IMG 20260902 WA0255

‎ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପୋଷ୍ୟ ଗ୍ରାମରେ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମଗୁଡ଼ିକର ଗ୍ରାମୀଣ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ସୁସ୍ଥ ଗ୍ରାମୀଣ ସମୁଦାୟ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ଵାସ୍ଥ୍ୟସେବା’ ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପିଏମ୍-ଉଷା, ଉନ୍ନତ ଭାରତ ଅଭିଯାନ ଓ ତୋଷାଳୀ ଇ-କ୍ଲିନିକ୍  ପ୍ରାୟୋଜକ ସଂସ୍ଥାର ସହଯୋଗରେ ଆୟୋଜିତ ହୋଇଥିଲା। ‎ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବାକୁ […]

Read More Text.

ବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍‌ଘାଟିତ

ବିଶୁଦ୍ଧ ପାନୀୟଜଳ ଯୋଗାଣକୁ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ୱ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା: ସହରବାସୀ ତଥା ଯାତାୟାତ କରୁଥିବା ଲୋକଙ୍କୁ ସହଜରେ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ସହରର ତିନୋଟି ପ୍ରମୁଖ ସ୍ଥାନରେ ପାନୀୟଜଳ କିଓସ୍କ ଉଦ୍‌ଘାଟିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କିଓସ୍କଗୁଡ଼ିକୁ ଲୋକାର୍ପଣ କରିବା ସହ ନିଜେ ପାଣି ପିଇ ଏହାର ଶୁଭାରମ୍ଭ […]

Read More Text.

ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ରାମ ମନ୍ଦିର ନୂଆ ସିଇଓ ମନୋନୀତ

ଉତ୍ତରପ୍ରଦେଶ: ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମିଳିଛନ୍ତି । ସୂତ୍ର ଅନୁସାରେ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ଲାଗିଛି । ଟ୍ରଷ୍ଟର ପ୍ରେସ୍ ସମ୍ମଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ତାଙ୍କ ନିଯୁକ୍ତି ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ CEO ପଦବୀରେ ରହିବେ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ ୩୮ ବର୍ଷ ଧରି […]

Read More Text.
02bbs 48 02092026 112 2026 09 02 19 43

ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ ଆଣିଥିଲେ  ଦିଶାଙ୍କ ବାପା ।  ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ  ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯଇବାକୁ ମୁମ୍ୱାଇ ସିବିଆଇର  ଜଏଣ୍ଟ ଡାଇରେକ୍ଟରଙ୍କୁ  ନିର୍ଦ୍ଦେଶ ଦିଆଯାଇଛି  ଏବଂ ପ୍ରମାଣ […]

Read More Text.

ମ୍ୟାଲେରିଆ ଔଷଧ ଖାଇ ଶିଶୁ ମୃତ: ୫୦ରୁ ଅଧିକ ଅସୁସ୍ଥ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧକ ‘କ୍ଲୋରୋକ୍ୱିନ୍’ ବଟିକା ଖାଇବା ପରେ ଜଣେ ୭ ବର୍ଷୀୟ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୪୦ରୁ ଅଧିକ ଛୋଟ ପିଲା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ପ୍ରତିଷେଧକ ଭାବେ ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କୁ କ୍ଲୋରୋକ୍ୱିନ୍ ଔଷଧ ବଣ୍ଟାଯାଇଥିଲା। ଔଷଧ ସେବନର କିଛି ସମୟ ପରେ […]

Read More Text.

ଓଡ଼ିଶା DGP ଚୟନକୁ ନେଇ ସସ୍ ପେନ୍ସ ଜାରି: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଭୁବନେଶ୍ବର: ଓଡ଼ିଶା DGP ଚୟନ ମାମଲା । ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । ଆମିକସ କ୍ୟୁରି ଦାଖଲ କଲେ ରିପୋର୍ଟ । ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନକୁ ନେଇ ସସ୍ ପେନ୍ସ ଜାରି ରହିଛି । ଆଜି ସୁପ୍ରିମକୋର୍ଟରେ ମାମଲା ଉଠିଥିବା ବେଳେ ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇ ଦିଆଯାଇଛି । ଏହାରି ମଧ୍ୟରେ ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା […]

Read More Text.

