ଭାରତୀୟ ଖାଦ୍ୟନିଗମର ଶ୍ରମିକ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରମାଣପୁର ସ୍ଥିତ ଆନ୍ଧ୍ରପଡ଼ାରେ ଜି.ସତ୍ୟନାରାୟଣଙ୍କ ବାସଭବନରେ ସକାଳ ୭ଟାରୁ ସିବିଆଇର ୧୦ ଜଣିଆ ଟିମ୍ ଦୁଇଟି ଗାଡ଼ିରେ ଆସି ଅଚାନକ ଚଢ଼ାଉ କରିଛନ୍ତି। ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଶ୍ରମିକମାନଙ୍କର ପାରିଶ୍ରମିକକୁ ଦେଉନଥିବା ନେଇ ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ହେଉଥିଲା। ଭାରତୀୟ ଖାଦ୍ୟନିଗମର ଶ୍ରମିକ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରହିଛି। ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ […]

Read More Text.

ତେଜସ୍ ପାଇଁ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ବେଙ୍ଗାଲୁରୁସ୍ଥିତ ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ପାଇଁ ସ୍ୱଦେଶୀ ଅନ୍ ବୋର୍ଡ ଅମ୍ଳଜାନ ସୃଷ୍ଟିକାରୀ ବ୍ୟବସ୍ଥା ଉପରେ ଆଧାରିତ ସମନ୍ୱିତ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ କରିଛି। ସମନ୍ୱିତ ଜୀବନ ରକ୍ଷାକରି ବ୍ୟବସ୍ଥା ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ପାରମ୍ପରିକ ତରଳ ଅମ୍ଳଜାନ ସିଲିଣ୍ଡର ଆଧାରିତ ପ୍ରଣାଳୀ ଉପରେ ନିର୍ଭରଶୀଳତାକୁ ଦୂର […]

Read More Text.

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଜଗନମୋହନ ମୀନା

ଭୁବନେଶ୍ବର: ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଏଥିସହିତ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନାଗୁଡିକୁ ସୁଦୃଢ଼ କରାଯିବ । ନବ […]

Read More Text.

ବିଜୁଙ୍କ ସ୍ବପ୍ନ ସାକାର କରିବା ପାଇଁ ସରକାର ପଛଘୁଞ୍ଚା ଦେବେନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ବାବୁ ଓଡ଼ିଶାର ବରପୁତ୍ର ।  ଆଧୁନିକ ଓଡ଼ିଶାର ନିର୍ମାତା ।  ଓଡ଼ିଶାକୁ ପୁନର୍ଗଠନ କରିବା ସହ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଆଗକୁ ନେଇଥିଲେ ।  ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ ।  ବିଜୁ ବାବୁ ଯେଉଁ ଆଧୁନିକ ଓଡ଼ିଶାର ସ୍ବପ୍ନ ଦେଖିଥିଲେ, ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସରକାର ପଛାଇବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ […]

Read More Text.

ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର। ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏଥର ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ। ଶ୍ରଦ୍ଧାଳୁଙ୍କ ରହିବାର […]

Read More Text.

କିମ୍ସ, ହାଇଟେକ, ଆଉ ସମ୍ ହସ୍ପିଟାଲରେ ଏକାସାଙ୍ଗେ ଇଡି ଚଢାଉ

ଭୁବନେଶ୍ବର: ହଠାତ୍ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଉପରେ ଚଢାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଟିମ୍ । ରାଉରକେଲା ସହ ଭୁବନେଶ୍ବର ହାଇଟେକ୍‌ରେ ଯାଞ୍ଚ ଆରମ୍ଭ କରିଛି ଇଡି । ତେବେ କାହିଁକି ରାଜ୍ୟର ବଡ ବଡ ଘରୋଇ ମେଡିକାଲ ସଂସ୍ଥା ଉପରେ ଇଡି ଚଢାଉ କରିଛି, ସେନେଇ କର୍ତ୍ତୃପକ୍ଷ କିଛି କହିନଥିବା ବେଳେ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଏନଆରଆଇ କୋଟାରେ ଆଡ୍‌ମିଶନ ନେଇ ଯାଞ୍ଚ ଚାଲିଥିବା ସୂଚନା ମିଳିଛି […]

Read More Text.

