ବଢ଼ୁଛି ତାତି, ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ଖରା ଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ 40 ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି ।  ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହିସବୁ ଜିଲ୍ଲା ଗୁଡିକର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀଙ୍କ । ପ୍ରଥମେ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ […]

Read More Text.

ସୀମା ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସୀମା ନିର୍ଦ୍ଧାରଣ ବିବାଦ  ।  ଓଡ଼ିଶାର ସ୍ୱର ଦବିଯିବା ନେଇ ବିରୋଧୀ ଦଳ ନେତା ନବୀନଙ୍କ ସତର୍କବାଣୀ ।  ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାରୁ ଅଲଗା କର । ପ୍ରସ୍ତାବିତ ସମ୍ବିଧାନ ୧୩୧ତମ ସଂଶୋଧନ ବିଲ୍, ୨୦୨୬କୁ ନେଇ ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି ।  ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣ ସହ ଯୋଡ଼ିବା ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ୱ ଓ ଆର୍ଥିକ […]

Read More Text.

ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପରାମର୍ଶ.

ବାରିପଦା : ସମ୍ପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଦୃଷ୍ଟିରୁ ଆକସ୍ମିକ ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତତ ସହିତ ଜନସାଧାରଣଙ୍କୁ ମଧ୍ୟ ଏଥି ପ୍ରତି ସଜାଗ ରହିବା ଏବଂ ଏହାର ମୁକାବିଲା ନିମନ୍ତେ କେତେ ଗୁଡିଏ ସତର୍କତାମୂଳକ ପଦକ୍ଷେପ ଅନୁପାଳନ କରିବା ପାଇଁ ପରାମର୍ଶ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ପ୍ରଶାସନ ତରଫରୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ  ଜନସାଧାରଣଙ୍କୁ ସତର୍କତା ମୂଳକ ପଦକ୍ଷେପ […]

Read More Text.

ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ପଣା ଓ ଖାଦ୍ୟ ବଣ୍ଟନ

ବାରିପଦା : ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ବାରିପଦା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମୟୂରଭଞ୍ଜ ସେବା ସଂଗଠନ” ପକ୍ଷରୁ ପଣା ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଂଗଠନର ପ୍ରତିଷ୍ଠାତା ସଭାପତି ଚିନ୍ମୟ ଦାସ, ଉପ-ସଭାପତି ସନ୍ଦୀପ କୁମାର ନାଥ, ସମ୍ପାଦକ ଭରତ କୁମାର ପାତ୍ର ଏବଂ ଉପଦେଷ୍ଟା ଅରବିନ୍ଦ ମୁଖିଙ୍କ ଉଦ୍ୟମରେ ସଂଗଠନ ପକ୍ଷରୁ ୨ ହଜାରରୁ ଅଧିକ ଲୋକଙ୍କୁ ବେଲ ପଣା ସହ ଶହେରୁ […]

Read More Text.

ପ୍ରତୀକ ଅର୍ଗାନାଇଜେସନ୍ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପଣା ବଣ୍ଟନ 

ବାରିପଦା : ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପ୍ରତୀକ ଅର୍ଗାନାଇଜେସନ୍ ଫର୍ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଶ୍ରୀ ଶ୍ରୀ ହରି ବଳଦେବଜୀଉଙ୍କ ମନ୍ଦିର ନିକଟରେ ପଥଚାରୀ ଓ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ଓ ପାରମ୍ପରିକ ଦହିପଣା ବଣ୍ଟନ କରାଯାଇଥିଲା I ପଣା ସଂକ୍ରାନ୍ତି ଓଡ଼ିଆ ସଂସ୍କୃତିରେ ଏକ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ଭାବେ ପରିଚିତ I ଓଡ଼ିଆ ନବବର୍ଷର ପ୍ରଥମ ଦିନରେ ପଣା ପାନ କରି ଶରୀର ଓ ମନକୁ ଶିତଳ […]

Read More Text.