କମିଲା PUCC ଜରିମାନା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ରାଜ୍ୟରେ କମିଲା PUCC ଫାଇନ୍ । ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା ଟଙ୍କା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଥମ ଥର ବାଇକ ନିୟମ ଭାଙ୍ଗିଲେ ୧ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ। ଦ୍ବିତୀୟ ଥର ନିୟମ ଭାଙ୍ଗିଲେ ୨ ହଜାର ଟଙ୍କା ଫାଇନ୍ ପଡ଼ିବ । ୪ ଚକିଆ ଯାନ ପାଇଁ ପ୍ରଥମ ଥର ୨ ହଜାର ଟଙ୍କା ଫାଇନ୍ […]

Read More Text.

ଡ୍ରେନକୁ ଓଲଟି ପଡ଼ିଲା କାର୍, ଦମ୍ପତି ମୃତ

ପାରାଦୀପ : ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ। ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାରାଦୀପଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଦୁର୍ଘଟଣା ଘଟିଛି । ଗତକାଲି ବିଭୂତି ଏବଂ ତାଙ୍କ ପତ୍ନୀ କାରରେ ପାରାଦୀପ ଗଡ଼ରେ ଥିବା ତାଙ୍କ ସଡୁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିବା ସମୟରେ […]

Read More Text.
Vigilance 1 1

ଲାଞ୍ଚ ମାମଲାରେ ତତ୍କାଳୀନ ଇଲେକ୍ଟ୍ରିକାଲ ଜୁନିଅର ଇଞ୍ଜିନିଅର ନିର୍ଦ୍ଦୋଶରେ ଖଲାସ

ବାରିପଦା : ପ୍ରାପ୍ତ ତଥ୍ୟ ଅନୁଯାୟୀ 2020 ମସିହାରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଇଲେକ୍ଟ୍ରିକାଲ ଜୁନିଅର ଇଞ୍ଜିନିଅର ଅସ୍ୱିନୀ କୁମାର ଦାସ ଅଧିକାରୀ ଅଭିଯୋଗକାରୀ ଶିଶିର କୁମାର ନାୟକ ଙ୍କ ଠାରୁ ପ୍ରତିମାସ ଗାଡିଭଡା ବାବଦକୁ 1300 ଟଙ୍କା ଲାଞ୍ଚ ମାଗିଥିଲେ l ଏ ବାବଦରେ ଅଭିଯୋଗକାରୀ ବାଲେଶ୍ଵର ଭିଜିଲାନ୍ସ ଏସ ପି ଙ୍କ ନିକଟରେ ଅଭିଯୋଗ କରିଥିଲେ l ଏ ବାବଦରେ ଭିଜିଲାନ୍ସ ରେ କେସ ନମ୍ବର 39/2020 ରେ ଏକ ମାମଲା ରୁଜୁ କରାଯାଇଥିଲା […]

Read More Text.

 ବନ୍ୟା ପାଣିରେ ଭାସିଯାଇଥିବା ଖବରକାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

ବାରିପଦା : ଵିଜାତଳା ବ୍ଳକର ଜଣାଶୁଣା ଖବର କାଗଜ ବିକ୍ରେତା ସୃଷ୍ଟିଧର ଗିରି(୬୫)  ଗତକାଲି ଖବର କାଗଜ ବାଣ୍ଟିବାକୁ ଯାଉଥିବା ସମୟରେ ଆମଦାବେଡା – ନୁଆଗାଁ ପୋଲ ଉପରେ ପାରୋଉଥିବା ସମୟରେ ଉଛୁଳା ପାଣି ସୁଅରେ ଗତକାଲି ପୂର୍ବାହ୍ନ ୧୧ ଟା ପାଖାପାଖି ବେଳେ ଭାସି ଯାଇଥିଲେ ।ସ୍ଥାନୀୟ ଲୋକେ,ଅଗ୍ନିଶମ ବିଭାଗ ଏବଂ ପୋଲିସ ଖୋଜା ଖୋଜି କରି ନୟାନ୍ତ ହୋଇ ଯାଇଥିଲେ । ପରିବାରବର୍ଗ ଓ ଗ୍ରାମବାସୀ ,ସାମ୍ବାଦିକମାନେ ଚିନ୍ତିତ ଥିଲେ ।ଆଜି ପୁଣି ଅଗ୍ନିଶମ […]

Read More Text.