Photo for the news of science exhbition

ବ୍ଲକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀରେ ଅବ୍ୟବସ୍ଥା: ଯୋଗ ଦେଲେନି ଅତିଥି, ସରପଞ୍ଚ କଲେ ଉଦ୍‌ଘାଟନ

ବନ୍ତ/ଆଗରପଡ଼ା: ବୁଧବାର ବନ୍ତ ବ୍ଲକ ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟ କାର୍ଯ୍ୟକ୍ରମ ଥିବା ବେଳେ କୌଣସି ଅତିଥି ଯୋଗ ଦେଇନଥିଲେ । ଫଳରେ ସ୍ଥାନୀୟ ସରପଂଚଙ୍କୁ ନେଇ ଉଦ୍‌ଘାଟନ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏହି ମେଳାରେ ବ୍ଲକର ୧୧୧ ଗୋଟି ବିଦ୍ୟାଳୟରୁ ୧୪୬ଟି ପ୍ରକଳ୍ପ ପ୍ରଦର୍ଶିତ […]

Read More Text.
Jkwdhjksdh 2025 12 03 13 26 28

ବିମାନବନ୍ଦରରେ ଫସି ରହିଲେ ୧୦୦୦ରୁ ଅଧିକ ଯାତ୍ରୀ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ବାରା ପ୍ରଭାବିତ ହୋଇଛି। ଯାହାଫଳରେ ଗତକାଲି ରାତିରୁ ପ୍ରାୟ ୧୦୦୦ଜଣ ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଏବଂ ବୁଧବାର ରାତି ୨ଟାରେ ଉଡ଼ିବାକୁ ନିର୍ଦ୍ଧାରିତ ହୋଇଥିବା ବିମାନକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରନୱେରେ ଅଟକାଇ ଦିଆଯାଇଥିଲା। କିଛି ସମୟ ପରେ ଉକ୍ତ […]

Read More Text.
Images (1)

୧୯ ଅଣ-ୟୁରୋପୀୟ ଦେଶର ପ୍ରବାସ ଆବେଦନ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଜାତୀୟ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକାଶ କରି ୧୯ଟି ଅଣ-ୟୁରୋପୀୟ ଦେଶରୁ ପ୍ରବାସୀମାନଙ୍କ ଆବେଦନ ସ୍ଥଗିତ କରିଛନ୍ତି । ଯେଉଁଥିରେ ଗ୍ରୀନ କାର୍ଡ ଏବଂ ଆମେରିକୀୟ ନାଗରିକତା ପ୍ରକ୍ରିୟାକରଣ ଅନ୍ତର୍ଭୁକ୍ତ । ଗତ ଜୁନ୍ ମାସରେ ଏହି ୧୯ଟି ଅଣ-ୟୁରୋପୀୟ ଦେଶର ଆଂଶିକ ଯାତ୍ରାରେ ପ୍ରତିବନ୍ଧକରେ ପକାଇଥିଲା ଆମେରିକା । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ ଏବଂ ସୋମାଲିଆ ଅନ୍ତର୍ଭୁକ୍ତ । ଏହି ନୂତନ ନୀତିକୁ ରୂପରେଖା ପ୍ରଦାନ କରୁଥିବା ସରକାରୀ […]

Read More Text.
555 092419105221

୨୦୨୬ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନିତ୍ୟାନନ୍ଦ କହିଛନ୍ତି ଯେ ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ। ତଦନୁଯାୟୀ ଏହି ସମୟରେ ଘର ଗଣତି କରାଯିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସୁବିଧା ଅନୁଯାୟୀ ଏହି […]

Read More Text.
Images

ଶପଥ ଗ୍ରହଣର ଲେଖା ପଢ଼ିପାରିଲେନି ବିଧାୟିକା

ପାଟନା: ବିହାର ବିଧାନସଭାର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଜେଡିୟୁ ବିଧାୟିକା ବିଭା ଦେବୀଙ୍କୁ ଗୃହରେ ଅପଦସ୍ଥ ହେବାକୁ ପଡିଛି। ବିଭା ଦେବୀଙ୍କ ନାମ ଡକାଯିବାରୁ ସେ ଉଠିପଡି ଶପଥପାଠ କରିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ଦୁର୍ଭାଗ୍ୟର ବିଷୟ ଏହିକି ଯେ ବିଭା ଦେବୀ ହିନ୍ଦୀରେ ଲେଖାଯାଇଥିବା ଶପଥ ଗ୍ରହଣର ବିଷୟବସ୍ତୁକୁ ପଢିପାରିନଥିଲେ। ତାଙ୍କ କଣ୍ଠସ୍ବର ଥରିବାକୁ ଲାଗିଥିଲା। କଷ୍ଟେମଷ୍ଟେ ଗୋଟିଏ ଦୁଇଟି […]

