ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ ପାଇଁ ଏମଏସସିବି ବିଶ୍ୱବିଦ୍ୟାଳୟ ୱେବିନାର ଆୟୋଜିତ 

ବାରିପଦା : ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃବିଜ୍ଞାନ ଏବଂ ଜନଜାତି ଅଧ୍ୟୟନ ବିଭାଗ ପକ୍ଷରୁ  ବିଶ୍ୱର ଆଦିବାସୀ ଲୋକଙ୍କର ଆନ୍ତର୍ଜାତୀୟ ଦିବସ ପାଳନ ପାଇଁ ଏକ ୱେବିନାର ଆୟୋଜିତ କରାଯାଇଅଛି । ଏହି ଭର୍ଚୁଆଲ ଇଭେଣ୍ଟ “ଆଦିବାସୀ ଧାଇମା ମାନଙ୍କୁ ସମ୍ମାନ: ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ଦେବା” ବିଷୟବସ୍ତୁ ଉପରେ କେନ୍ଦ୍ରିତ ଥିଲା, ଯାହା “ଉତ୍ତର ଓଡ଼ିଶାର ଆଦିବାସୀ ଜନଜାତି: ସାମାଜିକ-ଅର୍ଥନୈତିକ ଏବଂ ଜନସଂଖ୍ୟାଗତ ଦୃଷ୍ଟିକୋଣ” ଉପରେ ଘନିଷ୍ଠ ଭାବରେ ଧ୍ୟାନ ଦେଇଥାଏ। […]

Read More Text.

ରାଜଗାଳ୍ ଜାହେର ଆୟୋ ମହିଳା ସମିତି ଓ ‘ଫାଗୁନ’ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ବାରିପଦା : ଭୂବନେଶ୍ୱରର ଅଗ୍ରଣୀ ସାନ୍ତାଳୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଜଗାଳ୍ ଜାହେର ଆୟୋ ମହିଳା ସମିତି ଏବଂ ମାସିକ ସାନ୍ତାଳୀ ଖବର କାଗଜ ‘ଫାଗୁନ’ ମିଳିତ ସହଯୋଗରେ  ପଟିଆସ୍ଥିତ ଆଦର୍ଶ ବିହାରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାଜଗାଳ୍ ଜାହେର ଆୟୋ ମହିଳା ସମିତିର ସଭାନେତ୍ରୀ ଶ୍ରୀମତୀ ଦେଲହ ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଦିବାସୀ ସମାଜର ଗୌରବମୟ ଇତିହାସ, ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ପ୍ରକୃତି […]

Read More Text.

ଭାରତମୁଣ୍ଡା ସମାଜ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ବାରିପଦା : ଶାମାଖୁଂଟା ବ୍ଲକ ଅନ୍ତର୍ଗତ ବାଲିଡିହା ପଂଚାୟତର ବଡକୁଚିଆମାରା ଗ୍ରାମରେ ଆଜି ଭାରତ ମୁଣ୍ଡା ସମାଜ ଓ ଆଦିବାସୀ ମହାସଂଘ ଓଡିଶା ତରଫରୁ ବିଶ୍ୱଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସିଂହ ସଭାପତିତ୍ୱ କରି ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ ବିଶ୍ୱଆଦିବାସୀ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ କହିବା ସାଙ୍ଗକୁ ଆଦିବାସୀ ମାନଙ୍କର ଜମି, ଜଙ୍ଗଲ ଅଧିକାର ଉପରେ ଆସିଥିବା ଆକ୍ରମଣ , ବିସ୍ଥାପନ […]

Read More Text.

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦଯାପିତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଗତ ୭ତାରିଖ ଠାରୁ ୩ ଦିନ ଧରି ଚାଲିଆସୁଥିବା ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଇଂ ଗଣେଶ ରାମ ସିଂଖୁଣ୍ଟିଆ ଯୋଗ ଦେଇଥବା ବେଳେ , ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ […]

Read More Text.

