23009e21 e0a4 41d2 afa8 5f504ecbdc63 AP26162502155547

ପୁଣି ହର୍ମୁଜ ପ୍ରଣାଳୀକୁ ବନ୍ଦ କଲା ଇରାନ

ନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ପୁଣି ଘୋଷଣା କଲା ଇରାନ। ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା ପରେ ହର୍ମୁଜ ଖୋଲିଥିଲା ଇରାନ। ଏମୟୁ ଉଲ୍ଲଙ୍ଘନ ଅଭିଯୋଗ ଆଣି ହର୍ମୁଜକୁ ବନ୍ଦ କଲା ଇରାନ। ଲେବାନନ୍‌ ଉପରେ ଇସ୍ରାଏଲ୍‌ର ପୁଣି ଆକ୍ରମଣକୁ ବିରୋଧ କରି ଇରାନ ଏହି ଘୋଷଣା କରିଛି। ଇସ୍ରାଏଲ୍‌ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଯଦି ଆକ୍ରମଣ ଜାରି ରୁହେ ପରବର୍ତ୍ତୀ ପଦକ୍ଷେପ ନେଇ ଇରାନ ଚେତାବନୀ ଦେଇଛି। ଆମେରିକା […]

Read More Text.
Parvani

ମାରୁତି ମନ୍ଦିର ସଭାମଣ୍ଡପ ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

ମୁମ୍ବାଇ : ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଚାପିହୋଇଥିବା ଆଶଙ୍କା କରାଯାଉଛି । ଘଟଣାରେ ଅନେକ ଆହତ ହୋଇଛନ୍ତି ।  ଦୁର୍ଘଟଣାରେ ବର୍ତ୍ତମାନ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ ଜଣ ଭଗ୍ନାବଶେଷ ତଳେ ଫସି […]

Read More Text.
Nagpur candidate 1781931578775 1781931578983 8451dfe8 e202 4b2f 8d52 a0164c2747c2

NEET UG ପରୀକ୍ଷା ପୂର୍ବରୁ NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା

ନୂଆଦିଲ୍ଲୀ: NEET UG ପୁନଃପରୀକ୍ଷା ଆସନ୍ତାକାଲି (ଜୁନ୍ ୨୧) ତାରିଖରେ ସାରା ଦେଶରେ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି। ଏବେ ନାଗପୁରରୁ ଆଡମିଟ୍ କାର୍ଡରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନାଗପୁରର ଜଣେ ଛାତ୍ରଙ୍କ NEET UG ଆଡମିଟ୍ କାର୍ଡରେ ଆବୁଧାବିର ଏକ ସେଣ୍ଟର ରହିଛି। ତଦନୁଯାୟୀ ଉକ୍ତ ଛାତ୍ର ଆବୁଧାବିରେ ପରୀକ୍ଷା ଦେବେ। ଉକ୍ତ ଛାତ୍ରଙ୍କ ନାମ ଅବଦୁଲ୍ଲା ମହମ୍ମଦ ତାଲିବ ବୋଲି ଜଣାପଡିଛି। […]

Read More Text.
A952b113 4aec 41ee 9242 395b87a952b4

ଭୁବନେଶ୍ୱର କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର, ୨୦ ଜୁନ୍: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ (CCRAS)ର ପ୍ରତିଷ୍ଠାନ ‘କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ’ (CARI), ଭୁବନେଶ୍ୱର ପକ୍ଷରୁ ଆସନ୍ତା ୨୧ ଜୁନ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ (IDY) ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସର୍ବସାଧାରଣ ସକ୍ରିୟ ସହଭାଗିତା କରିବେ। ଏହି ଆୟୋଜନରେ ଭୁବନେଶ୍ୱର ମହାନଗର ନିଗମ (BMC)ର ଡେପୁଟି ମେୟର (ଉପ-ମହାନଗରପାଳ) ମୁଖ୍ୟ […]

Read More Text.
Cm 9 e1781970815556 300x165

ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ୬୮ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମୟୂରଭଞ୍ଜର ଏକ ଆଦିବାସୀ ଗାଁରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ସଂଘର୍ଷମୟ ଯାତ୍ରାକୁ ଦେଶର ସମସ୍ତ ମହିଳାଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ନିଜର ଉଦବୋଧନରେ ବର୍ଣ୍ଣନା କରିଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଗଭୀର ଧନ୍ୟବାଦ ଜଣାଇଛନ୍ତି। ‘ଡବଲ୍ […]

Read More Text.
Modi cc

ରାଜ୍ୟବାସୀଙ୍କୁ ୪୭,୬୦୦ କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ମୟୂରଭଞ୍ଜ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ ଘାଟନ । ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି । ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ ଦିଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ୪୭ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର […]

Read More Text.
Drug c

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା

ଯାଜପୁର : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ରାଜୀବ ଲୋଚନ ବାରିକ । ମୃତ୍ୟୁ ପରେ ନିଶା ନିବାରଣ କେନ୍ଦ୍ରରେ ପ୍ରବଳ ଉତ୍ତେଜନା । ଏଭଳି ଘଟଣା ଘଟିଛି ଯାଜପୁର ଜାରକା ସ୍ଥିତ ସୁଧାର ପଥ ମଦ ଓ ନିଶା ନିବାରଣ କେନ୍ଦ୍ରରେ । ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ଗତ ୨ମାସ ହେବ ପରିବାର ଲୋକ ରାଜୀବକୁ […]

Read More Text.
Gfdg e1781968656732 300x223

୩୪.୬୪ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ଭୁବନେଶ୍ୱର : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପଶ୍ଚିମବଙ୍ଗର ହୂଗୁଳି ସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରାଯାଇଛି I ସମଗ୍ର ଦେଶରେ ୯ କୋଟି ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮, ୮୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଓଡିଶାର ୩୪.୬୪ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆଜି ୬୯୨.୮୬ କୋଟିରୁ ଉର୍ଦ୍ଧ୍ୱ […]

Read More Text.
IMG 20260619 WA0203

​ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ପ୍ରକଳ୍ପର କଲେ ଉଦ୍‌ଘାଟନ

ବାରିପଦା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆଜି ପହଞ୍ଚିଛନ୍ତି । ସେଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ନିଜ ପ୍ରଥମ କର୍ମଭୂମି ଏବଂ ଜନ୍ମଭୂମି ଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ଏମ୍ସ (AIIMS) ଭୁବନେଶ୍ୱରର ସହାଭାଗିତାରେ ଆୟୋଜିତ ପ୍ରଥମ ମାଗଣା […]

Read More Text.
IMG 20260619 WA0190

ବିପର୍ଯ୍ୟୟ ପରିଚାଳନା ମକ୍ ଅଭ୍ୟାସ ଉଦଯାପିତ

ବାରିପଦା : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱରଙ୍କ ସହଯୋଗରେ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ୧୦ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳରେ ବିପର୍ଯ୍ୟୟ ପରିଚାଳନା ମକ୍ ଅଭ୍ୟାସ (Mock Exercise) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ସମନ୍ୱୟ ଓ ପ୍ରତିକ୍ରିୟା ବ୍ୟବସ୍ଥାର କାର୍ଯ୍ୟକ୍ଷମତାର ଆକଳନ କରିବା।            ଚଳିତ […]

Read More Text.