Img 20251111 wa0232

“ମୁଁ ସ୍ୱାବଲମ୍ବୀ ହେବି” ଦାବୀ ନେଇ ଡିସେମ୍ବର ୨୨ ରେ ଜିଲ୍ଲାପାଳଙ୍କ ଆଫିସ ସମ୍ମୁଖରେ ଗଣଧାରଣା:-ଭଞ୍ଜସେନା

ବାରିପଦା-   ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଓ ପରିବେଶ ସୁରକ୍ଷା ସହିତ ଜଙ୍ଗଲ,ପାହାଡ଼ ପର୍ବତକୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚାଇ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର  ଆମ ମୟୁରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା, ବନ୍ୟଜାତ ଦ୍ରବ୍ୟ ରୁ ପ୍ରସ୍ତୁତ ସମାଗ୍ରୀ ତଥା ହସ୍ତତନ୍ତ କୁଟୀର ଶିଳ୍ପ ରୁ ପ୍ରସ୍ତୁତ ସମାଗ୍ରୀର ଉଚିତ୍ ବ୍ୟବସାୟୀକରଣ ମାଧ୍ୟମରେ  ଜିଲ୍ଲାର ଲକ୍ଷାଧିକ ବେକାର ଯୁବକ ଯୁବତୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଓ ସ୍ଥାନୀୟ ଅଞ୍ଚଳର କିପରି ଅର୍ଥନୈତିକ ଅଭିବୃଦ୍ଧି […]

Read More Text.
Pachika rally

୭ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ମହାସଙ୍ଘ ମୟୁରଭଞ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ପୂରଣ ନ ହେଲେ ବିଧାନସଭା ଘେରାଉ ପାଇଁ ଚେତାବନୀ ବାରିପଦା : ଆଜି ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରୁ “ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ”ର ଆନୁକୁଲ୍ୟରେ ମୟୁରଭଞ ଶାଖା ପକ୍ଷରୁ ପାଚିକା ମାନଙ୍କର ମୌଳିକ ସାମ୍ବିଧାନିକ ୭ଦଫା ଦାବି ପୂରଣ ଦାବୀ କୁ ନେଇ ଏକ ବିରାଟ ବିକ୍ଷୋଭ ର‌୍ୟାଲି ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସଭାପତି  ଜଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ […]

Read More Text.
Photo for the news of srikanta jena

ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ

ଆଗରପଡ଼ା :ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ଅନ୍ତର୍ଗତ ଏରଝାଟିଆ ଗ୍ରାମର ଶ୍ରୀକାନ୍ତ ଯେନା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ପୂର୍ବରୁ ଚିକିତ୍ସିତ ହେବା ସହ ତାଙ୍କ ପାଖରେ ଥିବା ଆୟୁଷ୍ମାନ କାର୍ଡରେ ଥୁବା ଅର୍ଥ ସରିଯାଇଛି । ବର୍ତ୍ତମାନ ଅପରେଶନ ଓ ଭେଣ୍ଟିଲେଟରର ଖର୍ଚ୍ଚ ବହନ କରିବାକୁ ତାଙ୍କର ସକ୍ଷମ ନାହିଁ । ଅର୍ଥ ଅଭାବରୁ ଉତ୍କଳ ହସ୍ପିଟାଲରେ ତାଙ୍କର ଅପରେଶନ ମଧ୍ୟ ହୋଇ ପାରୁନାହିଁ । ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି । […]

Read More Text.
Photo for the news of balaram

କିଡ଼ନୀ ରୋଗୀଙ୍କ ଦେହାନ୍ତ

ଆଗରପଡ଼ା :ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ଅନ୍ତର୍ଗତ ବୋଡକମୋହାଜିବ ଗ୍ରାମର ବେହେରା ସାହି ନିବାସୀ ବଳରାମ ବେହେରାଙ୍କ ସାନପୁଅ ସୁବ୍ରତ କିଡନୀ ରୋଗରେ ହଠାତ୍ ଆକ୍ରାନ୍ତ ହୋଇ ହାଇଟେକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣ, ମିଷ୍ଟ ଭାଷି ଓ ହବିଷ୍ୟାନ୍ନ ପିଲାଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖୋଲିଯାଇଛିା ଶବଦାହ ସମୟରେ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ସରପଂଚ ପାର୍ଥସାରଥି […]

