IMG 20260111 WA0170

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗ: ପରି ଚାଲେଞ୍ଜର ଚମ୍ପିୟାନ

ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ଫାଇନାଲ ମ୍ୟାଚରେ ପରି ଚାଲେଞ୍ଜର ୩୬ ରନରେ ଭି ରୋରକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରଥମ ବ୍ୟାଟିଂ କରି ପରି  ଚାଲେଞ୍ଜର ୧୨ ଓଭରରେ ୭ […]

Read More Text.
IMG 20260111 WA0157

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶ୍ରୀପଦଗଞ୍ଜର ବାର୍ଷିକ ଉତ୍ସବ

ବାରିପଦା : ବାରିପଦା ସହରର ୧୩ ନମ୍ବର ୱାର୍ଡର ସରକାରୀ ପ୍ରାଥମିକ ବିଦ୍ଯାଳୟ, ଶ୍ରୀପଦଗଞ୍ଜର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ବିନ୍ଦୁଶ୍ରୀ ଦାଶ ଙ୍କ ପୌରହିତ୍ଯରେ ମହାସମାରୋହରେ ପାଳିତ ହୋଇଯାଇଛି । ବାରିପଦା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସି ଆର ସି ସି କନକଲତା ମାଝୀ, ମୁଖ୍ଯ ବକ୍ତା […]

Read More Text.
IMG 20260111 WA0156

ଓସିଏ ଆନ୍ତଃଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଘୋଷିତ 

ବାରିପଦା : କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଓ ସି ଏ ଆନ୍ତଃ ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଦ୍ୱାରା ମନୋନୀତ ଦଳରେ ରାଜୀବ ସରକାର, ପ୍ରିୟାଂଶୁ କୁମାର ଜେନା, ଡି ଏସ ଅଜିତେଶ, ଲଳିତ କୁମାର ମହାପାତ୍ର, ରାଘବ ସାକୁନିଆ, ଜଷ୍ଟିସ ଦିବ୍ୟାଂଶୁ ବାରିକ, ମୋଦିରାସ ବେହେରା, ତାଜ ରୋଶନ ପରିଡା, ଗୌରବ ପଣ୍ଡା, ରଣବୀର ରାଉତ, […]

Read More Text.
Pm modi friedrich merz 2026 01 11 19 51

ଆସନ୍ତାକାଲି ଭାରତ ଆସିବେ ଜର୍ମାନ ଚାନ୍ସେଲର ମର୍ଜ: ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ‌ବୈଠକ

ନୂଆଦିଲ୍ଲୀ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଆସନ୍ତାକାଲି (ସୋମବାର)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ବାଦ୍‌ ଚାନ୍ସେଲର ମର୍ଜଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଜାନୁଆରି ୧୨-୧୩ ରେ ଅହମଦାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ମର୍ଜଙ୍କ ସହିତ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସମେତ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ। ବିଶ୍ୱସ୍ତରରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ଏହି ଆଲୋଚନା […]

Read More Text.
Yeison jimenez performs live stage

ବିମାନ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକ ୟେସନ୍‌ଙ୍କ ଜୀବନ

କଲମ୍ବିଆ: କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ରନୱେ ନିକଟରେ ଥିବା ଏକ କ୍ଷେତରେ ଖସି ପଡ଼ିଥିଲା। ଅବତରଣ କରିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ପୁଲିସ୍‌ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ […]

Read More Text.
Mamata

ଆଇ-ପ୍ୟାକ୍ ରେଡ୍ ମାମଲାରେ ମମତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖ ଘଟଣାର ସିବିଆଇ ତଦନ୍ତ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ଵାରସ୍ଥ ହୋଇଛି। ଆଇ-ପ୍ୟାକ୍ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଠିକଣାରେ ହୋଇଥିବା ଚଢ଼ଉ ସମୟରେ ମମତା ବାଧା ସୃଷ୍ଟି କରିବା ସହ ବଳପୂର୍ବକ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେଇ ପଳାଇଥିବା ଅଭିଯୋଗ କରିଛି। ଇଡି ଅଧିକାରୀମାନେ ଏହାକୁ ଏକ ‘ଚୋରି’ ବୋଲି ଅଭିହିତ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାର ସୁପ୍ରିମ୍‌କୋର୍ଟରେ କେଭିଏଟ୍ ଦାୟର […]

Read More Text.
Murder case

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉଗ୍ରରୂପ ଧାରଣ କରୁଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ର ହୋଇଥିବାବେଳେ ସେ ସୁନାମଗଞ୍ଜ ଜିଲା ଅନ୍ତର୍ଗତ ଭାଙ୍ଗାଦୋହର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର କିଛି ଲୋକ ଜୟଙ୍କୁ ନିକଟସ୍ଥ ଦୋକାନ ନିକଟକୁ ଡାକି ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଜୟଙ୍କୁ ସିଲହଟ୍‌ସ୍ଥିତ ଓସମାନି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]

Read More Text.
Elon musk

ହସ୍ତକ୍ଷେପ କଲେ ମୋଦି, ଏକ୍ସରେ ଏକ ପୋଷ୍ଟକୁ ନେଇ ନିଜର ଭୁଲ ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ସାଇଟ୍ ଆକ୍ସନ୍ ନେବା ସହ ଅନେକ ୟୁଜରଙ୍କୁ ବ୍ଲକ୍ କରିଛି । ଏକ୍ସର କହିବାନୁସାରେ, କମ୍ପାନୀ ୩୫୦୦ପୋଷ୍ଟକୁ ବ୍ଲକ୍ କରିଛି । ଏହାସହ […]

Read More Text.
Pm somnath

ଶୌର୍ଯ୍ୟ ଯାତ୍ରା ପରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଗୁଜୁରାଟ ଗସ୍ତରେ ଦ୍ବିତୀୟ ଦିନରେ ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା । ଶୋଭାଯାତ୍ରା ସୋମନାଥ ମନ୍ଦିରର ରକ୍ଷା ପାଇଁ ନିଜର ପ୍ରାଣ ଆହୂତି ଦେଇଥିବା ଅଗଣିତ ବୀର ଏବଂ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ କରାଯାଇଥିଲା । ଆଜି ସକାଳେ ଶୌର୍ଯ୍ୟ […]

Read More Text.
Delhi

କମୁନି ଶୀତ, ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଥଣ୍ଡା ପାଗ ରେକର୍ଡ ସୃଷ୍ଟି କରିଛି । ସର୍ବନିମ୍ନ ତାପମାତ୍ରା ୩° ସେଲସିୟସ୍ ପହଞ୍ଚିଛି । ଘନ କୁହୁଡ଼ି ଏବଂ ଥଣ୍ଡା ପାଗ ଯୋଗୁଁ IMD ୟେଲୋ ଆଲର୍ଟ ଜାରି କରିଛି । ସୂଚନାନୁଯାୟୀ, ଶନିବାର-ରବିବାର ରାତିରେ ଦିଲ୍ଲୀ ଏନସିଆରରେ ଥଣ୍ଡା ଏବଂ ଘନ କୁହୁଡ଼ି ଲାଗି ରହିଛି । ଗତ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪° ହ୍ରାସ ପାଇଛି । ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୬° ସେଲସିୟସ୍ […]

Read More Text.