କେରଳମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ

ତିରୁଅନନ୍ତପୁରମ : କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭି.ଡି. ସତୀଶନ । ଭିଡି ସତୀଶନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ୧୦ ବର୍ଷ ପରେ କେରଳରେ ଫେରିଲା ୟୁଡିଏଫ୍ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ସମତେ କଂଗ୍ରେସ ଅନେକ ବରିଷ୍ଠ […]

Read More Text.

ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ, କହିଲେ ଗୁଜବ ହିଁ ସଂକଟ ଛିଡ଼ା କରିଦେଲା

ଭୁବନେଶ୍ୱର  : ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଅନୁ ଗର୍ଗ ।  ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି ।  ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି ।  ନିୟମିତ ସ୍ଥିତି ମନିଟର କରିବାକୁ ତୈଳ କଂପାନୀଙ୍କୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ତେଲର ଅଭାବ ନଥିଲା । କିନ୍ତୁ ସହରାଞ୍ଚଳରେ ଲୋକଙ୍କ ପାନିକ୍ ବାୟିଂ ପ୍ରବୃତ୍ତି, ଗୁଜବ ଏବଂ ପ୍ରଶାସନିକ ସ୍ତରରେ ପରିଚାଳନାଗତ ତ୍ରୁଟି ହିଁ […]

Read More Text.

ବିଜେପି କୋର୍ କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ ।  ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି ।  ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ସାଂଗଠନିକ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଡବଲ ଇଂଜିନ ସରକାର ଓଡ଼ିଶାକୁ ବିକାଶର ଏକ ନୂଆ ଶିଖରକୁ […]

Read More Text.
Chse

ଆସନ୍ତା ୨୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ ।  ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ୨୦୨୬ ବାର୍ଷିକ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ ଆସନ୍ତା ମେ’ ୨୦ ତାରିଖରେ ପ୍ରକାଶ ପାଇବ। ଏହି ଦିନ ଅପରାହ୍ନ ୧୨:୩୦ ମିନିଟ୍‌ରେ ପରିଷଦ କାର୍ଯ୍ୟାଳୟ ପରିସରରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ (Vocational) ପାଠ୍ୟକ୍ରମ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଛାତ୍ରଛାତ୍ରୀମାନେ ଅପରାହ୍ନ […]

Read More Text.

ବନ୍ଧୁକ ଦେଖାଇ ପଞ୍ଚାୟତ ଅଫିସ ନିକଟରୁ ଭତ୍ତା ଟଙ୍କା ଲୁଟ୍

କେନ୍ଦୁଝର:ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା। ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ । ଏହି ସମୟରେ ବାଉରୀପଦା ପଞ୍ଚାୟତ ଅଫିସ୍‌ ନିକଟରୁ ଏହି ଲୁଟ୍ ହୋଇଛି । ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ସୋମବାର ସକାଳ ପ୍ରାୟ ୯ ଟା ୪୫ ମିନିଟ ସମୟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ୮ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ପଞ୍ଚାୟତ […]

Read More Text.

 ନାଳରେ ପଡ଼ି ବୃଦ୍ଧା ମୃତ

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ପାରାଭାଡି ଗ୍ରାମର ବୃଦ୍ଧା ସିତାମଣି ହାଁସଦାଃ (୭୬) ଙ୍କର  ଗାଁ ପାଖ ଗଭୀର ନାଳରେ ପଡ଼ି ମୃତ୍ୟୁ ହୋଇଅଛି ।ସୂଚନାଯୋଗ୍ୟ ସିତାମଣି ଖରାବେଳେ ଗାଧୋଇବା ପାଇଁ ଗାଁ ପାଖ ନାଳକୁ ଯାଇଥିଲେ ।ନାଳର ଗଭୀରତା ଅଧିକ ହେତୁ  ତୋଠରେ ଗୋଡ଼ ଖସି ଯାଇଥିବା ଯୋଗୁଁ ଗଭିର ନାଳ ଭିତରକୁ ପଳାଇ ଯାଇଥିଲେ ।ଘରକୁ ବୃଦ୍ଧା ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ […]

Read More Text.

