IMG 20260907 WA0263

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅସନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୁଳି ସଂଯୋଗ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଅସନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରଠାରୁ ଦୀର୍ଘଦିନ ଧରି ବିଜୁଳି ସଂଯୋଗ ସମସ୍ୟା ଲାଗି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବକେୟା ବିଜୁଳି ବିଲ୍ ପରିଶୋଧ କରାଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନର୍ବାର ନୂତନ ଭାବରେ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ, କରୋନା ମହାମାରୀ ସମୟରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ବିଜୁଳି ବିଲ୍ […]

Read More Text.
IMG 20260907 WA0273

ବାରିପଦାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦାଠାରେ ସୋମବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ହେମକାନ୍ତ ସଏ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଶିବିରରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଶିବିରରେ ସର୍ବମୋଟ ୨୬୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିମଧ୍ୟରୁ ୨୨୬ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଏବଂ ୩୫ଟି ଗ୍ରାମ୍ୟ ତଥା ସାମୂହିକ […]

Read More Text.

ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କୋହଳ ହେଲା ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନ

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏଣିକି ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନ ବ୍ୟବଧାନରେ ସିଲିଣ୍ଡର ରିଫିଲ୍ ବୁକ୍ କରିପାରିବେ। ଏଲପିଜି ଯୋଗାଣ ସ୍ଥିତିରେ ଉନ୍ନତି ଓ ରିଫିଲ୍ ବ୍ୟାକଲଗ୍‌ରେ ହ୍ରାସ ପରେ ସରକାର ଏହି କଟକଣା କୋହଳ କରିଛନ୍ତି।କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି। […]

Read More Text.

ରନୱେରୁ ବାହାରକୁ ଚାଲିଗଲା କାର୍ଗୋ ବିମାନ : ୫ ମୃତ, ୫ ଆହତ

ନୂଆଦିଲ୍ଲୀ: ରନୱେରୁ ବାହାରିଗଲା କାର୍ଗୋ ବିମାନ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଗଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ ସାମିଲ ଥିଲା । ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେ ୩୦ରେ ଅବତରଣ […]

Read More Text.
Delhi building

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା, ୧୨ ଉଦ୍ଧାର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । NDRF, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ପରେ ଦିଲ୍ଲୀ ପୋଲିସ କୋଠା ମାଲିକ ହରି ରାମଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ପୋଲିସ ତାଙ୍କୁ ଖୋଜିବା ସହ ଘଟଣା ପାଇଁ ଦାୟୀ ଅନ୍ୟ ବ୍ୟକ୍ତିଙ୍କ […]

Read More Text.

ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ

ଭୁବନେଶ୍ୱର : ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଧାନ ବିକ୍ରି ପାଇଁ ୧୯ ଲକ୍ଷରୁ ଅଧିକ ଚାଷୀ ଗତବର୍ଷ ପଞ୍ଜୀକରଣ କରିଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧି ପାଇଥିବା ପରିଲିକ୍ଷିତ ହୋଇଛି । ଯାହାକୁ ଧାନ […]

Read More Text.

ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ । ବଦଳିବ ଦଶମ ପାଠ୍ୟକ୍ରମ । ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ୨ ପାଠ୍ୟକ୍ରମ । ୧୮ ବର୍ଷ ଯାଏ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସଇକୁ ନିର୍ଦ୍ଦେଶ । ଓଡ଼ିଆରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ […]

Read More Text.

ପୁଣି ଉପରମୁହାଁ ପିଆଜ ଦର, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ

କଟକ : ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ପାଖାପାଖି […]

Read More Text.
IMG 20260906 WA0179

ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଦ୍ୱାରା ଦୁଇ ପ୍ରତିଭା ସମ୍ବର୍ଦ୍ଧିତ 

ବାରିପଦା : ବାରିପଦା ଷ୍ଟେସନ ବଜାର ଅଂଚଳର ସଂଗ୍ରାମ ଦାସଙ୍କ ଝିଅ ଆକାଂକ୍ଷା ଦାସ ନିଜର ଉଦ୍ୟମ ବଳରେ ବ୍ରିଟେନର ପ୍ରତିଷ୍ଠିତ “କୋମନୱେଲଥ ସ୍କଲାରସିପ” ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ସେ ଇଂଲଣ୍ଡର ପ୍ରସିଦ୍ଧ ନଟିଂହାମ ବିଶ୍ୱବିଦ୍ୟାଳୟରେ ମାଷ୍ଟର୍ସ ଡିଗ୍ରୀ ଅଧ୍ୟୟନ କରିବେ I ତାଙ୍କର ଏହି ଉଚ୍ଚଶିକ୍ଷା ଓ ଗବେଷଣା ଦେଶ ପାଇଁ ସଫଳତା ଆଣିଦେବ ବୋଲି ସେ ପ୍ରକାଶ କରିଥିଲେ I ଅନ୍ୟ ପ୍ରତିଭା ଜଣଙ୍କ ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ […]

Read More Text.

ପୂର୍ଣ୍ଣଚନ୍ଦ୍ରପୁର ଉପ୍ରା ବିଦ୍ୟାଳୟରେ ଗୁରୁ ଦିବସ ଓ ଜନ୍ମାଷ୍ଟମୀ ପାଳିତ

ବାରିପଦା : ଜିଲ୍ଲାର ଅଗ୍ରଣୀ ପ୍ରାଥମିକ ବିଦ୍ୟାଳୟ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ଗୁରୁଦିବସ ତଥା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଗୀତି ନାଟ୍ୟ ଆୟୋଜିତ ହୋଇ ଯାଇଛି । ଏଥିରେ ହଷ୍ଟେଲ ଅନ୍ତେବାସୀମାନେ ଶ୍ରୀକୃଷ୍ଣ, ବଳରାମ, କଂସ, ରାଧା, ବସୁଦେବ, ଦେବକୀ, ଯଶୋଦା ତଥା ଅନ୍ୟାନ୍ୟ ପୌରାଣିକ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ । ଏଥିରେ ସୁମିତ୍ରା ରାଉତ, ଗଣେଶ ବେହେରା, ହରପ୍ରିୟା ବେହେରା, ରବି ମୁଣ୍ଡା […]

Read More Text.