Photo1 for the news of anganwadi

ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ପାଠପଢାକୁ ନେଇ ଚିନ୍ତାରେ ଅଭିଭାବକ

ଆଗରପଡ଼ା :ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ପାରିପାଶ୍ୱିର୍କ ପରିସ୍ଥିତିକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ବଡ଼ହାଟତ୍ରିଲୋଚନପୁର ପଂଚାୟତ ଅନ୍ତର୍ଗତ ବରହମପୁର ଅଙ୍ଗନବାଡ଼ି କେନ୍ଦ୍ର […]

Read More Text.
Rew

ଏସିଆ ପାୱାର ଇଣ୍ଡେକ୍ସ-୨୦୨୫ରେ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଲୋୱି ଇନିଷ୍ଟିଟ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୫’ ଜାରି କରିଛି। ଏହି ରିପୋର୍ଟରେ ଏସିୟାର ସୈନ୍ୟ, ଆର୍ଥିକ ଓ କୂଟନୈତିକ ଶକ୍ତିର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିଛି। ଏଥିରେ ଏସିଆର ୨୭ ଦେଶଙ୍କ ଶକ୍ତିକୁ ୮ ପ୍ରମୁଖ ଆଧାରରେ ଅଙ୍କା ଯାଇଛି, ଯେଉଁଥିରେ ସୈନ୍ୟ କ୍ଷମତା, ଆର୍ଥିକ ଶକ୍ତି, ପ୍ରତିରକ୍ଷା ନେଟୱାର୍କ, କୂଟନୈତିକ ପ୍ରଭାବ, ସାଂସ୍କୃତିକ ପହଞ୍ଚ, ନମନିୟତା ଓ ଭବିଷ୍ୟତର କ୍ଷମତା ଆଦି […]

Read More Text.
Hel

ଭାରତୀୟ ନୌସେନାର ନୂତନ ଶକ୍ତି: ଚୀନ୍ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ କରିପାରିବ MH-60R ହେଲିକପ୍ଟର

ନୂଆଦିଲ୍ଲୀ: ଏଣିକି ସହଜରେ ଚିହ୍ନଟ କରାଯାଇପାରିବ ଚୀନ୍ ବୁଡ଼ାଜାହାଜ। MH-60R ହେଲିକପ୍ଟର ଦ୍ୱାରା ଭାରତୀୟ ନୌସେନାକୁ ସୁଦୃଢ଼ ​​କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର MH-60R ହେଲିକପ୍ଟର ଫ୍ଲିଟ୍ ପାଇଁ ଏକ ପ୍ରମୁଖ ସହାୟତା ଚୁକ୍ତିକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ପ୍ରାୟ ₹୭,୯୯୫ କୋଟି ମୂଲ୍ୟର ଫଲୋ-ଅନ୍ ସପୋର୍ଟ ଏବଂ ଫଲୋ-ଅନ୍ ସପ୍ଲାଇ ସପୋର୍ଟ ପାଇଁ ଆମେରିକା ସହିତ ପ୍ରସ୍ତାବ ଏବଂ ଗ୍ରହଣ ପତ୍ର (LOA) ସ୍ୱାକ୍ଷର କରିଛି। ନୌସେନାର ଫ୍ଲିଟରେ ଅନ୍ତର୍ଭୁକ୍ତ ଏହି ହେଲିକପ୍ଟରକୁ ସାମୁଦ୍ରିକ […]

Read More Text.
Firb

ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ

କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ବସକୁ ରାସ୍ତାକଡ଼ରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଖବର […]

