପାରେ ସଂକ୍ରମଣ !

ଭୁବନେଶ୍ୱର, ୨୨।୫: ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ନିକଟରେ ଏକ ସାମ୍ପ୍ରତିକ ଅନୁସନ୍ଧାନରେ ଜଣାପଡିଛି ଯେ, A, B ଏବଂ Rh+ ରକ୍ତ ଗ୍ରୁପ ଥିବା ବ୍ୟକ୍ତିମାନେ କୋଭିଡ-୧୯ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ। ଯେତେବେଳେ O, AB ଏବଂ Rh- ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ ସଂକ୍ରମଣ ହେବାର ଆଶଙ୍କା କମ ଥାଏ। […]

Read More Text.
Kailash mansarovar yatra

ଏବର୍ଷ ୭୫୦ ଜଣ ଯିବେ କୈଳାଶ ମାନସରୋବର

ନୂଆଦିଲ୍ଲୀ: ବେଶ କିଛିବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଏଥର ଭାରତରୁ ୭୫୦ ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଇଛି । ୨୦୨୦ରେ କୋଭିଡ ମହାମାରୀ ଏବଂ ସେବର୍ଷ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାଶ ମାନସରୋବର ଯାତ୍ରା ବନ୍ଦ ଥିଲା । ଏବର୍ଷ ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ପୁଣି […]

Read More Text.

ସୀମା ଟପିଛି ଇଡ଼ି : ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ତଦନ୍ତ ଓ ଚଢ଼ାଉ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି। ପ୍ରଧାନ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି ଏ.ଜି. ମାସିହଙ୍କ ଖଣ୍ଡପୀଠ ଇଡିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏହି ସଂସ୍ଥା “ସମସ୍ତ ସୀମା ଲଙ୍ଘନ କରୁଛି” ଏବଂ ଦେଶର ସମ୍ବିଧାନରେ ଥିବା ଫେଡେରାଲ ଗଠନକୁ […]

Read More Text.
Vote

ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ। ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ । ଆସନ୍ତା ଜୁନ୍ ୨୩ ତାରିଖରେ ହୋଇଥାଆନ୍ତା ପଞ୍ଚାୟତ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲାର ୨୭୨ ୱାର୍ଡ ସଭ୍ୟ ପାଇଁ […]

Read More Text.
947900 satyapal 150x150

ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଜମ୍ମୁ-କଶ୍ମୀର,(୨୨।୫): କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ କରିଛି। ଏପରିକି ସିବିଆଇ ସତ୍ୟପାଲଙ୍କ ୨ ବ୍ୟକ୍ତିଗତ ସଚିବ ଏବଂ ଅନ୍ୟ ୪ ଜଣଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି। କିରୁ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ୨,୨୦୦ କୋଟି ଟଙ୍କାର ସିଭିଲ କାର୍ଯ୍ୟ ଚୁକ୍ତିନାମାରେ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ଏବଂ […]

Read More Text.
Photo for the news of agarpara barapada road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ କଂକ୍ରିଟ ରାସ୍ତା ଫାଟି ଦୁଇ ଫାଳ

ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇଥିବା ବେଳେ ଏହାର ନିର୍ମଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଗତ ମାର୍ଚ୍ଚ ମାସରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟକ୍ଷମକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଉକ୍ତ ପ୍ରସଙ୍ଗକୁ ଇତି ମଧ୍ୟରେ ୨ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଉକ୍ତ ରାସ୍ତା ଦିନକୁ ଦିନ ବିଗିଡ଼ିବା ସହ […]

Read More Text.
Salman 750x430

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଦୁଇ ଦିନରେ ଘରେ ପଶିଲେଣି ୨ ଅଜଣା ବ୍ୟକ୍ତି

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ପରଦିନ ଅର୍ଥାତ୍ ମେ’ ୨୧ ତାରିଖ ରାତିରେ ଜଣେ ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ […]

Read More Text.
Photo for the news of gosampada

ଲୋପପାଇବାକୁ ବସିଲାଣି ଚାରଣ ଭୂମି, ରାସ୍ତାରେ ବୁଲୁଛନ୍ତି ଗୋ ସମ୍ପଦ

ଆଗରପଡ଼ା :ବନ୍ତ ବ୍ଳକ ଅଂଚଳରେ ଦିନକୁ ଦିନ ଚାରଣ ଭୂମି ଲୋପ ପାଇବାରେ ଲାଗିିଛି । ଗୋ ସମ୍ପଦ ଚାରଣ ଭୂମି ଅଭାବରୁ ରାସ୍ତାରେ ବୁଲୁଛନ୍ତି । ଫଳରେ ବହୁ ସମୟରେ ଏଥିଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ବନ୍ତ ତହସିଲ ଅଧିନରେ ୨୦୮ଟି ରାଜସ୍ୱ ଗ୍ରାମରେ ଶହଶହ ଏକର ପରିମିତ ଚାରଣ ଭୂମି ଥିବା ବେଳେ ବହୁ ଏକର ପରିମିତ ଗୋଚର ପଡ଼ିଆ ଜବରଦଖଲରେ ରହିଛି । ଚାରଣ ଭୂମିର ଅଭାବରୁ ପ୍ରାଣୀମାନଙ୍କର ସଂଖ୍ୟା […]

Read More Text.
Zzzzzzzz

ପହଲଗାଓଁ ଆକ୍ରମଣକୁ ପୁରିଲା ମାସେ, କୁଆଡେ ଗଲେ ୩ଆତଙ୍କୀ

ନୂଆଦିଲ୍ଲୀ :  ଦିନ ଥିଲା ଏପ୍ରିଲ ୨୨ । ପହଲଗାଓଁର ଶାନ୍ତ ପରିବେଶରେ ପ୍ରିୟଜନଙ୍କ ସହିତ ବୁଲିବାର ମଜା ଉଠାଉଥିଲେ ପର୍ଯ୍ୟଟକ । ହେଲେ ହଠାତ ଆତଙ୍କୀଙ୍କ ଗୁଳିରେ ରକ୍ତରେ ଲାଲ୍‍ ହୋଇଯାଇଥିଲା ସେଠାକାର ମାଟି ମା । ଭାରତର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ସବୁଜ ପରିବେଶ କିଛି ସମୟରେ ହିଁ ରକ୍ତ ରଞ୍ଜିତ ହୋଇଯାଇଥିଲା । କେହି କିଛି ବୁଝିବା ଆଗରୁ ପର୍ଯ୍ୟଯକଙ୍କୁ ଧର୍ମ ପଚାରି ଅଚାନକ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ଫଳରେ ୨୮ଜଣ […]

Read More Text.