Indigo

ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍, ୨୪ ଘଣ୍ଟାରେ ଉତ୍ତର ରଖିବାକୁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଣ୍ଡିଗୋ ସିଇଓଙ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ ।  ଡ୍ୟୁଟିରେ ଖିଲାପ ଥିବା ସୋକଜ୍ ନୋଟିସରେ ଦର୍ଶାଯାଇଛି । କାରଣ ଦର୍ଶାଅ ନୋଟିସ୍ ରେ କୁହାଯାଇଛି, ଯେ ସିଇଓ ପିଟର ଏଲବର୍ସ ବିମାନ ସେବାକୁ ସୁଚାରୁରୂପେ ପରିଚାଳନା କରିବା ଓ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ସୁବିଧା ନିଶ୍ଚିତ କରିବାରେ “ନିଜ କର୍ତ୍ତବ୍ୟରେ ବିଫଳ”ହୋଇଛନ୍ତି । ଏହା ଉଚ୍ଚସ୍ତରୀୟ ପରିଚାଳନାରେ ଥିବା ଅବହେଳାକୁ ଦର୍ଶାଉଛି ।  କିଛି ଦିନ ଧରି ଲଗାତାର ବିମାନ ବାତିଲ , ଯାତ୍ରୀଙ୍କ […]

Read More Text.
Images (1)

ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୨୩ ମୃତ

ଗୋଆ : ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ । ଯାହାଫଳରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ନର୍ଥ ଗୋଆର ଅରପୁରାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଶନିବାର ରାତିରେ ପାର୍ଟି ଚାଲିଥିବାବେଳେ କ୍ଲବରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ପରେ ଚାରିଆଡ଼େ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ୨୦ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ୩ରୁ ୪ ଜଣ ପର୍ଯ୍ୟଟକ ଥିବାବେଳେ […]

Read More Text.
Gundicha temple

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବିରେ ଗୁଣ୍ଡିଚା ମନ୍ଦିର ଆଗରେ ପୁରୀବାସୀଙ୍କ ଧାରଣା

ପୁରୀ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ହେଉ। ଦୀର୍ଘ ଦିନ ଧରି ଦର୍ଶନକୁ ନେଇ ଯେଉଁ ସମସ୍ୟା ଲାଗି ରହୁଛି ତାହାର ସମାଧାନ କରାଯାଉ। ଏଭଳି ଦାବି କରିଛନ୍ତି ପୁରୀ ସହରବାସୀ। ରବିବାର ପୁରୀ ସହରର ଶତାଧିକ ବାସିନ୍ଦା ଏଭଳି ଦାବି କରି ଧାରଣା ଦେଇଥିଲେ। ସେମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦୀପ ଜାଳି ଧାରଣାରେ ବସିଥିଲେ। ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ […]

Read More Text.
Fire 1

ମହିଳାଙ୍କ ହତ୍ୟାକୁ ନେଇ ମୁହାଁମୁହିଁ ହେଲେ ଦୁଇ ଗାଁର ଲୋକେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରବିବାର ଏହି ଘଟଣାକୁ ନେଇ ଦୁଇଟି ଯାକ ଗାଁ ମୁହାଁମୁହିଁ ହେବା ସହିତ ଗୋଟିଏ ଗାଁର ଲୋକେ ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ଘର ଓ ପାଳଗଦାରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ […]

Read More Text.
Images

୯ରେ ବାରବାଟୀ ଲଢ଼େଇ, କ୍ରିକେଟ୍ ପ୍ରେମୀଙ୍କ ପାଇଁ ଜାରି ହେଲା ସ୍ୱତନ୍ତ୍ର ଆମ ବସ୍ ସେବା

ଭୁବନେଶ୍ୱର : ଡିସେମ୍ବର ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉଚ୍ଛ୍ୱାସ। ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ। କଟକ […]

Read More Text.
Barabati 650 041114064135

ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମ୍ୟାଚକୁ ଉପଭୋଗ କରିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ମ୍ୟାଚ ଦେଖିବାକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି। ଅନ୍ୟପଟେ ଦୁଇ ଦଳ ଖେଳାଳି […]

Read More Text.
Accident 3

ଟ୍ରାକ୍ଟର-ବାଇକ ମୁହାଁମୁହିଁ, ୨ ମୃତ, ଜଣେ ଆହତ

ବାଲୁଗାଁ :  ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା  । ଦୁଇ ମୃତ, ଜଣେ ଆହତ  ।  ବାଇକରେ ତିନିଜଣ କ୍ରିକେଟ ଖେଳିବାକୁ ପ୍ରତାପ ଗ୍ରାମ ଅଭିମୁଖେ ଯାଉଥିବା ବେଳେ  ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ତିନି ଜଣ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।  ଦୁର୍ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ନିକଟସ୍ଥ ବନବାସପୁର ଗ୍ରାମ ନିକଟରେ  ।  ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି  ତିନି ଜଣଙ୍କୁ […]

Read More Text.
Traffic

ବାରବାଟୀ ଟି-20 ମ୍ୟାଚ୍ ପାଇଁ ଲାଗୁ ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ବର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୦୯.୧୨.୨୦୨୫ ରେ କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ କ୍ରିକେଟ ମ୍ୟାଚ୍ ଏବଂ ୦୮.୧୨.୨୦୨୫ ରେ ଖେଳାଳିମାନଙ୍କ ଅଭ୍ୟାସ ଅଧିବେଶନ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଦଳଗତ ଗତିବିଧି ଏବଂ ମ୍ୟାଚ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯୋଗୁଁ ଷ୍ଟାଡିୟମକୁ ଯାଉଥିବା ସମସ୍ତ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ ଏବଂ ଟ୍ରାଫିକ୍ କର୍ମଚାରୀଙ୍କ ନିର୍ଦ୍ଦେଶ […]

Read More Text.
Screenshot 2025 11 27 121316 1

ଆହୁରି ୭ ଦିନ ରାଜ୍ୟରେ ଅନୁଭୂତ ହେବ ଅସମ୍ଭାଳ ଶୀତ, ବୋହିବ କାଲୁଆ ପବନ

ଭୁବନେଶ୍ୱର: ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । କାଲୁଆ ପବନ ବୋହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ […]

Read More Text.
Image 2025 12 07t073456.841

ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ୪ଦିନରେ ଚିକିତ୍ସିତ ହେଲେ ୧୬୭୩ ରୋଗୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର ରୋଗୀଙ୍କ ଚିକିତ୍ସା କରିଥିଲେ । ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସେବା ମୋଟ ୪ ଦିନ ଭିତରେ ୧୬୭୩ ଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇଛି । ପ୍ରଥମ ଦିନରେ […]

Read More Text.