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣା, ପ୍ରତିବାଦ ପରେ ଯୋଡ଼ା ହେଲା

ମାହାଙ୍ଗା  : କଟକ ଜିଲ୍ଲା ମାହାଙ୍ଗା ଉମରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା। ପ୍ରତିବାଦର ସ୍ୱର ଉଠିବା ପରେ ଯୋଡ଼ା ହେଲା ଭଙ୍ଗା ମୂର୍ତ୍ତି। ପୋଲିସ ଉପସ୍ଥିତିରେ ଯୋଡ଼ାଯାଇଛି ମୂର୍ତ୍ତି । ବିଜୁ ବାବୁଙ୍କ ଜୟନ୍ତୀ ଦିବସ ଅବସରରେ ଭଙ୍ଗା ମୂର୍ତ୍ତିକୁ ଯୋଡ଼ା ଯାଇଛି। ଏବେବି ଭାଙ୍ଗିଥିବା ଦୁର୍ବୃତ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସର ଛାନ୍‌ଭିନ୍‌ ଜାରି ରହିଛି। ଅନ୍ଧାର ହୋଇଥିବାରୁ ସିସିଟିଭି ଫୁଟେଜ୍‌ରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇପାରିନାହିଁ। ଉମର ହନୁମାନ ଛକରେ […]

Read More Text.

ବଦଳିବ ସବୁ ସ୍କୁଲର ରଙ୍ଗ, ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ

ଭୁବନେଶ୍ୱର :  ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ ।  ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ । ସ୍କୁଲ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଗେରୁଆ ରଙ୍ଗ କରିବାକୁ ଜାରି ହୋଇଛି । ପୂର୍ବ ସରକାର […]

Read More Text.

ଶିକ୍ଷା, ଦକ୍ଷତା ଓ ସ୍ୱାସ୍ଥ୍ୟସେବା ସରକାରଙ୍କ ପ୍ରାଥମିକତା – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ପୁଞ୍ଜିନିବେଶ କ୍ଷେତ୍ରରେ ଭିତ୍ତିଭୂମି ଏବଂ ଶିଳ୍ପ ସହିତ ଅର୍ଥନୀତି ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେଇଛନ୍ତି। ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ମୋଦି କହିଛନ୍ତି ଯେ ଲୋକଙ୍କ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ଲକ୍ଷ୍ୟ ତିନୋଟି ସ୍ତମ୍ଭ ଉପରେ ନିର୍ଭର କରେ ଓ ତାହା ହେଉଛି ଶିକ୍ଷା, ଦକ୍ଷତା ଏବଂ ସ୍ୱାସ୍ଥ୍ୟସେବା। ସେ କହିଥିଲେ ଯେ ଅନେକ ଦଶନ୍ଧି ପରେ ଭାରତର ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସୁଛି। […]

Read More Text.

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ, ଓଡିଆ ମାଟିର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହାକୁ ନେଇ ଏବେ ରାଜ୍ୟରେ ଜାରି ରହିଛି ବିଜେପି- ବିଜେଡି ଲଢେଇ । ବିଜେପି ବିଜୁ ବାବୁଙ୍କୁ ଯଥୋଚିତ୍ ସମ୍ମାନ ଦେଉଥିବା ଦାବି କରିଥିବା ବେଳେ ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରିଛି କହି ଏବେ ରାଜ ରାସ୍ତାକୁ ଓହ୍ଲାଇବାକୁ ବସିଲାଣି ବିରୋଧୀ ବିଜେଡି । ଯାହାକୁ ନେଇ ଏବେ ବିଜୁ ରାଜନୀତିରେ ସରଗରମ ରହିଛି ରାଜ୍ୟ ରାଜନୀତି […]

Read More Text.