ଫେବୃଆରୀ ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।  ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ ଅଧିବେଶନ) ବଳବତ୍ତର  ଥିବାରୁ ଏହି ସୋମବାର ଗୁଡ଼ିକରେ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ […]

Read More Text.

କାହିଁକି ଅମୃତସର ବିମାନ ବନ୍ଦରରେ ଅବତରଣ କରୁଛି ନିର୍ବାସିତ ଭାରତୀୟଙ୍କୁ ନେଇ ଆସୁଥିବା ବିମାନ

ଆମେରିକାରୁ ଭାରତୀୟ ନିର୍ବାସିତଙ୍କ ବିମାନକୁ ପୁଣି ଥରେ ଅମୃତସରରେ ଅବତରଣ କରି କେନ୍ଦ୍ର ସରକାର ରାଜ୍ୟକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଅଭିଯୋଗ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଆର୍ ପି ସିଂହ କହିଛନ୍ତି ଯେ ଏହି ପ୍ରସଙ୍ଗରେ ରାଜନୀତି ବନ୍ଦ କରନ୍ତୁ। ଗତକାଲି ସନ୍ଧ୍ୟାରେ ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାନ କେନ୍ଦ୍ର ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ […]

Read More Text.

‘ବିଜେଡି ନେତା ନ ଚଳାଇଲେ ଧ୍ବଂସ ହୋଇଯିବ ବିଜେଡି’

ଭୁବନେଶ୍ବର: ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲି । ଅନେକ ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରାଯାଇଥିଲା । ହେଲେ ଏବେ ଯଦି ତାହା ପୂରଣ ନହେଉଛି, ତେବେ ଦଳରେ କାହିଁକି ରହିବ ? ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଦଳ ଧ୍ବଂସ ହୋଇଯିବ । କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ କଂଗ୍ରେସ ବାହୁଡିବା ପରେ ପରେ ନିଜ ଦଳ ତ୍ୟାଗ ନେଇ କିଛି ଏପରି […]

Read More Text.

୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୮ବର୍ଷ ଅତିକ୍ରମ କରିସାରିଛି। ସରକାର ‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନରେ ପରିବର୍ତ୍ତନ ହୋଇଛି। ଅତ୍ୟାଧୁନିକ ସୁବିଧା ଥିବା ସମୟରେ ପୂରାତନ ମାନସିକତା ନେଇ ରାଜ୍ୟରେ ଲକ୍ଷଲକ୍ଷ ଲୋକଙ୍କୁ ବଞ୍ଚିବାକୁ ପଡୁଛି। ସରକାରୀ କାଗଜପତ୍ରରେ ବିବାହ ପାଇଁ ବୟସ ସୀମା ସିନା ଧାର୍ଯ୍ୟ ହୋଇଛି, ଏହାକୁ ଠିକ୍‌ ଭାବେ ସବୁଠି ପାଳନ ହେଉନାହିଁ। ଫଳସ୍ବରୂପ ବାଲ୍ୟବିବାହର ପ୍ରଥା ଏବେ ବି ରହିଛି। ଆଉ […]

Read More Text.

କେରଳ ନର୍ସିଂ କଲେଜରେ ରାଗିଂ ଘଟଣା: ଗିରଫ ୫ ବରିଷ୍ଠ ଛାତ୍ର ବହିଷ୍କୃତ

ତିରୁଅନନ୍ତପୁରମ: କେରଳର କୋଟ୍ଟାୟାମସ୍ଥିତ ସରକାରୀ ନର୍ସିଂ କଲେଜରେ ଘଟିଥିବା ରାଗିଂ ଘଟଣା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏହି ଘଟଣାରେ ବୁଧବାର ୫ ଜଣ ସିନିୟର (ତୃତୀୟ ବର୍ଷ) ଛାତ୍ରଙ୍କୁ ଗିରଫ କରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଗୁରୁବାର ସେମାନଙ୍କୁ ବହିଷ୍କାର କରିଛନ୍ତି। ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଥିବାବେଳେ ଜାତୀୟ ମାନବାଧିକାର କମିସନଙ୍କ ପକ୍ଷରୁ କେରଳ ପୁଲିସକୁ ରିପୋର୍ଟ ତଲବ କରାଯାଇଛି। ଦଶ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। […]

Read More Text.

