ବଲାଙ୍ଗୀରରେ ଅମାନୁଷିକ ଘଟଣା: ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ!

ବଲାଙ୍ଗୀର, ୧୩/୧୨ : ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି| ମୃତ ମହିଳା ହେଲେ କୁଳବତୀ ପରୁଆ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ପିଣ୍ଟୁ ପରୁଆ| ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି| ପୋଲିସ ସୂତ୍ରରୁ ମିଳିଥିବା ସୂଚନା […]

Read More Text.

ଚନ୍ଦ୍ର ଶେଖର ପାଢ଼ୀ ଜଳସମ୍ପଦ ବିଭାଗର OSD-cum-EIC ଭାବେ ପୁନଃ ନିଯୁକ୍ତି |

ଭୁବନେଶ୍ୱର, ୧୩/୧୨ : ଓଡିଶା ସରକାର ବରିଷ୍ଠ ଅଧିକାରୀ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ଜଳସମ୍ପଦ ବିଭାଗର OSD-cum-Engineer-in-Chief (OSD-cum-EIC) ଭାବରେ ପୁନଃ ନିଯୁକ୍ତି ଦେଇଛନ୍ତି | ପୂର୍ବରୁ ଅବସରପ୍ରାପ୍ତ ଇଞ୍ଜିନିୟର-ଇନ୍-ଚିଫ୍ ଶ୍ରୀ ପାଢ଼ୀଙ୍କୁ ଛଅ ମାସ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୁଣିଥରେ ନିୟୋଜିତ କରାଯାଇଛି | ଏହି ସମ୍ପର୍କରେ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି | ଡିସେମ୍ବର ୯, ୨୦୨୫ ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତି (No-WR-FEI-HR-0025-2020-34467/WR) ଅନୁଯାୟୀ, ଜୁଲାଇ ୩, […]

Read More Text.

କୋରାପୁଟରେ ଖାଦ୍ୟ ବିଷକ୍ରିୟା: ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ

କୋରାପୁଟ, ୧୩/୧୨ : କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲ ହଷ୍ଟେଲରେ ବାସି ଓ ଦୂଷିତ ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି | ଶନିବାର ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ଅସୁସ୍ଥ ଛାତ୍ରୀମାନଙ୍କୁ ତୁରନ୍ତ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି| ସୂଚନା ଅନୁଯାୟୀ, ଛାତ୍ରୀମାନେ ହଷ୍ଟେଲରେ ପରସାଯାଇଥିବା ଭାତରେ କୀଟପତଙ୍ଗ ଦେଖିବାକୁ ପାଇଥିଲେ | ଖାଦ୍ୟ […]

Read More Text.

କିସ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: କେନ୍ଦୁଝର କଲେକ୍ଟରେଟ୍ ସମ୍ମୁଖରେ ପରିବାର ଓ ଗ୍ରାମବାସୀଙ୍କ ବିଶାଳ ପ୍ରତିବାଦ

କେନ୍ଦୁଝର, ୧୩/୧୨ : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍‌)ର ନବମ ଶ୍ରେଣୀ ଛାତ୍ର ଶିବା ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କେନ୍ଦୁଝରରେ ଉତ୍ତେଜନା ଦେଖାଦେଇଛି | ମୃତ ଛାତ୍ର ଶିବା ମୁଣ୍ଡାଙ୍କ ପରିବାର ସଦସ୍ୟ ଏବଂ ଟିକରଗୁମୁରା ଗ୍ରାମର ଶତାଧିକ ଆଦିବାସୀ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ସେମାନେ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ନ୍ୟାୟ ଦାବି କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ […]

Read More Text.
Img 20251212 wa0209

ଏମ୍ଏସସିବି ୟୁନିଭାର୍ସିଟିରେ ସୁସଂଗଠିତ ଓରିଏଣ୍ଟେସନ କାର୍ଯ୍ୟକ୍ରମ 

ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ର ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ ୟୁନିଟ୍ (ଏମ୍‌.ଆର୍‌.ୟୁ) ଦ୍ୱାରା ୧୧ ଡିସେମ୍ବର ୨୦୨୫ ତାରିଖରେ ଏକ ସୁସଂଗଠିତ ଓରିଏଣ୍ଟେସନ୍ କାର୍ୟକ୍ରମ “ଇପିଡିମିଓଲଜିକାଲ୍ ଆସେସମେଣ୍ଟ ଅଫ୍ ପ୍ରିଡାୟାବେଟିସ୍ ଆଣ୍ଡ୍ ଡାୟାବେଟିସ୍ ଥ୍ରୁ ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ସ୍ ଇନ୍ କଲେଜ୍ ଆଣ୍ଡ୍ ୟୁନିଭର୍ସିଟି ଷ୍ଟୁଡେଣ୍ଟସ୍ ଅଫ୍ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ” ବିଷୟରେ, ଏମ୍‌.ଏସ୍‌.ସି.ବି ୟୁନିଭର୍ସିଟି, ବାରିପଦାର କନଭେନସନ୍ ହଲ୍‌ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଏସ୍‌.ସି.ବି. ମେଡିକାଲ୍ କଲେଜର […]

Read More Text.

