Crude oil

ବିଶ୍ୱ ବଜାରରେ କମିବ ତୈଳ ଦର, ତୈଳ ଯୋଗାଣ ଆରମ୍ଭ କଲା ସାଉଦି ଆରାମକୋ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ତୈଳ ଉତ୍ପାଦନକାରୀ କମ୍ପାନୀ ସାଉଦି ଆରାମକୋ ନିଜର ଗୁରୁତ୍ୱପୂର୍ଣ୍ଣ ‘ଇଷ୍ଟ-ୱେଷ୍ଟ ତୈଳ ପାଇପଲାଇନ୍’ରେ ପୁନର୍ବାର ଅପରେସନ୍ ବା ତୈଳ ଯୋଗାଣ କାର୍ଯ୍ୟ ଆରମ୍ଭ କରିଛି । ବିଶ୍ୱ ତୈଳ ବଜାର ପାଇଁ ଏହା ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର । ଏହି ପାଇପଲାଇନ୍ ପୁଣିଥରେ କାର୍ଯ୍ୟକ୍ଷମ ହେବା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଦର ଖୁବଶୀଘ୍ର ହ୍ରାସ ପାଇବାର ଦୃଢ଼ ସମ୍ଭାବନା ସୃଷ୍ଟି ହୋଇଛି । ଗତ […]

Read More Text.
Fixed diposit 750x430

ଅକ୍ଟୋବର ୧ରୁ ବିଭିନ୍ନ ବ୍ୟାଙ୍କ ପାଇଁ FDର ନିୟମ ପରିବର୍ତ୍ତନ କରିବ RBI

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍‌ ବା FD କରୁଛନ୍ତି, ତେବେ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଜାଣି ରଖିବା ଜରୁରୀ। RBI ପକ୍ଷରୁ FDର ସୁଧ ହାର ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି। ତେବେ ଏହାର ଅର୍ଥ ଅକ୍ଟୋବର ୧ରୁ ସମସ୍ତ FDର ସୁଧ ହାର ବଢ଼ିବ କିମ୍ବା କମିବ ନୁହେଁ। ନୂଆ ନିୟମ ଅନୁସାରେ, ସମାନ ଦିନରେ, ସମାନ ରାଶି ଏବଂ ସମାନ ସମୟ […]

Read More Text.
Odisha assembly

ପାଠ୍ୟପୁସ୍ତକ ତ୍ରୁଟି ଓ ଏମଏମଡିଆରକୁ ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ୱର: ମଙ୍ଗଳବାର(୨୨ ସେପ୍ଟେମ୍ବର) ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଆରମ୍ଭରୁ ହିଁ ସରଗରମ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ସକାଳ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦେ ମାତରମ୍‌ ଓ ଜାତୀୟ ସଙ୍ଗୀତ ପରେ ଦିବଙ୍ଗତ ନେତା ଓ ବିଧାୟକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ପ୍ରତିବାଦରୁ ପ୍ରଥମାର୍ଦ୍ଧ ଓ ଅପରାହ୍ନ ଅଧିବେଶନ ମାଡ଼ ଖାଇ […]

Read More Text.
Missing

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ: ୨ ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର : ସମୁଦ୍ରରେ ଗାଧୋଇବା ହେଲା କାଳ । ଢେଉରେ ଭାସିଗଲେ  ଦାଦା, ଖୁଡ଼ି ଓ ଶିଶୁପୁତ୍ର । ପଶ୍ଚିମବଙ୍ଗର ମନ୍ଦାରମଣି ସମୁଦ୍ରରେ ଗାଧୋଇବାକୁ ଯାଇ ଘଟିଛି ଅଘଟଣ । ସମୁଦ୍ରରେ ଗାଧୋଇବା ସମୟରେ ଗୋଟିଏ ପରିବାରର ତିନିଜଣ ସମୁଦ୍ରରେ ଭାସିଯାଇଥିଲେ ।  ଉଦ୍ଧାର ପରେ ୧୦ ବର୍ଷର ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁର ଦାଦା ଓ ଖୁଡ଼ି ଏବେ ମଧ୍ୟ ନିଖୋଜ ଅଛନ୍ତି । ନିଖୋଜ ଦମ୍ପତି ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା […]

Read More Text.
Body of migrant worker lies on the road for three days over religious conversion

