ରାଷ୍ଟ୍ରୀୟ ପ୍ରଶାସନିକ ସେବା ଦିବସରେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା 

ବାରିପଦା : ପ୍ରତିବର୍ଷ ଏପ୍ରିଲ ୨୧ ତାରିଖରେ ସାରାଦେଶରେ ରାଷ୍ଟ୍ରୀୟ ପ୍ରଶାସନିକ ସେବା ଦିବସ ଭାବେ ପାଳନ କରାଯାଇଥାଏ I ସରକାରଙ୍କ ସମାଜ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ସହ ଦେଶର ପ୍ରଗତିରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ I ଏହି ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠି […]

Read More Text.

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଅଜିତ କୁମାରଙ୍କ ଯୋଗଦାନ

ରାଇରଙ୍ଗପୁର ::ଆଜି  ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା (୨୦୨୨ବ୍ୟାଚ)ର ଅଧିକାରୀ ଶ୍ରୀ ଅଜିତ କୁମାର. ନାଗାଲ୍ୟାଣ୍ଡ କ୍ୟାଡ଼ରରୁ ଆନ୍ତଃ କ୍ୟାଡର ସ୍ଥାନାନ୍ତର ହୋଇ ଓଡିଶା ସରକାରରେ ଯୋଗଦେବାପରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧୭ ଏପ୍ରିଲ ୨୦୨୬ ରିଖ ଅଧିସୂଚନା ସଂଖ୍ୟା -୧୧୯୧୧ ଅନୁଯାୟୀ  ଶ୍ରୀ ଅଜିତ କୁମାର, ଆଇ.ଏ.ଏସ.ଙ୍କୁ  ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି. ଗତକାଲି ସେ ଜିଲ୍ଲାପାଳଙ୍କ ଠାରେ […]

Read More Text.

 ପ୍ରତିମୂର୍ତ୍ତି ସଫେଇ, ସଂରକ୍ଷଣ ଆମ ନୈତିକ ଦାୟିତ୍ୱ 

ବନ୍ଦେ ବରପୁତ୍ରମ୍ କାର୍ଯ୍ୟକ୍ରମରେ ବାରିପଦାରୁ ବିଶ୍ୱକୁ ବାର୍ତ୍ତା  ବାରିପଦା : ବନ୍ଦେ ବରପୁତ୍ରମ୍ କାର୍ଯ୍ୟକ୍ରମରେ ବାରିପଦାରେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ବିଶ୍ୱପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ସକାଳ ସାଢେ 6 ଟାରେ ଷ୍ଟେସନ ରୋଡ଼ରୁ ବିଶାଳ ଶୋଭାଯାତ୍ରାକୁ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ କମିଟିର ଅଧ୍ୟକ୍ଷ ସେବାନିବୃତ୍ତ ପୋଲିସ ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ। ଶୋଭାଯାତ୍ରା କେସି ସର୍କଲ, ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ମହାରାଣୀ […]

Read More Text.

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବିବାହ ବନ୍ଧନରେ ଆବଦ୍ଧ ହେଲେ ୫୭ ଯୋଡ଼ି

ବାରିପଦା : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ୫୭ ଯୋଡ଼ି ବର ଓ ବଧୂ ପାରମ୍ପରିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି। ଏହି […]

Read More Text.

ସନାତନ ଧର୍ମର ପୁନରୁଦ୍ଧାରକର୍ତ୍ତା ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ : ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସନାତନ ଧର୍ମର ମହାନ୍ ସଂସ୍କାରକ ତଥା ଅଦ୍ୱୈତ ବେଦାନ୍ତର ପ୍ରତିଷ୍ଠାତା ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ଜୟନ୍ତୀ ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ଶ୍ରଦ୍ଧା ଓ ଗୌରବର ସହ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଓଡ଼ିଶା ଲେଖକ ସମବାୟ ସମିତି ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ଭୁବନେଶ୍ୱର ଶାଖାର ସଭାପତି ଶ୍ରୀ […]

Read More Text.

ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି  ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ  ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ ବିପ୍ଲବର ପ୍ରାଣକେନ୍ଦ୍ର ସାଜିଥିବା ଇସ୍ପାତ ନଗରୀ ପାଇଁ ଅନେକ ଗୁଡିଏ ବିକାଶ ମୂଳକ ପ୍ରକଳ୍ପ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ବାରା   ଶୁଭାରମ୍ଭ ହେବ। ଓଡିଶାର ମିନି […]

Read More Text.

କେଦାରନାଥ ଧାମରେ ମୋବାଇଲ୍ ବ୍ୟବହାର ନିଷେଧ

ନୂଆଦିଲ୍ଲୀ: ମଙ୍ଗଳବାର କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଅନୁଯାୟୀ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା, ଫଟୋ, ଭିଡିଓ ଏବଂ ରିଲ୍ ରେକର୍ଡିଂ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଯେକୌଣସି ଭକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶାନ୍ତିପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଦର୍ଶନ ସୁନିଶ୍ଚିତ କରିବା […]

Read More Text.

ରାଷ୍ଟ୍ର ଗଠନରେ ସିଭିଲ୍ ସର୍ଭିସ୍‌ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ସିଭିଲ ସର୍ଭିସ୍‌ ଦିବସରେ ସାରା ଦେଶରେ ସିଭିଲ ସର୍ଭିସ କର୍ମଚାରୀଙ୍କ ଅବଦାନକୁ ମନେ ପକାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ କହିଛନ୍ତି ସେମାନେ ଦେଶର ସୁଶାସନ ଏବଂ ବିକାଶର ମେରୁଦଣ୍ଡ । ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଭିଲ୍‌ ସର୍ଭିସ୍ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ସେମାନେ ସୁଶାସନକୁ ସୁଦୃଢ଼ ​​କରିବା ଏବଂ ସଶକ୍ତ […]

Read More Text.

ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହଇଚଇ

ନୂଆଦିଲ୍ଲୀ : ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଯାହା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏନେଇ ତଦନ୍ତ କରୁଛି ଏଫବିଆଇ । ମୃତ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁକ୍ଲିୟର ଏବଂ ଏରୋସ୍ପେଶ ସାଇଣ୍ଟିଷ୍ଟ । […]

Read More Text.

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ

ଭୁବନେଶ୍ୱର  : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ ।  ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି ।  ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି କରାଯିବ। ସବୁ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ସାମିଲ କରାଯିବ । ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ । ୨୭ରୁ୨୯ ଯାଏଁ […]

Read More Text.