Cm majhi

ସମ୍ବଲପୁରରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି

ସମ୍ବଲପୁର: ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍‌ଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ ଇନ୍‌ ଟେକ୍ ଓ୍ବେଲ୍‌ […]

Read More Text.
Scb

ନାବାଳକକୁ ଗୁଳିମାଡ: କଟକ ସ୍ଥାନାନ୍ତର

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା। ନାବାଳକ ଛାତିରେ ଗୁଳି ବାଜିଥିଲା। ନାବାଳକ ଜଣକ ଭଡ଼ାରେ ରହୁଥିଲେ। ଗୁଳିବାଜିବା ପରେ ନାବାଳକଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିବା ସହିତ ଘରୁ କିଛି ସାମଗ୍ରୀ […]

Read More Text.
PURI INTERNATIONAL AIRPORT 2 1536x832 1 750x430

ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ହେବନି ଅବୈଧ ନିର୍ମାଣ

ପୁରୀ: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ଚାରିପାଖେ ଯେଭଳି ମନମୁଖୀ ଭାବେ କୋଠାବାଡ଼ି ଓ ଉଚ୍ଚ ଅଟ୍ଟାଳିକା ଏବଂ ନିର୍ମାଣ ନ ହେବ, ସେଥିପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସର୍ଭେ କରାଯିବ । ଏ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇସାରିବାରୁ ଏହା ଯେଭଳି ସଂରକ୍ଷିତ ରହିବ, ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟ ପରିବହନ ବିଭାଗ ଏ ନେଇ ଏକ ଟେଣ୍ଡର ଆହ୍ୱାନ କରିଛି । ଏହି ସ୍ଥାନଟି ବିମାନବନ୍ଦର ପାଇଁ ଚିହ୍ନଟ […]

Read More Text.
Screenshot 2025 12 24

‘ସରପଞ୍ଚଙ୍କ ପାଇଁ ନିହାତି ଆବଶ୍ୟକ ଓଡ଼ିଆ ଲେଖି ପଢ଼ି ଜାଣିବା’

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ଜଣେ ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଭାବରେ ସନ୍ତୋଷଜନକ ଭାବେ କାର୍ଯ୍ୟ ତୁଲାଇବାକୁ ହେଲେ ଓଡ଼ିଆ ପଢ଼ିବା ଓ ଲେଖିବା ଦକ୍ଷତା ଅତ୍ୟନ୍ତ ଜରୁରୀ । […]

Read More Text.
Screenshot 2026 01 10

ରାଉରକେଲା ବିମାନ ଦୁର୍ଘଟଣା: ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍

ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ଥିଲେ । ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍‌ ମେଡିକାଲରେ ଚିକିତ୍ସା ଜାରି ରହିଛି । ସେମାନଙ୍କ ଚିକିତ୍ସା ପାଇଁ ଦୁଇଜଣ ବରିଷ୍ଠ ଡାକ୍ତଙ୍କୁ ରାଉରକେଲା ପଠା ଯାଇଛି […]

Read More Text.
Screenshot 2025 12 28 155502 747x430

ପୁଣି ଭାଇରାଲ ହେଲା ଆନନ୍ଦ ବଜାର ଫଟୋ; ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଶ୍ରୀମନ୍ଦିର ଆନନ୍ଦ ବଜାର ଭାଇରାଲ ହୋଇଛି । ମୋହିତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଅପଲୋଡ଼ କରି ପ୍ରଘଟ କରିଥିବା ଜଣାପଡ଼ିଛି । ଫଟୋ ପ୍ରଘଟ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି । ଶ୍ରୀମନ୍ଦିର ଆନନ୍ଦ […]

Read More Text.
OJEE Banner 750x411

ଜାନୁଆରୀ ୨୭ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ ପାଇଁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଜାନୁଆରୀ ୨୭ ତାରିଖରୁ ବିଦ୍ୟାର୍ଥୀ ମାନେ ଅନ୍‌ଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି । ମେ’ ୧୧ରୁ ୧୭ ପର୍ଯ୍ୟନ୍ତ ପରୀକ୍ଷା ହେବ। ମେ’ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ […]

Read More Text.
Cms grivance 750x430

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖ ତଥା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତାକାଲି ଜନ ଅଭିଯୋଗ ଶୁଣାଣି ହେବନି l ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣ ମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ l ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସମାଧାନ ଅଧିବେଶନ ନାଗରିକମାନଙ୍କ ପାଇଁ ରାଜ୍ୟ ନେତୃତ୍ୱଙ୍କୁ […]

Read More Text.
Massive fire

ପ୍ରେମାନନ୍ଦ ମହାରାଜ ରହୁଥିବା ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ

ବୃନ୍ଦାବନ: ଶ୍ରୀକୃଷ୍ଣ ଶରଣମ୍ ସୋସାଇଟିର ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଛି । ଯେଉଁଠାରେ ପ୍ରସିଦ୍ଧ ମଥୁରା-ବୃନ୍ଦାବନ ସନ୍ଥ ପ୍ରେମାନନ୍ଦ ମହାରାଜ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେଠାରେ ପ୍ରେମାନନ୍ଦ ମହାରାଜ ରହୁନାହାଁନ୍ତି ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ।ଏବେ କିନ୍ତୁ ସେହି ଫ୍ଲାଟରେ ପ୍ରେମାନନ୍ଦ ମହାରାଜ ଜୀ ରହୁନାହାଁନ୍ତି । ସେ କେଲିକଞ୍ଜର ଏକ ଆଶ୍ରମରେ ରହୁଛନ୍ତି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ […]

Read More Text.
Prashant tamang death 2026 01 11 16 14

ପରଲୋକରେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା

ନୂଆଦିଲ୍ଲୀ: ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ମାତା ରାଜେଶ ଘଟାନି ତମାଙ୍ଗଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଦାର୍ଜିଲିଂର ଗାୟକ ମହେଶ ସେୱ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗାୟକ ମହେଶ ସେୱା କହିଛନ୍ତି, ଦିଲ୍ଲୀ ସ୍ଥିତି ବାସଭବନରେ ପ୍ରଶାନ୍ତ ତମାଙ୍ଗଙ୍କ ହୃଦଘାତରେ ପରଲୋକ ଘଟିଛି। ମହେଶ ରବିବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶାନ୍ତ ତମାଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ତାଙ୍କ […]

Read More Text.