Ayodha m

ରାମ ନବମୀରେ ରାମଲଲାଙ୍କ ସୂର୍ଯ୍ୟ ତିଳକ, ଦିବ୍ୟ ଦର୍ଶନ କଲେ ଭକ୍ତ

ଉତ୍ତରପ୍ରଦେଶ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ରାମଲାଲାଙ୍କ କପାଳରେ ‘ସୂର୍ଯ୍ୟ ତିଳକ’ ଏକ ଅତ୍ୟନ୍ତ ଚମତ୍କାର ଦୃଶ୍ୟ ଦେଖାହୋଇଛି । ପ୍ରତିବର୍ଷ ରାମ ନବମୀ ତିଥିରେ ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ସିଧାସଳଖ ଯାଇ ପ୍ରଭୁଙ୍କ କପାଳରେ ପଡ଼ିଥାଏ, ଯାହା ଏକ ପ୍ରକାଶମୟ ତିଳକ ଭଳି ଦୃଶ୍ୟମାନ ହୁଏ । ଏହା ପଛରେ କୌଣସି ବିଦ୍ୟୁତ୍ ବ୍ୟବହାର କରାଯାଇ ନାହିଁ । ରୁରକି ଏବଂ ବେଙ୍ଗାଲୁରୁର ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଅପ୍ଟୋ-ମେକାନିକାଲ୍ ସିଷ୍ଟମ୍ ତିଆରି କରିଛନ୍ତି […]

Read More Text.

ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି

ନୂଆଦିଲ୍ଲୀ: ତେଲ ଟିକସ କମାଇଲେ କେନ୍ଦ୍ର ସରକାର ।  ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି । ଏହାର ପ୍ରଭାବରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ‘ଏକ୍ସାଇଜ୍ ଡ୍ୟୁଟି’ (କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ) କମାଇ ଦେଇଛନ୍ତି ।  ପେଟ୍ରୋଲରେ କେନ୍ଦ୍ରୀୟ ଶୁଳ୍କ ଲିଟର ପିଛା ୧୩ ଟଙ୍କାରୁ […]

Read More Text.

ବସ୍-ପିକ ଅପ୍ ଧକ୍କା; ୧୦ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଫଳରେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବା ବେଳେ ଛିନ୍ଦୱାଡ଼ାର ନାଗପୁର ରୋଡର ସିମାରିୟା ନିକଟରେ ବସ୍ ଓ ପିକଅପ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ଘଟଣାକୁ […]

Read More Text.

୧୦ ଦିନ ପାଇଁ ଟ୍ରମ୍ପଙ୍କ ଯୁଦ୍ଧବିରତି

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ବନ୍ଦ । ୧୦ ଦିନ ପାଇଁ ଟ୍ରମ୍ପଙ୍କ ଯୁଦ୍ଧବିରତି । ଇରାନ ଉପରେ ୧୦ ଦିନ ପାଇଁ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା । ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ପେଣ୍ଟାଗନ । ଇରାନ ସହ ଆଲୋଚନା ଭଲ ଚାଲିଛି । ଇରାନର ଅନୁରୋଧରେ ଏହି ଆକ୍ରମଣ ସ୍ଥଗିତ ରଖାଯାଇଥିବା ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ୧୦ ଦିନିଆ ଯୁଦ୍ଧବିରତି […]

Read More Text.

ରାଜମହଲ ଛକରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି। ରାଜମହଲ ଛକରେ ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇ ଏପରି ଉଦ୍ୟମ କରିଛନ୍ତି। ରାମନବମୀ ଉତ୍ସବ ପାଳନରେ ରାଜଧାନୀ ଚଳଚଞ୍ଚଳ ହେଉଥିବା ସମୟରେ ପ୍ରମୁଖ ଛକ ରାଜମହଲରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ କେଦାରପଲ୍ଲୀ ବସ୍ତିର ସୁଶାନ୍ତ କୁମାର ନାୟକ। ପାରିବାରିକ କଳହ ପାଇଁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପ୍ରଥିମ ସୂଚନା […]

Read More Text.
Murder case

ନିଶାସକ୍ତ ଅବସ୍ଥାରେ ବାପର ଜୀବନ ନେଲା ପୁଅ

ବାରିପଦା: ନିଶାଗ୍ରସ୍ତ ପୁଅ ନେଲା ବାପର ଜୀବନ l ଏହିଭଳି ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଞ୍ଚଳର ହଳଦିପାଳ ପଞ୍ଚାୟତର ଲଦଡ଼ିହି ଗ୍ରାମରେ l ଗତକାଲି ରାତ୍ରୀରେ ଉକ୍ତ ଗ୍ରାମର ଗୋବିନ୍ଦ ମାରାଣ୍ଡି ଘରେ ଶୋଇଥିବା ସମୟରେ ତାଙ୍କ ପୁଅ ମଧୁ ମାରାଣ୍ଡି ଘରକୁ ନିଶାଗ୍ରସ୍ତ ଅବସ୍ଥାରେ ଆସି ବାପା କୁ ଚାରିଶହ ଟଙ୍କା ମାଗିଥିଲା l ବାପା ଗୋବିନ୍ଦ ମାରାଣ୍ଡି ଟଙ୍କା ନଦେବାରୁ […]

Read More Text.

 ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ: ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ 

ଇ-ଚାଲାଣ ଜରିଆରେ ୩୦,୬୭,୧୬୬  ଟଙ୍କାର ଜୋରିମାନା ବାରିପଦା : ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚଳିତ ମାର୍ଚ୍ଚ ମାସ ତା.୨୧ ରୁ  ତା. ୩୧ ରିଖ , ୨୦୨୬ ପର୍ଯ୍ୟନ୍ତ ସଡ଼କ ସୁରକ୍ଷାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀଙ୍କ ତତ୍ୱାବଧାନରେ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଏନଫୋର୍ସମେଣ୍ଟ ସହ ସଡ଼କ ସୁରକ୍ଷାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଏବଂ ଅଭିଯାନକୁ ଫଳପ୍ରସୂ […]

Read More Text.

ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାରିପଦା : ବାମନଘାଟୀ ଉପଖଣ୍ଡର ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଙ୍କୁ   ଉପଖଣ୍ଡ ପ୍ରଶାସନ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଚଳିତ ମାର୍ଚ୍ଚ ୩୧ ତାରିଖରେ ସରକାରୀ ଚାକିରୀରୁ ଅବସର ନେବାକୁ ଥିବା ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଉଭୟ ପ୍ରଶାସନିକ […]

Read More Text.

କିଶୋରୀ ମାତୃତ୍ଵ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ କର୍ମଶାଳା

ବାରିପଦା : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ କିଶୋରୀ ମାତୃତ୍ଵ ସମ୍ବନ୍ଧୀୟ ଏକ କର୍ମଶାଳା ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ  ବିଶ୍ୱାଳ […]

Read More Text.

ବସ୍‌-ଟ୍ରକ ମୁହାଁମୁହିଁ : ଜଳିଗଲା ବସ୍, ୧୩ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଗୁରୁବାର ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ଟ୍ରାଭେଲ୍ସ ବସ୍‌ ଏକ ଟିପ୍ପର ଟ୍ରକ ସହିତ ଧକ୍କା ହୋଇ ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ୬ଟାରେ ହରିକୃଷ୍ଣ ଟ୍ରାଭେଲ୍ସର ବସ୍‌ଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଥିଲା ଏବଂ ଅନେକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି। […]

Read More Text.