ସ୍କୁଲରେ ଗୁଳିକାଣ୍ଡ: ୪ ମୃତ, ୨୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ପୁଣି ତୁର୍କୀର ଏକ ସ୍କୁଲରେ ଭୟାବହ ଗୁଳିକାଣ୍ଡ । ସ୍କୁଲ ଛାତ୍ରର ଆଖିବୁଜା ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର । ମୃତକଙ୍କ ମଧ୍ୟରେ ତିନି ଛାତ୍ର ଓ ସ୍କୁଲର ଜଣେ ଶିକ୍ଷକ ସାମିଲ ଅଛନ୍ତି। ସ୍କୁଲରେ ଗୁଳିକାଣ୍ଡ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଗୁଳିରେ ହତ୍ୟାକାରୀ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ଦକ୍ଷିଣ-ପୂର୍ବ ତୁର୍କୀର ଆଜେର ଚାଲିକ ମାଧ୍ୟମିକ ବିଦ୍ୟାଳୟରେ ପାଠପଢା ଚାଲିଥିବା […]

Read More Text.

ରାଘବ ଚଢାଙ୍କ ସିକ୍ୟୁରିଟି ପ୍ରତ୍ୟାହାର କଲା ଆପ୍, ମିଳିଲା କେନ୍ଦ୍ର ସରକାରଙ୍କ Z କାଟାଗୋରି ସୁରକ୍ଷା

ନୂଆଦିଲ୍ଲୀ: ପଞ୍ଜାବରେ ଆପ୍ ସରକାର ରାଘବ ଚଢାଙ୍କ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି । ଆଉ ରାଘବ ଚଢା କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି ସୂଚନା ମିଳୁଛି । କେନ୍ଦ୍ର ସରକାର ତାଙ୍କୁ “Z” କାଟାଗୋରି ପ୍ରଦାନ କରିବେ ବୋଲି ଜଣାପଡିଛି । ଦିଲ୍ଲୀ ଏବଂ ପଞ୍ଜାବରେ ତାଙ୍କୁ “Z” କାଟାଗୋରି ମିଳିବ କିନ୍ତୁ ଅନ୍ୟ ସ୍ଥାନରେ Y ପ୍ଲସ ସିକ୍ୟୁରିଟି ଦିଆଯିବ ବୋଲି ଜଣାପଡିଛି । ଆମ ଆଦମୀ ପାର୍ଟି ନିକଟରେ ରାଘବ ଚଢାଙ୍କୁ […]

Read More Text.

ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ୨୫୦ ନିଖୋଜ

ନୂଆଦିଲ୍ଲୀ : ଆଣ୍ଡାମାନ ସାଗରରେ ମାଲେସିଆ ଅଭିମୁଖେ ଯାଉଥିବା ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ିଯାଇଛି । ଘଟଣାରେ ୨୫୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏଥିରେ ବେଆଇନ ଭାବରେ ଯାତ୍ରା କରୁଥିବା ଅନେକ ଲୋକ ଥିଲେ । ଅଧିକାଂଶ ରୋହିଙ୍ଗ୍ୟା ଶ୍ରମିକ ଏବଂ ବାଂଲାଦେଶୀ ନାଗରିକ । ଅତି କମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଦି ଡେଲି ଷ୍ଟାର ଏକ ରିପୋର୍ଟ ଅନୁଯାୟୀ, ଡଙ୍ଗାଟି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ନାଗରିକଙ୍କ ସମେତ ପ୍ରାୟ ୨୫୦-୨୮୦ […]

Read More Text.

ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ବିହାର: ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି ।  ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । NDA ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ନିଜର ଦାବି ରଖିଥିଲେ । ଏହା ପୂର୍ବରୁ […]

Read More Text.

ସ୍କୁଲ ଗେଟ୍ ଭୁଶୁଡ଼ି ୨ ଛାତ୍ରୀ ମୃତ

ଗଜପତି:ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ରୁବୁଡିସିଂ ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ବୁଧବାର ଘଟିଛି ବଡ଼ ଅଘଟଣ। ସ୍କୁଲର ଗେଟ୍ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଚତୁର୍ଥ ଶ୍ରେଣୀ ଛା୍ତ୍ରୀ ହୋଇଥିବା ବେଳେ ଆଉ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ। ପିଲାମାନେ ଖେଳୁଥିବା ହଠାତ୍ ଗେଟ୍‌ଟି ଭୁଶୁଡ଼ି ପଡ଼ିଥିଲା। ତାହା ଏହି ଦୁଇ ଛାତ୍ରୀଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ନିମ୍ନମାନର କାମ ହୋଇଥିବାରୁ ଏପରି ଘଟିଥିବା କୁହାଯାଉଛି।ଖବର […]

Read More Text.