Read More Text.
Photo for the news of road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତା, ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ନିର୍ମାଣ କାର୍ଯ୍ୟ

୧୦ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି ଆଗରପଡ଼ା :ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର […]

Read More Text.
Photo for the news of alokikaran

ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନାକୁ ୯ବର୍ଷ ପୂରିବ, ଅନ୍ଧାରରେ ଆଲୁଅ ଖୋଜୁଛି ଆଲୋକୀକରଣ ଯୋଜନା

ଆଗରପଡ଼ା :୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରାଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ […]

Read More Text.
Photo for the news of kadabaranga medical

ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ନିୟମକୁ ଫୁ,ମନମାନୀରେ ଚାଲିଛି ସ୍ୱାସ୍ଥ୍ୟସେବା

ଆଗରପଡ଼ା :ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ସବୁ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରାକାରୀ ନିୟମକୁ ପାଳନ କରାଯାଉନଥିବାରୁ ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆଗରପଡ଼ା ଅଧିକାରୀ […]

Read More Text.
Photo for the news of enduri pitha

ଆଜି ପ୍ରଥମାଷ୍ଟମୀ, ସମୟଚକ୍ରରେ ହଜିଯାଉଛି ଏଣ୍ଡୁରି ପିଠା

ଆଗରପଡ଼ା :ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପ୍ରଥମାଷ୍ଟମୀ । ପରିବାରର ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ପାଳନ କରାଯାଇଥିବା ଏହି ପର୍ବର ଅନ୍ୟତମ ଆକର୍ଷଣ ହେଲା ଏଣ୍ଡୁରି ପିଠା । ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ହଳଦୀପତ୍ର ବ୍ୟବହାର କରାଯାଇଥାଏ । କିନ୍ତୁ ଆଜିର ଏହି ଆଧୁନିକ ଦୁନିଆଁରେ ହଜିଯାଉଛି ବହୁ ପରମ୍ପରା । ସେଥି ମଧ୍ୟରେ ହଳଦୀପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଆଉ ଦେଖିବାକୁ ମିଳୁ ନାହିଁ । ମାର୍ଗଶିର ମାସରେ […]

Read More Text.
Photo fof the news of surabhi

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା, ସଫଳତାର ଶୀର୍ଷରେ ବନ୍ତ ବ୍ଳକ

ଆଗରପଡ଼ା :ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଜିଲ୍ଲା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ୭ଗୋଟି ବ୍ଳକ ମଧ୍ୟରୁ ବନ୍ତ ବ୍ଲକ ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଉଚ୍ଚ ମାଧ୍ୟମିକ ବରିଷ୍ଠ ବିଭାଗ ତର୍କ ପ୍ରତିଯୋଗିତାରେ ବନ୍ତ ବ୍ଳକ ପଳାସଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ପ୍ରତିକ୍ଷା ନାୟକ ୨ୟ ସ୍ଥାନ, ବରିଷ୍ଠ ବିଭାଗ ତର୍କରେ ପିଏମଶ୍ରୀ ହାଇସ୍କୁଲ,ସେଣ୍ଢତିରା ଛାତ୍ରୀ ଶୁଭଲକ୍ଷ୍ମୀ […]

Read More Text.
Delhi p

ଦିଲ୍ଲୀ ବିସ୍ଫୋରଣ: NIA ହାତକୁ ଗଲା ଯାଞ୍ଚ ଦାୟିତ୍ବ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି । ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡ. ସାଜିଦ ଅହମ୍ମଦ ଏବଂ ଉମର । ସାଜିଦ ଦୁଇଦିନ ତଳେ ବିବାହ କରିଥିଲେ । ଆଉ ଏହି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ସାଜିଦ । […]

Read More Text.