ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ, ୨୪ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର

ଭୁବନେଶ୍ୱର : ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ ।  ପାରାଦୀପ ଠାରୁ ୨୦୦ ନଟିକାଲ ମାଇଲ୍ ଦୂର ସମୁଦ୍ରରେ ଅଘଟଣ ।  ପାନାମା ପତାକାବାହୀ ମାଲବାହୀ ଜାହାଜ ବୁଡ଼ିଥିବା ଜଣାପଡ଼ିଛି ।  ପାରାଦୀପରୁ ସିଙ୍ଗାପୁର ଯାଉଥିବା ପାନାମା ପତାକାବାହୀ ଜାହାଜ ବୁଡ଼ିଥିବା ରିପୋର୍ଟ ହୋଇଛି ।  ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ […]

Read More Text.

ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି ସାଲେପୁରରେ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଉଦ୍‌ଘାଟିତ

ସାଲେପୁର : ସାଲେପୁର ଅଞ୍ଚଳରେ ସାହିତ୍ୟ, ସଂସ୍କୃତି ତଥା ଜ୍ଞାନ-ବିଜ୍ଞାନର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ନୂତନ ଅନୁଷ୍ଠାନ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଆତ୍ମପ୍ରକାଶ କରିଛି। ସାଲେପୁର ବ୍ଲକ୍ ଅନ୍ତର୍ଗତ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଂସଦ ଗଠିତ ହୋଇଛି। ବିଶିଷ୍ଟ ଔପନ୍ୟାସିକ, ଜ୍ଞାନପୀଠ ପୁରସ୍କାର ବିଜେତା ତଥା ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଏବଂ ପିକୋଳ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସବ୍‌-ରେଜିଷ୍ଟ୍ରାର ଗୋପୀନାଥ ମହାନ୍ତିଙ୍କ ପବିତ୍ର ତିରୋଧାନ ଦିବସ ଅବସରରେ […]

Read More Text.
HQVU1vGaYAArZrz 1068x625

ବିଜେପିର ନୂଆ ଟିମ୍‌ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ଥନ; ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ […]

Read More Text.
Jharakhand

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୩ ଇଞ୍ଜିନିୟରଙ୍କ ମୃତ୍ୟୁ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଢ ଜିଲ୍ଲାର ବରକାକାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବରକାକାନା ହେହଲସ୍ଥିତ ମା ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡରେ ଟର୍ବାଇନ୍ ବିସ୍ଫୋରଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ୩ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ଏବଂ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଓ ଧୂଆଁର ଆସ୍ତରଣ ଖେଳିଯାଇଥିଲା । ଘଟଣା ସମୟରେ […]

Read More Text.

ବୌଦ୍ଧ ମଠ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ସକାଳ ପ୍ରାୟ ୯ଟା ସମୟରେ (ସ୍ଥାନୀୟ ସମୟ) ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡାଲେଠାରୁ ପ୍ରାୟ ୭୫ କିଲୋମିଟର ପଶ୍ଚିମରେ ଅବସ୍ଥିତ ମ୍ୟାଉଙ୍ଗ୍ ଟାଉନ୍‌ସିପ୍‌ର(Myaung Township) ସ୍ୱେଲ୍ ଲେ […]

Read More Text.

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଦୁଷ୍କର୍ମ ଅଭିଯୋଗରେ SI ଗିରଫ

ମୟୂରଭଞ୍ଜ: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ SI ବାବୁ । ସବଇନସ୍ପେକ୍ଟର ପ୍ରଭାତ କୁମାର ନାୟକଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ SIଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ଅନୁଯାୟୀ, ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । […]

Read More Text.

ବ୍ଲୁ ଲେକ୍ ରେ ବୁଡିଗଲେ ୩ ଛାତ୍ର : ଦୁଇ ନିଖୋଜ, ଜଣେ ଉଦ୍ଧାର

ନୀଳଗିରି : ନୀଳଗିରିରେ ମିତ୍ରପୂର୍ ନିକଟ ବ୍ଲୁ ଲେକ୍ ପୁଣି ପାଲଟିଲା କାଳ।   ତିନି ଛାତ୍ର ବୁଲିବାକୁ ଆସି ପାଣିରେ ବୁଡି ଦୁଇ ନିଖୋଜ ।  ରେମୁଣା କଲେଜରେ ପଢୁଥିବା ତଥା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଅଛନ୍ତି ।  ନୀଳଗିରି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ।  ନିଖୋଜ ଥିବା ଦୁଇ ଛାତ୍ର ହେଲେ ଜଣେ ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ଜଣେ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର ବୋଲି ସୂଚନା […]

Read More Text.

MMDR ବିଲ୍ ଉପରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଖଣିଜ ଓ ଖଣି ଉନ୍ନୟନ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିଲ୍ ଯୋଗୁଁ ରାଜ୍ୟକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିବ ବୋଲି ଦର୍ଶାଇ ଓଡ଼ିଶା କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ତୁରନ୍ତ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳ […]

Read More Text.

ସର୍ପାଘାତରେ ଚାଲିଗଲା କକା-ପୁତୁରାଙ୍କ ଜୀବନ

ନୂଆପଡ଼ା: ରାତିରେ ଖୋଲା କ୍ୟାମ୍ପରେ ଶୋଇଥିବା ବେଳେ ଅଜାଣତରେ ବିଷାକ୍ତ ସାପ କାମୁଡ଼ିଦେଲା। ସାପ କାମୁଡ଼ିଥିବା ଜାଣିପାରିଲେ ନାହିଁ କକା-ପୁତୁରା। ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ପରେ ସେଠାରେ ଜଣାପଡ଼ିଲା କକା-ପୁତୁରାଙ୍କୁ ମଧ୍ୟ ସାପ କାମୁଡ଼ିଛି। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ବଲଧା ଗାଁରେ ଘଟିଛି। ମୃତକ ହେଲେ ସିନାପାଲି ଥାନା ଚଚରାଭଟା ଗାଁର ଦୈତାରୀ ତାଣ୍ଡି (୪୦) […]

Read More Text.

ବର୍ଦ୍ଧିତ ଚୋରି, ନିୟନ୍ତ୍ରଣ  ପାଇଁ ନିଆରା ପ୍ରୟାସ, ସୁନା ଦୋକାନୀ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା

ବାରିପଦା : ଆଜି ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ  ରଞ୍ଜନ କୁମାର ସେଠୀ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ  ସହରର ସୁନାଗହଣା ଦୋକାନୀ ମାନଙ୍କୁ ନେଇ ଏକ ବୈଠକ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।  ଉପଖଣ୍ଡରେ ହେଉଥିବା ବର୍ଦ୍ଧିତ ଚୋରି, ଲୁଟ୍ ଓ ଅପରାଧ କୁ ରୋକିବା ପାଇଁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ସୁନ୍ଦର ପ୍ରୟାସ ଆରମ୍ଭ କରିଛି।  ସହରର ସୁନାଗହଣା ଦୋକାନୀ ମାନଙ୍କ ସହିତ […]

Read More Text.