Read More Text.
Gujurat

କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଗୁଜରାଟ : ଗୁଜରାଟର ଭାବନଗର କାଲ ନାଲା ଅଞ୍ଚଳର ଏକ କମ୍ପ୍ଲେକ୍ସରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବେସମେଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ଶୀଘ୍ର କୋଠା ସାରା ବ୍ୟାପି ଯାଇଥିଲା । କୋଠାରେ ଅନେକ ହସ୍ପିଟାଲ ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୋଠାରେ ଅଗ୍ନିକାଣ୍ଡ ବ୍ୟାପିଯାଇଥିବାରୁ  ରୋଗୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ କାଲୁଭା ରୋଡ୍ ନିକଟସ୍ଥ […]

Read More Text.
Bomb threat

ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ, ସର୍ଚ୍ଚ ଅପରେସନ୍ ଆରମ୍ଭ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ ମିଳିଛି । ଦିଲ୍ଲୀର ଏହି ୨ଟି ରାମଜସ କଲେଜ ଏବଂ ଦେଶ ବନ୍ଧୁ କଲେଜକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଯାହା ଇ-ମେଲ୍ ଦ୍ବାରା ମିଳିଥିବା ସୂଚନା ରହିଛି । ସୂଚନା ପାଇ ବମ୍ ସ୍କ୍ବାର୍ଡ ଏବଂ ଦିଲ୍ଲୀର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସନ୍ଦିଗ୍ଧଙ୍କ ସୂଚନା ମିଳିନାହିଁ । ସୂଚନାନୁଯାୟୀ, ବୋମା ଧମକ ମିଳିବା ପରେ ଦିଲ୍ଲୀର ୨ଟି କଲେଜରେ ବମ୍ […]

Read More Text.
Election 4

ଦିଲ୍ଲୀ MCD ନିର୍ବାଚନ: ୨ଟି ଆସନରେ ହାରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ(MCD)ର ୧୨ ଟି ୱାର୍ଡର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଯେଉଁଥିରେ ଭାରତୀୟ ଜନତା ପାର୍ଟି(BJP) ୭ଟି ଏବଂ ଆମ୍ ଆଦାନୀ ପାର୍ଟି(AAP) ୩ଟି ସିଟ୍ ହାସଲ କରିବାରେ ସଫଳ ହୋଇଛି । କଂଗ୍ରେସ ମଧ୍ୟ ସଙ୍ଗମ ବିହାର-A ଆସନରେ ବିଜୟୀ ହୋଇଛି । ନଭେମ୍ବର ୩୦ରେ ଯେଉଁ ୧୨ଟି ୱାର୍ଡରେ ଭୋଟିଂ ହୋଇଥିଲା । ସେଥିମଧ୍ୟରୁ ୯ଟି ପ୍ରଥମେ ବିଜେପି ପାଖରେ ଥିଲା ଏବଂ ବାକି ସବୁ ଆମ୍ ଆଦାନୀ […]

Read More Text.
Dollar

ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଖସୁଛି ଟଙ୍କାର ମୂଲ୍ୟ । ଶକ୍ତିଶାଳୀ ହେଉଛି ଡଲାର । ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ । ୯୦ ଟଙ୍କା ପାର କଲା ଗୋଟିଏ ଡଲାର । ଅକ୍ଟୋବରରେ ଟ୍ରେଡ୍ ଡେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ବିଦେଶୀ […]

Read More Text.
Mao

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୫ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି- ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାରେ ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗାଙ୍ଗାଲୁର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବାବେଳେ ମାଓବାଦୀ ମାନଙ୍କୁ ଶତାଧିକ ସୁରକ୍ଷା କର୍ମୀ ଘେରି ରହିଛନ୍ତି ।

Read More Text.