ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ରହିଛି ୨୨ଟି ଅପରାଧିକ ମାମଲା । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ରହିଛି ମୋଟ ୧୧୫ଟି ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରୁଜୁ ହୋଇଥିବା ନେଇ ଆଜି ଗୃହରେ ଚାଲିଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । […]

Read More Text.

ଗର୍ଜିଲେ ଆଶା କର୍ମୀ, ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ ଆଶା କର୍ମୀ ।  ୧୮ ଦଫା ଦାବିରେ ଆଶାକର୍ମୀଙ୍କ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା । ଡବଲ ଇଂଜିନ ସରକାର ତୁରନ୍ତ ଦାବି ପୂରଣ ନକଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା, ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ମାସିକ ୧୦ ହଜାର […]

Read More Text.

୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ସେହିପରି ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, […]

Read More Text.

ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିଲାନି ପ୍ରଶ୍ନକାଳ ।  ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛନ୍ତି ।  ଓଡ଼ିଶାକୁ ଭାଗ ଭାଗ ଚଳିବ ନାହିଁ ।  ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ବିଧାୟକ ହଟ୍ଟଗୋଳ କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା ଓ ନାରାବାଜି କରିଥିଲେ ।  ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ ମୁଲତବୀ […]

Read More Text.

ରାଜସ୍ବ ବଢାଉଛି ତମାଖୁ, ଗୁଟକା: ୫ ବର୍ଷରେ ୬ ହଜାର କୋଟି ଆଦାୟ

ଭୁବନେଶ୍ବର: ରାଜ ରାଜସ୍ବ ବୃଦ୍ଧି କରୁଛି ତମାଖୁ, ଗୁଟକା ବେପାର । ୫ ବର୍ଷରେ ରାଜକୋଷକୁ ଦେଇଛି ୬ ହଜାର କୋଟିରୁ ଅଧିକ ଟଙ୍କା ଟିକସ । ଆଜି ବିଧାନସଭାରେ ଏପରି କିଛି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି ରାଜସ୍ବ । କ୍ରମାଗତ ଭାବେ ଗୁଟ୍‌ଖା, […]

Read More Text.

ତୁଣ୍ଡରେ ଲଗାମ ଲଗାଅ: ଧର୍ମେନ୍ଦ୍ର ଓ ଷ୍ଟାଲିନ ମୁହାଁମୁହିଁ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନର ଜବାବ ଦେଇ ତାଙ୍କୁ ‘ଅହଂକାରୀ’ ବୋଲି କହିଛନ୍ତି। ପୂର୍ବରୁ, କେନ୍ଦ୍ରମନ୍ତ୍ରୀ ତାମିଲନାଡୁ ସରକାରଙ୍କୁ ‘ବେଇମାନ’ ବୋଲି କହିଥିଲେ। ଲୋକସଭାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ୍ ସ୍କୁଲ ଫର ରାଇଜିଂ ଇଣ୍ଡିଆ ଯୋଜନା (ପିଏମ୍ ଶ୍ରୀ) ଉପରେ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ‘ବେଇମାନ’ ବୋଲି କହିଥିଲେ। ପ୍ରଧାନ କହିଥିଲେ ଯେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ପିଲାମାନଙ୍କ […]

Read More Text.

ହାଇପ୍ରୋଫାଇଲ୍ ଠକ ହଂସିତାଙ୍କୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର

କଟକ : ହାଇପ୍ରୋଫାଇଲ୍ ଠକ ହଂସିତାଙ୍କୁ ହାଇକୋର୍ଟଙ୍କ ଗୋଟିଏ ମାମଲାରେ ଜାମିନ ମଞ୍ଜୁର । ଜାଲ ପାସପୋର୍ଟ ମାମଲାରେ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ। ଜାଲ ପାସପୋର୍ଟ ମାମଲାରେ ଇନଫୋସିଟି ଥାନାରେ ହୋଇଥିଲା ମାମଲା। ଅନ୍ୟ ଏକ ଠକେଇ ମାମଲାରେ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ । ହଂସିତାଙ୍କ ନାଁରେ ଇନଫୋସିଟି ଥାନାରେ ଦୁଇଟି ମାମଲା ହୋଇଥିଲା। ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ । ୪୦ ହଜାର ଟଙ୍କାର […]

Read More Text.

ଗତ ୫ ବର୍ଷରେ ଆତ୍ମହତ୍ୟା କଲେଣି ୭୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଗତ ୫ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୭୨ ଜୀବନ । ଆଜି ବିଧାନସଭାରେ ବିଧାନସଭାରେ ଛାତ୍ର ଆତ୍ମହତ୍ୟା ଏବଂ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ, ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଏହି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୦ ରୁ ୨୮ ଫେବୃଆରୀରୁ ୨୦୨୫ ମଧ୍ୟରେ ସରକାରୀ ଏବଂ ବେସରକାରୀ ସ୍କୁଲ ଏବଂ କଲେଜରେ ମୋଟ ୭୨ […]

Read More Text.

ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ମାଲବାହୀ ଟ୍ରେନ

ରାୟଗଡା : ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ମାଲବାହୀ ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ସହ ଯାତ୍ରୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ କଞ୍ଜମ ଯୋଡ଼ି ଗାଁ ନିକଟସ୍ଥ ରେଳ ଧାରଣା ନିକଟରେ ଘଟିଛି ଅଘଟଣ । କୌଣସି କାରଣ ବଶତଃ ବେସରକାରୀ ଚକ୍ଷୁ ବିଭାଗ ଆମ୍ବୁଲାନ୍ସଟି ରେଳ ଧାରଣାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଦେଖି ଟ୍ରେନଟି ବ୍ରେକ୍ ମାରିଥିଲା । ଏହାସତ୍ତ୍ୱେ  ଆମ୍ବୁଲାନ୍ସକୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା ମାଲବାହୀ ଟ୍ରେନ୍ । […]

Read More Text.

ମଠ ଓ ମନ୍ଦିର ହିନ୍ଦୁଙ୍କ ସୁଚନା କେନ୍ଦ୍ର ହେଉ –ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ

ଭୁବନେଶ୍ୱର ତା ୯/୩ ହିନ୍ଦୁମାନଙ୍କ ମଧ୍ୟରେ ଧାର୍ମିକ ସଚେତନତାର ଅଭାବ , ଜାତିବାଦ ସହିତ ସାମାଜିକ ଚଳଣିର ଭିନ୍ନତା ଯୋଗୁ ପରସ୍ପର ମଧ୍ୟରେ ସୁସମ୍ପର୍କ ରହୁ ନାହିଁ । ନିଜ ପାରିବାରିକ ସମସ୍ୟା ସହିତ ବ୍ୟସ୍ତ ରହି ରାଷ୍ଟ୍ର ଓ ଧର୍ମକୁ ରକ୍ଷା କରିବା କଥା ସମ୍ପୂର୍ଣ ପାସୋରି ଦେଇଛି । ଯାହା ପାଇଁ ସନାତନ ଧର୍ମ ଆଜି ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଅନ୍ୟ ଧର୍ମ ଗୁଡିକରେ ସେମାନଙ୍କ ଧର୍ମସ୍ଥଳୀକୁ ଆସିବା ବାଧ୍ୟତାମୂଳକ […]

Read More Text.