Read More Text.
Rob

ଚୀନ୍ ସୀମା ଜଗିବ ମାନବୀୟ ରୋବୋଟ୍

ନୂଆଦିଲ୍ଲୀ: ଚୀନ୍ ଏହାର ପ୍ରଯୁକ୍ତିବିଦ୍ୟା ଦକ୍ଷତା ପ୍ରଦର୍ଶନ କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। UBTech Robotics ନାମକ ଏକ କମ୍ପାନୀକୁ ୨୬୪ମିଲିୟନ ୟୁଆନ ଅର୍ଥାତ୍ ପ୍ରାୟ ୩୭ନିୟୁତ ଡଲାର ମୂଲ୍ୟର ଏକ ଚୁକ୍ତିନାମା ଦିଆଯାଇଛି। ଏହି ପଦକ୍ଷେପ ଅଧୀନରେ, କମ୍ପାନୀ ଗୁଆଙ୍ଗସିର ସୀମାବର୍ତ୍ତୀ ଅଞ୍ଚଳରେ ଶିଳ୍ପ-ଗ୍ରେଡ୍ ହ୍ୟୁମାନାଏଡ୍ ରୋବୋଟ୍ ନିୟୋଜିତ କରିବ। ଏହି ନିୟୋଜିତ ଡିସେମ୍ବରରେ ଆରମ୍ଭ ହେବ । ଏପର୍ଯ୍ୟନ୍ତ ଚୀନ୍ ସରକାରୀ କାର୍ଯ୍ୟରେ ରୋବୋଟ୍‌ର ସର୍ବାଧିକ ବ୍ୟବହାର ବୋଲି ଏହାକୁ କୁହାଯାଉଛି । […]

Read More Text.
Karn

କଳି ଭିତରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନ ନେଇ କଳି ତୀବ୍ର ହୋଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ କଳି ଲାଗିରହିଛି । ଏହାରି ଭିତରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ଏହି ଦୁଇ ଚେହେରା । କର୍ଣ୍ଣାଟକରେ ଅଙ୍ଗନୱାଡି ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ ଅବସରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ନେତାଙ୍କ ଶାରୀରିକ ଭାଷାକୁ […]

Read More Text.
Triu

ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ, ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା

ଆମେରିକା : ହ୍ବାଇଟ ହାଉସ ନିକଟରେ ଫୁଟିଲା ଗୁଳି । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ଭୋଗିବାକୁ ପଡ଼ିପାରେ ପରିଣାମ । ଗତକାଲି ହ୍ବାଇଟ ହାଉସ ନିକଟରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଟ୍ରମ୍ପ ପ୍ରଶାସନ କଠୋର । ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା । ଥାର୍ଡ ୱାର୍ଲ କଣ୍ଟ୍ରିରୁ ମାଇଗ୍ରେସନକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ବିଚାର କରୁଛନ୍ତି ଟ୍ରମ୍ପ । ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ […]

Read More Text.
Cy

ଶ୍ରୀଲଙ୍କାରେ ବାତ୍ୟା ‘ଦିତହା’ ତାଣ୍ଡବ; ୫୬ ମୃତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ ଘୂର୍ଣ୍ଣିଝଡ଼ ଦିତହା ଭାରତକୁ ବିପଦରେ ପକାଇଛି। ଏହି ଭୟଙ୍କର ବାତ୍ୟା ଶ୍ରୀଲଙ୍କା ଉପକୂଳରୁ ଧୀରେ ଧୀରେ ଭାରତ ଆଡକୁ ମୁହାଁଇଛି। ବାତ୍ୟା ଦିତହା ପ୍ରଭାବରେ ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ଯେତେବେଳେ କି ୨୩ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଗାମୀ ୧୨ ଘଣ୍ଟା ମଧ୍ୟରେ […]

Read More Text.
Shubhankar

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶୁଭଙ୍କର ମିଶ୍ର

ଭୁବନେଶ୍ବର : ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର। ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବୋଲି ଶୁଭଙ୍କର ଏକ ପଡକାଷ୍ଟରେ କହିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏକ ପଡକାଷ୍ଟରେ ଶୁଭଙ୍କର କହିଥିଲେ, କୌଣସି ପ୍ରେମୀ ଯୁଗଳ ଭୁଲରେ ବି ଶ୍ରୀମନ୍ଦିରକୁ ଯିବା ଉଚିତ ନୁହେଁ। […]

Read More Text.
Putin modi

ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ

ନୂଆଦିଲ୍ଲୀ : ଡିସେମ୍ବର ୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ପୁଟିନ ଭାରତ ଗସ୍ତ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୫ରେ ‘୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି […]

Read More Text.