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ

ଭୁବନେଶ୍ଵର: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ । ନୀଳଚକ୍ରରେ ନୂଆ ଅକ୍ଷୟ ଦଣ୍ଡ ଲଗାଇଛନ୍ତି ଚୂନରା ସେବାୟତ । ୧୭ ଫୁଟିଆ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିଲା । ଶ୍ରୀମନ୍ଦିର ଚୁଡ଼ାରେ ଦେଖିବାକୁ ମିଳିଥିଲା ଏହି ଅଘଟଣ । ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା […]

Read More Text.

ସାତକୋଶିଆ ଗଣ୍ଡ ନିଷିଦ୍ଧାଞ୍ଚଳରେ ଉଡିଲା ହେଲିକପ୍ଟର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଛି ଏକ ହେଲିକପ୍ଟର । ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡ଼ାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁବାର ଅପରାହ୍ନ ୨ଟାରେ ଏହି ହେଲିକପ୍ଟରଟି ଗଣ୍ଡର ତଳ ଅବବାହିକା ଦିଗରୁ ଆଠମଲ୍ଲିକ ପାଶ୍ଵର୍ର୍କୁ ଉଡାଣ କରିଥିଲା। ମାତ୍ର ୫୦ରୁ ୬୦ ଫୁଟ ଉଚ୍ଚରେ ଗଣ୍ଡ ଉପର ଦେଇ ଉଡ଼ିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଭୀଷଣ ଗର୍ଜନ ସହ […]

Read More Text.

ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି: ଜୟନାରାୟଣ

ଭୁବନେଶ୍ଵର: ଦଳରେ ନାହାଁନ୍ତି କିନ୍ତୁ ବିଧାନସଭାରେ ଚାଲୁଛି ପାଣ୍ଡିଆନ୍ ରାଜ୍ । ବିଧାନସଭାରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦେଲେ ଜୟନାରାୟଣ । କହିଲେ ଏବେ ବି ବିଜେଡିରେ ଚାଲିଛି ପାଣ୍ଡିଆନଙ୍କ ରାଜ । ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି । ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ୍ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି କହିଛନ୍ତି ଜୟନାରାୟଣ । ପୁଣି ଥରେ ବିଧାନସଭା ଅଚଳ କରାଯିବାକୁ ନେଇ ଶାସକ ବିଜେପି […]

Read More Text.

ମାରଣାସ୍ତ୍ର ଦେଖାଇ ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍‌

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଆଜି ଦିନ ଦିପହରରେ ଜଣେ ପିଇଓଙ୍କଠାରୁ ୮ ଲକ୍ଷ ୫୯ ହଜାର ୩୦୦ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ବିସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ, ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତର ପିଇଓ ଅର୍ଜୁନ ପାତ୍ରଙ୍କ ଠାରୁ ଏହି ଟଙ୍କା ଲୁଟ୍ ହୋଇଛି। ଶ୍ରୀ ପାତ୍ର ବ୍ଳକ୍ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୮ ଲକ୍ଷ ୫୯ ହଜାର ୩୦୦ […]

Read More Text.

ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କବାଦୀ, ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ହାଇ-ଆଲର୍ଟ

ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୧୫୦ରୁ ଅଧିକ ପ୍ରଶିକ୍ଷଣପ୍ରାପ୍ତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ପିଓକେର ନୀଲମ ଭ୍ୟାଲିର ୬ଟି ଲଞ୍ଚ ପ୍ୟାଡ୍‌ରେ ଆତଙ୍କବାଦୀମାନେ ସଜାଗ ରହିଛନ୍ତି। ପିଓକେରେ କାଶ୍ମୀର ଏକତା ଦିବସ ପାଳନ ଦିନ ଠାରୁ ଆତଙ୍କବାଦୀମାନେ ଭାରତ ସୀମାକୁ ଅନୁପ୍ରବେଶ ଲାଗି ଏକଜୁଟ୍ ହୋଇଛନ୍ତି। ଭାରତ ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏହି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ […]

Read More Text.