ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ 

ବାରିପଦା: ମୟୂରଭଞ୍ଜ ର ପ୍ରଜାବତ୍ସଳ ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଶ୍ରାଦ୍ଧ ବାର୍ଷିକୀ ଆଜି ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ବାରିପଦା ମଧୁବନ ସ୍ଥିତ ମହାରାଜା ଙ୍କ ସମାଧିପୀଠରେ ପାଳିତ ହୋଇଯାଇଛି | ମଞ୍ଚର ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦୟ ନାଥ ଜେନା, ପିତାମ୍ବର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ସୟେ ଦ ସିରାଜୁଦ୍ଦିନ, ଦୀପକ କୁମାର ନାୟକ, ଦିଲ୍ଲୀପ […]

Read More Text.

ମୟୂରଭଞ୍ଜ ଜିଲ୍ଲାର ସରକାରୀ ବିଦ୍ୟାଳୟ ଗୁଡିକରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବାରିପଦା: ମାତୃଭାଷା ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ମାତୃଭାଷାର ବ୍ୟବହାର ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା, ସୃଜନଶୀଳତାର ପରିପ୍ରକାଶ କରିବା ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ଫେବ୍ରୁୟାରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗ୍ରୁପ ବି ର ୮ମ ମ୍ୟାଚରେ ପ୍ରୀତପାଲଙ୍କ ଶତକ ବଳରେ ଡି ଆର କେ (ବି ) ବିଜୟୀ ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୮ମ ମ୍ୟାଚରେ ଡି ଆର କେ (ବି ) ମୟୁରଭଞ୍ଜ ରେଡକୁ ୧୪୪ ରନରେ ରେ ପରାସ୍ତ କରିଥିଲା […]

Read More Text.

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୫ ମସିହା ମାର୍ଚ୍ଚ ମାସ ପାଇଁ ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ବାରିପଦା: ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ବାଵଧାନରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ମାସର ପ୍ରଥମ ସୋମବାର ତା ୦୩-୦୩-୨୦୨୫ ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ, ମାର୍ଚ୍ଚ ମାସର ଦ୍ୱିତୀୟ ସୋମବାର ତା ୧୦-୦୩-୨୦୨୫ ରିଖ ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳ ଙ୍କ […]

Read More Text.

କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ମାନ୍ୟତା ପ୍ରସଙ୍ଗ, ଆରମ୍ଭ ହେବ ଦ୍ୱିତୀୟ ବର୍ଷ ପାଠପଢା

କାଗଜକଲମରେ ସୀମିତ ଶ୍ରେଣୀଗୃହ  ଆଗରପଡ଼ା :ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦ୍ୱିତୀୟ ବର୍ଷର ପାଠପଢା କିନ୍ତୁ ପିଲାଙ୍କ ଶୈକ୍ଷିକ ବାତାବରଣରେ କୌଣସି ପରିବର୍ତ୍ତନ ହୋଇ ପାରିଲା ନାହିଁ କି ଶ୍ରେଣୀଗୃହ ସମସ୍ୟାର କୌଣସି ସ୍ଥାୟୀ ସମସ୍ୟା ହୋଇ ପାରିଲା ନାହିଁ । କାଗଜକଲମରେ ସୀମିତ ରହିଯାଇଛି ଶ୍ରେଣୀଗୃହ ପ୍ରସଙ୍ଗ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଠାରେ । ଗତ […]

Read More Text.

ବାର୍ଷିକ ଉତ୍ସବ-ପୁରସ୍କାର ବିତରଣୀ ସଭା ଓ ରାଷ୍ଟ୍ରୀୟ ମାତୃଭାଷା ଦିବସ ପାଳିତ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚଚାୟତ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ-ପୁରସ୍କାର ବିତରଣୀ ସଭା ଓ ରାଷ୍ଟ୍ରୀୟ ମାତୃଭାଷା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗଣିଜାଙ୍ଗ ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ହେବା ଫଳରେ ପିଲା ମାନଙ୍କର ଉତ୍ସାହ ବୃଦ୍ଧି ପାଇବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ସହାୟକ ହୋଇଥାଏ […]

Read More Text.

କେନ୍ଦୁଝରରେ ପ୍ରଜାପିତା ବ୍ରହ୍ମକୁମାରୀ କାର୍ଯ୍ୟାଳୟକୁ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟ ‘ସୁଖ ଶାନ୍ତି ସରୋବର’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁନ୍ଦର, ଅଧ୍ୟାତ୍ମିକ ପୃଥିଵୀର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବାପାଇଁ ଆମର ଚେତନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗିତା ଜରୁରୀ। ଆଜି କେବଳ ଏହି ଭବ୍ୟ ନୂତନ କୋଠାର ଉଦଘାଟନ ନୁହେଁ, ବରଂ ସାରା ବିଶ୍ୱରେ ଶାନ୍ତି ଓ ଆଧ୍ୟାତ୍ମିକ ଜ୍ଞାନ […]

Read More Text.

ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗର ଛାତ, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୬ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ତେଲେଙ୍ଗାନାର ନାଗକୁରନୂ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଶନିବାର ଏଠାରେ ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ୍ କେନାଲ (ଏସଏଲବିସି)ର ଏକ ଟେନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଯାହାର ଭଗ୍ନାବଶେଷ ତଳେ ଫସିଛନ୍ତି ୬ ଶ୍ରମିକ। ସୂଚନା ପାଇ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିର୍ମାଣ କମ୍ପାନିର ଟିମ୍‌ କେନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିବାକୁ ଯାଇଥିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଛି। ଭଗ୍ନାବଶଷ ତଳେ […]

Read More Text.

ଏମ୍ସ ଭୁବନେଶ୍ୱରରେ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଯକୃତ(ଲିଭର) ପ୍ରତିରୋପଣ ସେବା ପ୍ରତିଷ୍ଠା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଏମ୍ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। ଏହା ଉନ୍ନତ ଯକୃତ ଯତ୍ନ କ୍ଷେତ୍ରରେ ଏକ ବିଶେଷ ସଂଭାବନା ସୃଷ୍ଟି କରିଛି। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଏବଂ ଓଡ଼ିଶା ତଥା ବାହାର ରାଜ୍ୟର ଯକୃତ ପ୍ରତିରୋପଣର ବର୍ଦ୍ଧିତ ଆବଶ୍ୟକତାକୁ ସମାଧାନ କରିବା ପ୍ରତି ପ୍ରତିଷ୍ଠାନର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. […]

Read More Text.

୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ଆରମ୍ଭ

କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ୨୦୨୫ ଆରମ୍ଭ ହୋଇଛି। ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ (ଗୁଇନ୍ଦା) ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ଫଳରେ ପୋଲିସ ଅଧିକାରୀ ତଥା କର୍ମୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି […]

Read More Text.