ସର୍ବଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ କୋଲକାତା ଓ ସମ୍ବଲପୁର 

ବାରିପଦା : ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ୧ମ ମ୍ୟାଚରେ କୋଲକାତାର ଏଲ ଆର ଏସ ଟିମ ୮ ଉଇକେଟରେ ବିଶାଖାପାଟନମର ଇଷ୍ଟ କୋଷ୍ଟ ରେଲୱେକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଇଷ୍ଟ କୋଷ୍ଟ ରେଲୱେ ୧୮ ଓଭରରେ ୮ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ କିଶୋର କୁମାର ସର୍ବାଧିକ […]

Read More Text.
Img 20251212 wa0225

ସିଭିଲ ସର୍ଭିସ ଆଶାୟୀ ଶିକ୍ଷିତ ଆଦିବାସୀଙ୍କ ପାଇଁ ମାଗଣା କୋଚିଂ

ବାରିପଦା: ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ଆଦିବାସୀ ପିଲାଙ୍କ ଆଇ.ଏ.ଏସ. /ଓ.ଏ.ଏସ. ହେବାର ସ୍ୱପ୍ନ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଆସ୍ପାୟର ଯୋଜନା ମାଧ୍ୟମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବାରିପଦା ପକ୍ଷରୁ ମାଗଣା କୋଚିଂ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏଠାରେ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତୀୟ ପ୍ରଶାସନିକ /ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳ ହେବା ପାଇଁ ଭୁବନେଶ୍ୱରସ୍ଥିତ ସିଭିଲ ସର୍ଭିସ କୋଚିଂ ଅନୁଷ୍ଠାନ ଶୁଭ୍ରା […]

Read More Text.
Img 20251212 wa0222

ଜିଲ୍ଲାସ୍ତରୀୟ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ-୨୦୨୫

ବାରିପଦା : ଆଜି ଜିଲ୍ଲା ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ଅଣସଂକ୍ରମକ ରୋଗର ସ୍ୱାସ୍ଥ୍ୟ ଅଧିକାରୀ   ଡାକ୍ତର ଜ୍ଞାନରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ  ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ-୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ବାରିପଦା ଏ.ଏନ.ଏମ  ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଭାରତୀ ଆରୁଖ, ଜିଲ୍ଲା  ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ ,ତାଲିମ କେନ୍ଦ୍ରର ପ୍ରଶିକ୍ଷୀକା ଏବଂ ଏ ଏନ ଏମ ଛାତ୍ରୀ […]

Read More Text.
Img 20251212 wa0203

ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

ବାରିପଦା : ଆଜି ସ୍ଥାନୀୟ ମୁର୍ଗାବାଡି ସ୍ଥିତ ପ୍ରୟାସ ହଲ ପରିସର ଠାରେ ଓରମାସ ପରିଚାଳିତ ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ତରଫରୁ ଦ୍ଵିତୀୟ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବର୍ତମାନର ପରିବର୍ତ୍ତିତ ସମୟରେ ଥାଲସେମିଆ, ସିକିଲସେଲ ଭଳି ଦୂରାରୋଗ୍ୟ ତଥା ଆକସ୍ମିକ ଦୁର୍ଘଟଣା ପାଇଁ […]

Read More Text.

ଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର ଧରିଲା

ଆଗରପଡ଼ା: ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ବାଲିପୋଖରୀ ସରକାରୀ ହାଇସ୍କୁଲ,ତେଲନଟୀର ଜନୈକା ସହକାରୀ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ, ଏସଏମଡିସି ଓ ଆଲୁମିନି ସଭ୍ୟ ସଭ୍ୟା ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିିଥିବା ଜଣାପଡ଼ିଛି । ସଂପୃକ୍ତ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା, ପାଠପଢ଼ା କ୍ଷେତ୍ରରେ ପାତରଅନ୍ତର ନୀତି ଅବଲମ୍ବନ କରିବା, ଏସଏମଡିସି ଓ ଏସଏମସି ବୈଠକରେ ଅଶୋଭନୀୟ କଥାବାର୍ତ୍ତା କରିବା, ସ୍କୁଲକୁ ଠିକ୍ ସମୟରେ ନ […]

Read More Text.