Ap20048503825402 sixteen nine

ବେଲୁଚିସ୍ତାନରେ ୨୪ ଘଣ୍ଟାରେ ୭ ସ୍ଥାନରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସ୍ଥାନରେ ବିସ୍ଫୋରଣ ଘଟିଛି। କ୍ବେଟା ଓ ଦେରା ମୁରାଦ ଜାମାଲି ଭଳି ସ୍ଥାନକୁ ଟାର୍ଗେଟ କରି ବିଦ୍ରୋହୀ ସଂଗଠନ ପକ୍ଷରୁ ବିସ୍ଫୋରଣ ଘଟାଯାଇଛି। ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି। ମାତ୍ର ଏହି ବିସ୍ଫୋରଣକୁ ନେଇ ସ୍ଥାନୀୟ ଲୋକ ଓ ପ୍ରଶାସନ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଶନିବାର କେତେକ ବିଦ୍ରୋହୀ ଏକ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। […]

Read More Text.
Rajvaban

ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

ଭୁବନେଶ୍ବର: ରାଜଭବନର ନାଁ ବଦଳିଛି। କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ।

Read More Text.
Anant narayan jena

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ପୁନଃ ଗଣତି ଓ ସାନି ନିର୍ବାଚନ କରିବା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ତାଙ୍କର ପ୍ରସ୍ତାବକ ଶ୍ରୀ ଗୋରାଚନ୍ଦ ମଙ୍ଗରାଜ ଦୁଇଟି ପୃଥକ ନିର୍ବାଚନ ମାମଲା ଓଡିଶା ହାଇକୋର୍ଟରେ ଦାଖଲ କରିଛନ୍ତି। ସେହି ଦୁଇଟି ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବା ପାଇଁ […]

Read More Text.
Jsg station

ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଅଘଟଣ। ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଛତିଶଗଡ଼ ରାୟପୁରର ବି.ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି। ସେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଶିକ୍ଷକ ଭାବେ କାର୍ଯ୍ୟରତ। ସୂଚନା ଅନୁସାରେ, ଶିବଶଙ୍କର ଆଜି ସକାଳ ସାଢେ ୭ଟା ବେଳେ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଯାଉଥିବା ବେଳେ ଟ୍ରେନଟି ଛାଡ଼ି ଦେଇଥିଲା। ଫଳରେ ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା […]

Read More Text.
Fire 2025 09 23 02 23 31

ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବାଙ୍କୀ: ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ବୈଦେଶ୍ଵର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି। ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ।ମାତ୍ର ଲିଗାଲ ହେୟାର […]

Read More Text.
1732412236 mohan charan majhi odishacm

ରାଜ୍ୟରୁ ତଡ଼ା ହେଲେଣି ୪୯ ବାଂଲାଦେଶୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ଜଣଙ୍କୁ ବାଂଲାଦେଶ ପଠାଯାଇଛି । ଖୋର୍ଦ୍ଧାରୁ ୨୪ଜଣ, କଟକରୁ ୧୫ଜଣ, ଗଞ୍ଜାମରୁ ୬ଜଣ, କନ୍ଧମାଳରୁ ୩ଜଣ, କୋରାପୁଟରୁ ଜଣେ ଲେଖାଏଁ ତଡା ହୋଇଛନ୍ତି । ଆଉ ଦୁଇ ବାଂଲାଦେଶୀ ଜାଲ୍‌ ପାସ୍‌ପୋର୍ଟ କରି […]

Read More Text.
Barabati e1764598518451 300x172

ବାରବାଟୀ ମ୍ୟାଚ୍ ପାଇଁ ଅନଲାଇନରେ ୨୦୦୦ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି ।  ଅପରାହଣ ୨ଟାରୁ ବୁକିଂ ଆରମ୍ଭ ହୋଇଥିଲା । District ବାଏ zomato app ଜରିଆରେ ଅନଲାଇନ୍ ଟିକେଟ ବିକ୍ରି ହୋଇଥିଲା ।  ଅନଲାଇନ୍ ରେ ୨୦୦୦ ଟିକେଟ୍ ବିକ୍ରି ହୋଇଛି ।  ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାଇଛନ୍ତି ।  ବାରବାଟୀ ମ୍ୟାଚ୍ ପାଇଁ ଟିକଟ ଦର ଅପରିବର୍ତ୍ତିତ ରହିଛି।  କିନ୍ତୁ କମି ଯାଇଛି ସିଟ୍ ସଂଖ୍ୟା । ଗତ ଫେବ୍ରୁଆରୀ ମ୍ୟାଚରେ […]

Read More Text.
B. laxmibai

ଏମ୍ସକୁ ୩. ୪ କୋଟି ଦାନ କଲେ ପ୍ରଫେସର ଡା କେ. ଲକ୍ଷ୍ମୀ ବାଇ

ଭୁବନେଶ୍ବର : ନିଜ ବାସଭବନକୁ ବିିକି ଭୁବନେଶ୍ବର ଏମ୍ସ ୩କୋଟି ୪୦ ଲକ୍ଷ ଟଙ୍କା ଦାନ କଲେ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇ । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି । ଆସନ୍ତା ୫ ତାରିଖରେ ନିଜ ଶତ ବାର୍ଷିକୀ ପାଳନ କରିବେ ଡାକ୍ତର କେ. ଲକ୍ଷ୍ମୀ ବାଇ । ୧୯୪୫ ମସିହାରେ କଟକ ମେଡ଼ିକାଲ କଳେଜର ସେ ଥିଲେ ପ୍ରଥମ ବ୍ୟାଚ୍ […]

Read More Text.
Joda gunfire

ଟଙ୍କା କାରବାରକୁ ନେଇ ଗୁଳିକାଣ୍ଡ, ୬ କୋର୍ଟ ଚାଲାଣ

ଜୋଡା: ଜୋଡା ବଲାଣି ଥାନା ଅଂଚଳରେ ଫୁଟିଲା ଗୁଳି ।  ଟଙ୍କା ଦେଣ ନେଣକୁ ନେଇ ଗୁଳିକାଣ୍ଡ ।  ଏକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ଟଙ୍କା ନେଣଦେଣକୁ ନେଇ କଣ୍ଟ୍ରାକ୍ଟର ଓ ସବ କଣ୍ଟ୍ରାକ୍ଟରଙ୍କ ବିବାଦ ପରେ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି । ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣରେ ବିଳମ୍ବ ହେବାକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ପ୍ରବଳ ଉତ୍ତେଜନା […]

Read More Text.
1732412236 mohan charan majhi odishacm

ନୂଆ ସରକାରରେ ସକ୍ରିୟ ଭିଜିଲାନ୍ସ, ୩୧୮ ମାମଲାରେ ୮୨ ଅଧିକାରୀଙ୍କ ସମ୍ପତ୍ତି ଜବତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆ ସରକାରରେ ଭିଜିଲାନ୍ସ ଆକ୍ଟିଭ । ଏପର୍ଯ୍ୟନ୍ତ ୩୧୮ଟି ଦୁର୍ନୀତି ମାମଲା ହୋଇଛି । ୮୨ ସରକାରୀ ଅଧିକାରୀଙ୍କ ୨୦୮ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତି ଜବତ ହୋଇଛି । ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ପରଠାରୁ ୩୧୮ ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ସେଥିରୁ ଆୟ ବହିର୍ଭୁତ ସମ୍ପତି ଠୁଳରେ ୮୨ ସରକାରୀ ବାବୁଙ୍କ ଉପରେ ଚଢ଼ାଉ ହୋଇ ୨୦୮ କୋଟି ୨୪ […]

Read More Text.