ଜମି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର କୋଦାଳ ଆକ୍ରମଣରେ ମହିଳା କମଳା ସେଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଅବସ୍ଥା ଗୁରୁତର ହୋଇପଡିଥିଲେ । ପରିବାର ଲୋକ ତାକୁ ଖଇରା ମେଡିକାଲ ଆଣିଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା […]

Read More Text.

କଂଗ୍ରେସ ସୁବିଧାବାଦୀ, କେବଳ ବିଶ୍ୱାସଘାତକତା କରିବା ଜାଣିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦି ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଇ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସୁବିଧାବାଦୀ। କେବଳ ବିଶ୍ୱାସଘାତକତା କରିବା ଜାଣିଛି। ତାମିଲନାଡୁର ବର୍ତ୍ତମାନର ପରିସ୍ଥିତି ଦେଖନ୍ତୁ। ୨୫ ରୁ ୩୦ ବର୍ଷ ଧରି କଂଗ୍ରେସ ଦଳ ଏବଂ ଡିଏମ୍‌କେ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ଡିଏମ୍‌କେ ସହିତ ମେଣ୍ଟ ବାରମ୍ବାର କଂଗ୍ରେସ ଦଳକୁ ସଙ୍କଟରୁ ରକ୍ଷା କରିଥିଲା। ୨୦୧୪ପୂର୍ବରୁ […]

Read More Text.

ତାମିଲନାଡୁରେ ବିଜୟଙ୍କ ଯୁଗ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ତାମିଲନାଡୁ : ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି । ବିଜୟଙ୍କ ଦଳକୁ ମିଳିଲା ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା । […]

Read More Text.

ବାଲିଅନ୍ତା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଦଳିଲେ ଆଇଆଇସି, ୪ ପୁଲିସ ନିଲମ୍ବିତ

ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଓଏପିଏଫ୍‌ ଙ୍କୁ ନିଲମ୍ବନ କରାଯାଇଛି। ଜଣେ […]

Read More Text.

ଯୁବକଙ୍କୁ ଅପହରଣ ପରେ ହତ୍ୟା!

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ ସ୍ଥାନୀୟ ଲୋକେ। ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ। ଘଟଣା ପରେ ଥାନା ପରିସରରେ ବ୍ୟାପକ ପୋଲିସ ସହ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ହୋଇଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାଇବା […]

Read More Text.

ପାଠାଗାର ହିଁ ମଣିଷ ଗଢ଼ିବାର ଅସଲ କେନ୍ଦ୍ର: କେନ୍ଦ୍ରାପଡ଼ାରେ କାର୍ତ୍ତିକ ନାୟକ ସ୍ମୃତି ପାଠାଗାରର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ‘ସାଉଁଟା ଫୁଲ’ ସାହିତ୍ୟ ପତ୍ରିକା ଓ ସାପ୍ତାହିକ ସମ୍ବାଦପତ୍ର ‘ଉଦ୍ଦେଶ୍ୟ’ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଅଢଙ୍ଗା-ଜଇପୁର ସ୍ଥିତ ‘ନିଗମଚରଣାଶ୍ରିତ କାର୍ତ୍ତିକ ନାୟକ ସ୍ମୃତି ପାଠାଗାର’ର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ କାର୍ତ୍ତିକ ନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଏହି ସାରସ୍ବତ ସମାରୋହରେ ଅନେକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ପାଠାଗାରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହି ସଭାକୁ ବିଶିଷ୍ଟ ସାରସ୍ବତ ସଂଗଠକ ତଥା […]

Read More Text.

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

ବାରିପଦା : ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ  ମଣ୍ଡଳ ସ୍ତରୀୟ  ପ୍ରଶିକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ନବିନ ରାମ, ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ ,ସାଂସଦ ପ୍ରତିନିଧି ମନୋଜ ଦାସ,ରାଜ୍ୟ ମହିଳା  ବିଜେପି ସଂପାଦିକା ମିଥିଳା ଟୁଡୁ , ଜିଲ୍ଲା ସଂପାଦକ ସରୋଜ ମହାନ୍ତ, ସୁନିଲ ମହାନ୍ତ,ରାଜ୍ୟ ଯୁବ ବିଜେଡ଼ି ସଂପାଦକ ଆଲୋକ ରଞ୍ଜନ […]

Read More Text.

ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସରେ ରକ୍ତଦାନ ଶିବିର, ୩୪ ୟୁନିଟ ରକ୍ତ ସଂଗୃହିତ 

ବାରିପଦା  :  ସ୍ଥାନୀୟ ଢିପାସାହି ସ୍ଥିତ ମହାରଣା ପ୍ରେମ କୁମାରୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଙ୍ଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ଅବୋଧ କୁମାର ଧରମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡଃ ଶଶୀକାନ୍ତ ସେଠି ଓ ଓଡିଶା ରକ୍ତ କେନ୍ଦ୍ର, ବାରିପଦାର […]

Read More Text.

ଧନୁର୍ବିଦ୍ୟା ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ

ବାରିପଦା  : ମୟୂରଭଞ୍ଜର ସାଂସ୍କୃତିକ ଐତିହ୍ୟ ଓ କ୍ରୀଡ଼ା ପରମ୍ପରାକୁ ଆଗକୁ ନେବା ପାଇଁ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଏବଂ  ମୟୂରଭଞ୍ଜ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଧନୁର୍ବିଦ୍ୟା ଗ୍ରୀଷ୍ମକାଳୀନ ଶିବିରର ଶୁଭାରମ୍ଭ ହୋଇଯାଇଛି I ବାରିପଦାର ବେଲଗଡ଼ିଆ ପ୍ୟାଲେସ ପରିସରରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏବଂ ସମ୍ମାନିତ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦଘାଟନ […]

Read More Text.

ବାରିପଦାରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬

ବାରିପଦା  : ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୮୭୯୦ ଟି ମାମଲା ମଧ୍ୟରୁ ୨୪୯୭  ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୧,୭୧,୩୬,୩୭୯  ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ […]

Read More Text.