ଧର୍ମାନ୍ତରୀକରଣ ପାଇଁ ଗ୍ରାମବାସୀଙ୍କ ବିରୋଧ, ତିନି ଦିନ ହେଲା ଗାଁ ରାସ୍ତାରେ ପଡିରହିଛି ଶବ

ବାରିପଦା : ଧର୍ମାନ୍ତରୀକରଣ କୁ ଗ୍ରାମବାସୀ କଲେ ବିରୋଧ l ଫଳରେ ଜଣେ ଆଦିବାସୀ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିବାବେଳେ ତାର ଶବ କୁ ଗ୍ରାମବାସୀ ଛୁଇଁଲେନି l ତିନିଦିନ ଧରି ଗ୍ରାମରାସ୍ତାରେ ପଡିରହିଛି ଶବ l ଖାଲି ସେତିକି ନୁହେଁ ତାର ପରିବାର ଲୋକଙ୍କୁ ଗ୍ରାମବାସୀ ସାମାଜିକ ବାସନ୍ଦ ତଥା ନିଆଁ ପାଣିରୁ ମଧ୍ଯ ବାଛନ୍ଦ କରିଛନ୍ତି l ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ […]

Read More Text.
IMG 20260921 WA0286

ରାଇରଙ୍ଗପୁର–ବାଦାମପାହାଡ଼ରୁ ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ଦୈନିକ ଭୁବନେଶ୍ୱର-ପୁରୀ ଟ୍ରେନ୍ ଚଳାଚଳ ଦାବି

ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ବାରିପଦା: ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର–ବାଦାମପାହାଡ଼ ଅଞ୍ଚଳର ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ଦାବିରେ ପୂର୍ବତନ ବହଳଦା ବିଧାୟକ ତଥା ଅଖିଳ ଭାରତୀୟ ଆଦିବାସୀ କଂଗ୍ରେସର ଜାତୀୟ ସଂଯୋଜକ (ଇନ୍‌ଚାର୍ଜ, ଆସାମ) ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଏକ ସ୍ମାରକପତ୍ର, ରାଇରଙ୍ଗପୁର ଷ୍ଟେସନ ମ୍ୟାନେଜର ଶ୍ରୀ ସୁରେଶ ସୋରେନଙ୍କ ମାଧ୍ୟମରେ  ଆଜି   ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ବାଦାମପାହାଡ଼–ରାଇରଙ୍ଗପୁରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜଧାନୀ […]

Read More Text.
IMG 20260921 WA0269

ରାଇରଙ୍ଗପୁର ମହାବିଦ୍ୟାଳୟରେ ପିଏମ -ଉଷା  ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ.

ବାରିପଦା :ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପି ଏମ ଉଷା ) କ୍ରମରେ ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ପାଇଁ ୫ ଦିନିଆ ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏହି ସଚେତନତା କର୍ମଶାଳା ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ସାଂସଦ ଶ୍ରୀ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ […]

Read More Text.
IMG 20260921 WA0304

ଏସଆଇଆର୍- ୨୦୨୬ ଅଧୀନରେ ରାଇରଙ୍ଗପୁର ଓ ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବାରିପଦା: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ–୨୦୨୬ ଅଧୀନରେ ଆଜି ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହି ଉପଲକ୍ଷେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ରାଇରଙ୍ଗପୁର  ଉପ ଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମଙ୍କ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ କଂଗ୍ରେସ ଦଳର ଶ୍ରୀ ରୂପକ  ମହାନ୍ତି,ବିଜୁ ଜନତା ଦଳର […]

Read More Text.
IMG 20260921 WA0313

ମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟର, ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ ବାରିପଦା: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଆଇଆର)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ଆଜି ପ୍ରକାଶ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୋଟର୍ ତାଲିକା ପ୍ରକାଶନର […]

Read More Text.
Uttarakhand school holiday 2026 schools closed in four districts today 1200x675 1784626337268 1024x576

ଆସନ୍ତାକାଲି ଜଗତସିଂହପୁରରେ ସମସ୍ତ ସ୍କୁଲ ବନ୍ଦ

ଜଗତସିଂହପୁର: ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ ବନ୍ଦ ରହିବ। ପ୍ରବଳ ବର୍ଷାରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।ବଙ୍ଗୋପସାଗରରେ ସୃଷ୍ଟ ପାଣିପାଗ ବ୍ୟବସ୍ଥା ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ଭାରୀ ବର୍ଷାର ଆଶଙ୍କା ରହିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

Read More Text.