ମମତା ବାନାର୍ଜୀଙ୍କ କାଫଲା ଉପରେ ପଥର ମାଡ଼

କଲକାତା : ଉତ୍ତର ୨୪ ପରଗନାର ହାଲିଶହରରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଫଲାକୁ ରବିବାର ଦିନ ପ୍ରତିବାଦକାରୀମାନେ ଅଟକାଇଥିଲେ। ସେମାନେ କାଫଲା ଉପରେ ପଥର ମାଡ଼ କରିଥିଲେ। ବାନାର୍ଜୀ ତୃଣମୂଳ କଂଗ୍ରେସ କର୍ମୀ ମୃତ ବିରଜୁ କେଓଟଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ। ପ୍ରତିବାଦକାରୀମାନେ ବାନାର୍ଜୀଙ୍କ ଗାଡ଼ିକୁ ଘେରି ପାଣି ବୋତଲ ଏବଂ ଜୋତା ଫିଙ୍ଗିଥିଲେ। ସେମାନେ ସ୍ଥାନୀୟ ପୁଲିସକୁ ହାଜତ ମୃତ୍ୟୁ ପାଇଁ ଅଭିଯୋଗ କରି ସ୍ଲୋଗାନ ଦେଇଥିଲେ। କଥିତ ହିଂସା ପରେ, ପୂର୍ବତନ […]

Read More Text.

କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

ନୂଆଦିଲ୍ଲୀ: ମୋଦୀ-ଭାନ୍ସ ଫୋନରେ ଆଲୋଚନା । ମୋଦିଙ୍କୁ ଫୋନ୍ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଭାରତ-ଆମେରିକା ସମ୍ପର୍କ ନେଇ ବଡ଼ ଆଲୋଚନା । ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ । ରଣନୈତିକ ଭାଗିଦାରୀ ଉପରେ ଫୋକସ୍ । ବାଣିଜ୍ୟରୁ ପ୍ରତିରକ୍ଷା, ସହଯୋଗ ବଢ଼ାଇବେ ଭାରତ-ଆମେରିକା । ୫୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ । ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି। […]

Read More Text.

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

ଭୁବନେଶ୍ୱର: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଲେଜିୟମ ଜଷ୍ଟିସ ମାନଶ ରଞ୍ଜନ ପାଠକଙ୍କୁ ଅହମ୍ମଦାବାଦର ଗୁଜରାଟ ହାଇକୋର୍ଟ ଏବଂ ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ବିଳାସପୁରର ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରାଯାଇଛି। ଜଷ୍ଟିସ ମାନଶ ରଞ୍ଜନ ପାଠକ ୨୧ ଜୁଲାଇ ୨୦୨୫ଠାରୁ କଟକର ଓଡ଼ିଶା […]

Read More Text.

ଆସୁଛି ଆଉ ୨ ଲଘୁଚାପ, ୧୩ରୁ ୧୯ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲୋ ପ୍ରେସର ଏରିଆ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଂକା ରହିଛି। ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। ଆସନ୍ତା ୧୩ରୁ ୧୯ ଯାଏଁ ଓଡ଼ିଶା ସମେତ ପୂର୍ବ […]

Read More Text.

ଧାନ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ‘ଆଗ୍ରିଷ୍ଟାକ୍’ ଆଇଡି : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ୍ୱ ଉପୁଜିଥିଲା। ତେବେ ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି। ବିଶେଷ କରି ‘ଆଗ୍ରିଷ୍ଟାକ୍’ ଆଇଡିକୁ ନେଇ ଚାଷୀମାନଙ୍କ ମନରେ ଥିବା ଭୟ ଓ ଆଶଙ୍କାକୁ ସେ ଦୂର କରିଛନ୍ତି। ମନ୍ତ୍ରୀ […]

Read More Text.

ରେଭେନ୍ସାରେ ବିଜ୍ଞାନ ପ୍ରଚାର ସମିତିର ୭୮ ତମ ପ୍ରତିଷ୍ଠା ଦିବସ ପାଳିତ 

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷରେ ବିଜ୍ଞାନ ପ୍ରଚାର ସମିତିର ୭୮ ତମ ପ୍ରତିଷ୍ଠା ଦିବସ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଜ୍ଞାନପ୍ରେମୀ ଯୋଗଦେଇଥିଲେ। ଏହି ଉତ୍ସବରେ ଆକାଶବାଣୀ କଟକର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ଡଃ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଧାରଣ ଜନତାଙ୍କ ମଧ୍ୟରେ ବିଜ୍ଞାନକୁ ଜନପ୍ରିୟ କରାଇବାରେ ଆକାଶବାଣୀ […]

Read More Text.