ସାନ୍ତାଳି ଲିପି ଅଲଚିକି ଶିକ୍ଷାକେନ୍ଦ୍ର ପରିଦର୍ଶନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ବାରିପଦା  :  ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଅଧିନସ୍ଥ ଅଲ୍ ଇତୁନ୍ ଆଶ୍ରା ତରଫରୁ  ମେ୫ ରୁ ଜୁନ ୧୬ ପର୍ଯ୍ୟନ୍ତ ସାନ୍ତାଳି ଲିପି ଶିକ୍ଷା ତାଲିମ ଶିବିର ଟ୍ରଷ୍ଟିର ଅଧ୍ୟକ୍ଷ ଯୁବ ସମାଜସେବୀ ମନୋରଞ୍ଜନ ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଆୟୋଜିତ କରାଯାଇଛି । ଏଠାରେ ୬୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଯୁବକ, ବୟସ୍କ, ଅନ୍ୟ ଭାଷାଭାଷୀ ଲୋକମାନେ ଅଲଚିକି ଶିକ୍ଷା ଲାଭ […]

Read More Text.

ସିବିଏସଇ ବାଣିଜ୍ୟ ବିଭାଗର ଇଣ୍ଡିଆ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ମାନବ ଧର୍ମ ସେବା ଟ୍ରଷ୍ଟ

ବାରିପଦା  : ବାରିପଦା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଟଣା ଗ୍ରାମ (ମୁନିସୀବନ୍ଧ ନିକଟସ୍ଥ) ବାସିନ୍ଦା ଅଜିତ କୁମାର ପାଲବାବୁ ଓ ସୁମିତ୍ରା ପାଲବାବୁଙ୍କ ସୁପୁତ୍ରୀ ପ୍ରିୟା ପାଲବାବୁ ଚଳିତ ବର୍ଷ ସି ବି ଏସ ଇ ବାଣିଜ୍ୟ ବିଭାଗରେ ସର୍ବାଧିକ ନମ୍ବର ରଖି ଇଣ୍ଡିଆ ଟପର ହୋଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି I ଖବର ପାଇ ବାରିପଦାର ମାନବ ଧର୍ମ ସେବା ଟ୍ରଷ୍ଟ ତରଫରୁ ମୁଖ୍ୟ ଉପଦେଷ୍ଟା ସୋମନାଥ ସିଂହ, ପ୍ରତିଷ୍ଠାତା ନିରୋଜ କୁମାର […]

Read More Text.

ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଚୟନ

ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ବ୍ରିଜେଶ ମିଶ୍ର (ଅଧିନାୟକ), ରୋଶନ ଚୌଧୁରୀ (ଉପ ଅଧିନାୟକ), ସାହିଲ କୁମାର ମହାନ୍ତ, ସୁରେଇ ହେମ୍ବ୍ରମ, ଜି ଏନ ବିଶ୍ଵପ୍ରକାଶ ସାହୁ, ପ୍ରିୟଙ୍କ ପଟ୍ଟନାୟକ, ରୁଚିକା ମଣ୍ଡଳ, ଦେବଶକ୍ତି ଗିରି, ଶୁଭମ ମହାନ୍ତ, ମହେନ୍ଦ୍ର ଦେ, ଗମ୍ଭୀର ମହାନ୍ତ, ଆଲୋକ […]

Read More Text.

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ତେଲଙ୍ଗାନା : ଯୌନ ନିର୍ଯାତନା ମାମଲାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥ ସାଇଙ୍କୁ ଗିରଫ କରିଛି ତେଲଙ୍ଗାନା ପୋଲିସ । ପୋଲିସ ମେଡିକାଲ ଯାଞ୍ଚ ପରେ ଭଗୀରଥଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ପୋକସୋ ମାମଲାରେ କୋର୍ଟ ଭଗୀରଥଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଭଗୀରଥ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଭଗୀରଥଙ୍କ ନାମରେ ଭାରତୀୟ […]

Read More Text.