ଭଞ୍ଜସେନା ର ମିଶ୍ରଣ ପର୍ବ ଅନୁଷ୍ଠିତ

ବାରିପଦା:  ବାରିପଦା ଠାରେ ଜିଲ୍ଲା ର ଏକ ମାତ୍ର ଅଗ୍ରଣୀ ତଥା ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ମୟୁରଭଞ୍ଜ ମାଟି ଓ ମୟୂରଭଞ୍ଜ ବାସୀ ଙ୍କ ସ୍ବାର୍ଥ ପାଇଁ ଭଞ୍ଜସେନା ର ୨୭ ବର୍ଷ ନିରବଚ୍ଛିନ୍ନ ଆନ୍ଦୋଳନ ପାଇଁ ଅନୁପ୍ରାଣୀତ ହୋଈ ସାମାଖୁଣ୍ଟା ବ୍ଲକ୍ ଏବଂ ପୋଡ଼ା ଅସ୍ତିଆ ଅଞ୍ଚଳ ର ଶତାଧିକ ଯୁବ ଓ ଛାତ୍ର ମାନେ ମିଶ୍ରଣ ଦିବସ […]

Read More Text.

ଦିବଂଗତ ବନ୍ଧୁ ଉତ୍ତମ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତାଙ୍କ ମହାବିଦ୍ୟାଳୟ ସହପାଠୀ ବନ୍ଧୁମାନେ

ବାରିପଦା: ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ପରିସରରେ ବାରିପଦା ଏମ୍ପିସିଆନ 1969-73 ବ୍ୟାଚ ପରିବାରର ବଂଧୁ ମାନଙ୍କ ଦ୍ୱାରା ଦିବଂଗତ ସଦସ୍ୟ ଉତ୍ତମ ମହାନ୍ତି (କୁନିଆ) ଙ୍କ ଏକାଦଶାହ ଓ ଅନ୍ୟତମ ସଦସ୍ୟ ସରୋଜ ମହାପାତ୍ରଙ୍କ ବିୟୋଗର ନବମ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ବନ୍ଧୁମାନଙ୍କ ଦ୍ୱାରା ସ୍ୱର୍ଗତଃ ଆତ୍ମା ମାନଙ୍କର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ତତପରେ ଫୋଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ଓ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବାରିପଦା –  ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ମହିଳା ସହାୟତା ସେଲ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାଗଦର୍ଶନରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀମତୀ ଶଶିପ୍ରଭା ବିନ୍ଧାଣୀ, ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ସୁଜାତା ଜେନା ଏବଂ  ସମଦୃଷ୍ଟି ର […]

Read More Text.

ଅଗ୍ନିକାଣ୍ଡ ଘଟି ଜଳିଗଲା ୨ବଖରା

ଆଗରପଡ଼ା : ବନ୍ତ ତହସିଲ ପଧାନପଡ଼ା ପଞ୍ଚଚାୟତ ଚଣ୍ଡୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଚଣ୍ଡୀପୁର ଗାଁର ଏସ୍‌.କେ ଜୁଲଫୁକାରଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତାଙ୍କର ୨ବଖରା ଚାଳ ଛପର ଘର ସହ ଫେରି ବ୍ୟାପାର କରିବା ପାଇଁ ଘରେ ରଖିଥିବା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି । ଅଗ୍ନିକାଣ୍ଡ ଦେଖି ଗ୍ରାମବାସୀ ମାନେ ନିଆଁକୁ […]

Read More Text.

ନବାହ୍ନ୍ନ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚଚାୟତ ନାହୋ ଗ୍ରାମର ନାହୋକେଶ୍ୱର ଶ୍ରୀ ରାମ ଦୟା ପରିଷଦ ପକ୍ଷରୁ ସତରତମ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ପ୍ରବଚନ ନାମ ଯଜ୍ଞ ୧ତାରିଖ ରୁ ଆରମ୍ଭ ହୋଇ ୯ ତାରିଖଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ୧୧ ଗୋଟି କଳସ କପାଳୀ ନଦୀରେ ଘଟୋଉତ୍ତୋଳନ କରି ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜା ମଣ୍ଡପରେ ସୁଦାମଚରଣ ପରିଡା, ଅନିତା ପରିଡା […]

Read More Text.

ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଦୁବାଇ: ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ୱିକେଟ୍‌ରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରି ବିଜୟୀ ହୋଇଛି।  ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା […]

Read More Text.

୧୨ ବର୍ଷ ପରେ ଆଇସିସି ଟ୍ରଫି ଚାମ୍ପିଅନ ହେଲା ଭାରତ

ପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ହାଇଭୋଲଟେଜ୍ ମ୍ୟାଚରେ ବିଜୟ ହାସଲକରି ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ। ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଫସିଯାଇଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ଏହି ମ୍ୟାଚ୍‌ରେ ବିଜୟ ସହ ଚମ୍ପିଆନ୍ସ […]

Read More Text.

ଏମ୍ସ ଯାଇ ଉପରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଦିଲ୍ଲୀ ଏମ୍ସ କାର୍ଡିଓଲୋଜି ମୁଖ୍ୟ ଡାକ୍ତର ରାଜୀବ ନାରାଙ୍ଗଙ୍କ ତତ୍ତ୍ବାବଧାନରେ ଧନକଡଙ୍କୁ ଚିକିତ୍ସାରେ ରଖାଯାଇଛି । ତେବେ ଉପରାଷ୍ଟ୍ରପତିଙ୍କୁ ଦେଖିବାକୁ ଏମ୍ସ ଯାଇଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା […]

Read More Text.

ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା। ଓଡ଼ିଶାକୁ ଭାଗ ଭାଗ କଲା ଭଳି ପ୍ରତିକ୍ରିୟା ସେ ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ କଥା ଉଠିବ ତାପରେ ଉତ୍ତରାଞ୍ଚଳ କଥା ଉଠିବ। ତାହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ? ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି […]

Read More Text.

ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀକୁ ଗଡିଲା ସ୍ବତନ୍ତ୍ର ଟ୍ରେନ

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀ ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ । ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାର ମୋଟ ୮୦୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ବାହାରିଲା ଏହି ଟ୍ରେନ୍ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ । ଆସନ୍ତା ୧୩ ତାରିଖରେ ଏହି ଟ୍ରେନ୍ ବ୍ରହ୍ମପୁରକୁ ପ୍ରତ୍ୟାବର୍ତ୍ତନ କରିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ […]

Read More Text.