ତୈଳ ସଙ୍କଟ: ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ, ଡିଲର ସଂଘର ପ୍ରତିଶ୍ରୁତି

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଅଭାବ ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ଆସିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଅଭାବନୀୟ ଭିଡ଼ ଏବଂ କୃତ୍ରିମ ସଙ୍କଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ଓ ତୈଳ କମ୍ପାନୀଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛନ୍ତି। ସ୍ଥିତିକୁ ସୁଧାରିବା ପାଇଁ ସାଧାରଣତଃ ଛୁଟି ରହୁଥିବା ଆସନ୍ତା ରବିବାର ଦିନ ମଧ୍ୟ ରାଜ୍ୟର ସମସ୍ତ ତେଲ ଡିପୋ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। […]

Read More Text.

ଉପଖଣ୍ଡ ଚିକିତ୍ସାଳୟରେ କିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ଚିକିତ୍ସା ଆରମ୍ଭ

ବାରିପଦା : ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡର କୌଣସି ନା କୌଣସି କାରଣରୁ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି ।ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ।ଏହି ମାରାତ୍ମକ ରୋଗ ଯୋଗୁଁ ବହୁ ଯୁବରୁ ଵୟସ୍କଙ୍କ ଅମୂଲ୍ୟ ଜୀବନ ଅକାଳରେ ଧରି ପଡୁଛି ।ଏହାକୁ ଲକ୍ଷ୍ୟ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ ନାଏକ,ଜିଲ୍ଲା ପ୍ରଶାସନ  ସମାଜସେବୀ ନବିନ ରାମ, ସାଂସଦ ପ୍ରତିନିଧି […]

Read More Text.

 ବୈଷୟିକ ତାଲିମ ପ୍ରତିଷ୍ଠାନରେ ରକ୍ତଦାନ ଶିବିର

ବାରିପଦା  : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ତକତପୁର ବୈଷୟିକ ତାଲିମ ପ୍ରତିଷ୍ଠାନ ଆନୁକୂଲ୍ୟରେ ତଥା ଦୃଷ୍ଟି ସ୍ବେଛାସେବୀ ସଂଗଠନ, ଖୁଣ୍ଟା ର ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଜିଲ୍ଲା କୌଶଳ ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I […]

Read More Text.

ନାସକମ୍ NASSCOM ସିକ୍ସଓ (CXO) କନେକ୍ଟ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ନିଜର ସ୍ୱତନ୍ତ୍ର ପରିଚିୟ ସୃଷ୍ଟି କରିଛି 

ବାରିପଦା : ନିକଟରେ କୋଲକାତାସ୍ଥିତ ନୋଭୋଟେଲ ହୋଟେଲ ଆଣ୍ଡ ରେସିଡେନ୍ସିରେ ଅନୁଷ୍ଠିତ ହୋଇଥିବା  ସମ୍ମାନଜନକ **ନାସକମ୍ (NASSCOM), ସିଏକ୍ସଓ (CXO) କନେକ୍ଟ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ସ୍ୱତନ୍ତ୍ର ନେଟୱର୍କିଂ ଏବଂ ପାରସ୍ପରିକ ଆଲୋଚନା ଅଧିବେଶନରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ପ୍ରମୁଖ ଆଇଟି ଉଦ୍ୟୋଗୀ, ଶିଳ୍ପ ନେତୃତ୍ୱ ଏବଂ ନାସକମ୍ ସଦସ୍ୟ କମ୍ପାନୀଗୁଡ଼ିକ ନାସକମ୍ ସଭାପତି ରାଜେଶ ନାମ୍ବିଆର ଙ୍କ ସହ ଯୋଗ ଦେଇଥିଲେ। ଉତ୍ତର ଓଡ଼ିଶା ତଥା ମୟୂରଭଞ୍ଜର ପ୍ରତିନିଧିତ୍ୱ […]

Read More Text.

ପ୍ରତିରକ୍ଷା, ଗ୍ୟାସ ଓ ତୈଳ ଭଣ୍ଡାର କ୍ଷେତ୍ରରେ ଭାରତ-ୟୁଏଇ ରାଜିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍‌ପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇଛି। ଏଥିସହିତ ଭାରତର ଭିତ୍ତିଭୂମି ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ୟୁଏଇ ୫ ବିଲିଅନ ଡଲାରର ନିବେଶ କରିବ ବୋଲି ମଧ୍ୟ ପ୍ରତିଶ୍ରୁତ ଦେଇଛି। ଗୁଜରାଟର […]

Read More Text.
Dharmendra pradhan

ଏଣିକି ଓଏମ୍ଆର ସିଟ୍ ବଦଳରେ ଅନଲାଇନ ହେବ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି କରୁଛନ୍ତି । ଆସନ୍ତା ବର୍ଷ ଠାରୁ ନିଟ୍ ପରୀକ୍ଷାରେ ବଡ଼ ପରିବର୍ତ୍ତନ ହେବ । ନିଟ୍ ପରୀକ୍ଷା ଓଏମ୍ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏନଟିଏ ଜୁନ […]

Read More Text.

ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତ, ୫ଟି ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ସହ ମଜବୁତ ହେବ ସଂପର୍କ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬ ଦିନିଆ ବିଦେଶ ଗସ୍ତରେ ରହିଛନ୍ତି । ୫ଟି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରଥମେ ୟୁଏଇରୁ ଆରମ୍ଭ ହେବ । ଗସ୍ତର ପ୍ରଥମ ପର୍ଯ୍ୟାୟରେ ପିଏମ୍ ମୋଦି ଆବୁଧାବିରେ ପହଞ୍ଚି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କୁ ଭେଟିବେ । ଶକ୍ତି ସୁରକ୍ଷା, ବାଣିଜ୍ୟ ଏବଂ ପ୍ରାୟ […]

Read More Text.

ଜୁନ ୨୧ରେ NEET-UG ୨୦୨୬ ପରୀକ୍ଷା

ନୂଆଦିଲ୍ଲୀ : NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ, NEET (UG) 2026 ପୁନଃ ପରୀକ୍ଷା ୨୦୨୬, ଜୁନ୍ ୨୧ (ରବିବାର) ଦିନ ଅନୁଷ୍ଠିତ ହେବ । ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁଁ ବାତିଲ ହୋଇଥିବା ଏହି ପରୀକ୍ଷା ଏବେ ପୁଣି ଥରେ ଅନୁଷ୍ଠିତ ହେବାକୁ ଯାଉଛି । […]

Read More Text.

ରାଜ୍ୟରେ ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହା ୨୦୨୬ ଜାନୁଆରୀ ଆରମ୍ଭରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହ ପେନ୍‌ସନ ଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ […]

Read More Text.
Minister c

ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ, ପେଟ୍ରୋଲ ସଙ୍କଟ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରିତିକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ପାରାଦୀପରେ ତେଲ ରିଫାଇନାରି ଅଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ନେଇ କୌଣସି କଟକଣା କରାଯାଇନାହିଁ । କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ […]

Read More Text.