Nikita 2

ବିସ୍ଫୋରକ ଭ୍ୟାନ ଜବତ୍ ମାମଲାରେ ତଦନ୍ତ, ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା

ରାଉରକେଲା:  ରାଉରକେଲାର ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ଜବତ୍ ଦୁଇଟି ଏକ୍ସପ୍ଲୋସିଭ ଭ୍ୟାନ ସମ୍ପର୍କରେ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ୍ ।  ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ ଜାଲ ଡକ୍ୟୁମେଣ୍ଟରେ ଏକ୍ସପ୍ଲୋସିଭ ଚାଲାଣ କରୁଥିବା ଜଣାପଡିଛି ।  ଏନେଇ ଡ୍ରାଇଭର ଏବଂ ମାଲିକ ଶ୍ରବଣ ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଆଇଟି ଅଧକ୍ଷ ହରେକୃଷ୍ଣ ମାଝି । […]

Read More Text.
Inj

ଆଜି ଆସିବ ପୋଷ୍ଟମୋର୍ଟମ ରିପୋର୍ଟ, ୬ ରୋଗୀଙ୍କ ମୃତ୍ୟୁ ପରେ ଫୋକସରେ ନୋରେପିନେଫ୍ରିନ୍ ଇଞ୍ଜେକ୍ସନ୍

ଜୟପୁର: କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ହସପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାରେ ତନାଘନା । ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି । ସେହିପରି SCBର ଆଉ ଦୁଇ ଜଣ ମେଡିକାଲ ଯିବେ। ତଦନ୍ତ ପରେ ଆଜି ଆସିବ DMETଙ୍କ ଯାଞ୍ଚ ଓ ପୋଷ୍ଟମୋର୍ଟମ ରିପୋର୍ଟ । ୫ ଜଣିଆ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି […]

Read More Text.
6ncnseej3sxo1foygu8x

ଭାରତ ବିରୋଧରେ ପାକ୍‌ର ଧର୍ମ କାର୍ଡ ଫ୍ଲପ୍: ‘ଆମେ ଦୁହେଁ ଇସଲାମିକ୍ ରାଷ୍ଟ୍ର’

ନୂଆଦିଲ୍ଲୀ: ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଥିବା ଦର୍ଶାଇ ସମସ୍ତ ‘ଅପରେସନ ସିନ୍ଦୂର ଆଉଟ୍‌ରିିଚ୍‌’ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପାକିସ୍ତାନର ଅନୁରୋଧକୁ ମାଲେସିଆ ପ୍ରତ୍ୟାଖ୍ୟାନ କରିଛି। ଧର୍ମ କାର୍ଡ ଖେଳିବାକୁ ଚେଷ୍ଟା କରି ପାକିସ୍ତାନୀ ଦୂତାବାସ ମାଲେସିଆ ସରକାରୀ ଅଧିକାରୀମାନଙ୍କୁ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳର ସମସ୍ତ ୧୦ଟି କାର୍ଯ୍ୟକ୍ରମ ବାତିଲ କରିବାକୁ ଅନୁରୋଧ କରି କହିଥିଲା, ଆମେ ଏକ ଇସଲାମିକ ଦେଶ, ତୁମେ ବି ଏକ ଇସଲାମିକ ଦେଶ। ଭାରତୀୟ ପ୍ରତିନିଧିଦଳର କଥା ଶୁଣନ୍ତୁ ନାହିଁ, […]

Read More Text.

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା: ପୁଲିସ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୨୧ ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ଜଣେ ବିଜେପି ସମର୍ଥକଙ୍କ ଘରେ ଭଙ୍ଗାରୁଜା ଓ ତାଙ୍କ ପତ୍ନୀଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମ୍‌କୋର୍ଟ ନିକଟରେ ପଶ୍ଚିମବଙ୍ଗ ପୁଲିସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଦାୟିତ୍ୱରେ ଥିବା ଅଧିକାରୀ ଏଫ୍‌ଆଇଆର୍ ରୁଜୁ କରିବାକୁ ମନା କରିଦେଇଥିଲେ ଏବଂ ପରିବାରକୁ ନିଜ ସୁରକ୍ଷା ପାଇଁ ଗାଁ ଛାଡ଼ିବାକୁ କହିଥିଲେ। ମେ ୩୦ ତାରିଖରେ ଶୁଣାଣି ସମୟରେ ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି […]

Read More Text.

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଜ୍ଞାମାଳ ବିଜେ

ପୁରୀ : ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୀତି । ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯାଇଥାଏ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ । ତାପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି […]

Read More Text.
Pipili q

ଭାଜପାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ, ପିପିଲି-ଡ଼େଲାଙ୍ଗବାସୀଙ୍କ ଆଗରେ ରିପୋର୍ଟ କାର୍ଡ଼ ଦେଲେ ବିଧାୟକ ଓ ସାଂସଦ

ପିପିଲି : ଭାଜପା ପାଳନ କରିଛି ବିଜୟ ଉତ୍ସବର ଏକ ବର୍ଷ ପୂର୍ତ୍ତି ଉତ୍ସବ । ପିପିଲି ଦାଣ୍ଡମୁକୁନ୍ଦପୁର ବାଲିପଡ଼ଇଆରେ ବିଶାଳ ଆଶୀର୍ବାଦ ଉତ୍ସବ ଆୟୋଜିତ କରି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶିଷ କାମନା କରିଥିଲେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସାଂସଦ ଡ଼ ସମ୍ବିତ ପାତ୍ର । ଏକ ବର୍ଷ ପୂର୍ବେ ଏହି ଦିନ ଘର ଘର ବୁଲି ଲୋକମାନଙ୍କ ଭୋଟ ଭିକ୍ଷା କରିଥିଲେ ସାଂସଦ ଏବଂ ବିଧାୟକ ଆଶ୍ରିତ । ଲୋ୍‌କମାନଙ୍କ ସହଯୋଗ ଏବଂ […]

Read More Text.
Image 2025 06 05t110313.467

ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ ରଖିଛି ରାୟଗଡା ପୋଲିସ । ରାୟଗଡା ରେଳ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ କାଶୀପୁର ବ୍ଲକର ସୁଙ୍ଗେର ହାଟପଦାଯାଉଥିବା ବେଳେ ପୋଲିସ ଉଠାଇ ନେଇଛି । ତେବେ ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ଯ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରୁଛି […]

Read More Text.
Health minister 750x430

କୋରାପୁଟ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ, ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ମୃତ୍ୟୁ ଘଟଣାର କରିବେ ସ୍ଥିତି ଅନୁଧ୍ୟାନ

କୋରାପୁଟ: ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣାରେ ଅନୁଧ୍ୟାନ ପାଇଁ ମେଡିକାଲ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରିବେ। ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିବେ। ସେହିପରି ଏହି ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ। ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ। ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ […]

Read More Text.

ରାଜ୍ୟରେ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋରୋନାରେ ଜଣକ ଜୀବନ […]

Read More Text.
Img 20250604 wa0235

ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ସମୀକ୍ଷା ବୈଠକ

ବାରିପଦା ତା ୦୪-୦୬- ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ରବି ନାରାୟଣ ନାଏକ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ  ସାଂସଦ ଶ୍ରୀ ନବ ଚରଣ ମାଝୀ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ […]

Read More Text.