ଗ୍ରୀଷ୍ମକାଳୀନ ଛଉ ନୃତ୍ୟ ଶିବିର ଉଦଘାଟିତ 

ବାରିପଦା : ସ୍ଥାନୀୟ ଛଉ ମଣ୍ଡପରେ ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଛଉ ନୃତ୍ୟ ଶିବିର ଉଦଘାଟିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଜିଲ୍ଲା ଓକିଲ ସଂଘର ସଭାପତି ଜ୍ୟୋତିପ୍ରକାଶ ରଥ ଓ ସମ୍ପାଦକ ବିପ୍ଳବ ବାରିକ, ଆଇନଜୀବୀ କିଶୋର ମହାନ୍ତି, ଡଃ ପିନାକୀ ମହାନ୍ତି, ଯୋଗଗୁରୁ ଜ୍ୟୋତିରଞ୍ଜନ ଦାସ ଏହି ଶିବିରକୁ ଉଦଘାଟନ କରିବା ସହ ଶିବିରର ସଫଳତା କାମନା କରିଥିଲେ I ପ୍ରତିଷ୍ଠାନର ଉପ ସଭାପତି ସୁଜାତା ମିଶ୍ରଙ୍କ ଅଧ୍ୟକ୍ଷତାରେ […]

Read More Text.

ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ

୨୫ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ ବାରିପଦା : ରାଜ୍ୟ ସରକାରଙ୍କ ସହରାଞ୍ଚଳ ଭିତ୍ତିଭୂମି ବିକାଶ ଏବଂ ଜନସାଧାରଣଙ୍କୁ ଉନ୍ନତ ନାଗରିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ବାରିପଦା ପୌରାଞ୍ଚଳରେ ୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପ୍ରକଳ୍ପଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । […]

Read More Text.

ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଖବର ମୁତାବକ, ଶିରାଲୀ ଗାଁର ପ୍ରାୟ ୧୪ ଜଣ ଲୋକ ନଦୀରେ ଶାମୁକା ଏକାଠି […]

Read More Text.

କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୪ ମୃତ, ୫୦ ଆହତ

ପାକିସ୍ତାନ :ରବିବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣକୁ କର୍ତ୍ତୃପକ୍ଷ ଏକ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। କାରଣ ବିସ୍ଫୋରଣ ସମୟରେ ସାମରିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ନେଇ ପେଶାୱର ଅଭିମୁଖେ ଯାଉଥିଲା ଏକ ରେଳଗାଡ଼ି ଯାଉଥିଲା ଜାଫର ଏକ୍ସପ୍ରେସ୍। ଆଗାମୀ […]

Read More Text.

ତେଲେଙ୍ଗାନାରେ ଅଂଶୁଘାତରେ ୧୬ମୃତ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ତେଲଙ୍ଗାନା : ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ଖସିଛି । ଏଭଳି ସ୍ଥଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଭୀଷଣ ଲୁ ଏବଂ ଲଗାତାର ତାପମାତ୍ର ବଢୁଥିବାରୁ ରାଜ୍ୟର ୭ ଜିଲ୍ଲାରେ ଏବେ ଯାଏଁ ୧୬ ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ପି.ଶ୍ରୀନିବାସ ରେଡ୍ଡୀ ଶନିବାର ଏହି ସୂଚନା ଦେଇଛନ୍ତି । […]

Read More Text.

ଦଶାହ ଖାଦ୍ୟ ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଝାରସୁଗୁଡ଼ା ଜିଲ୍ଲାର । ନୂଆଡ଼ିହି ଗାଁରେ ଆୟୋଜିତ ଦଶାହ […]

Read More Text.

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ୍ ଦେଇ ହତ୍ୟା, ୨ ଗିରଫ

ଜଗତସିଂହପୁର  : ଜଗତସିଂହପୁର ସହରର ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼ ସହ ଇଞ୍ଜେକସନ୍ ଦେଇ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଜଗତସିଂହପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ  କରିଛି। ସେହିପରି ନିଶା ନିବାରଣ କେନ୍ଦ୍ରକୁ ସିଲ୍ କରିବା ସହ ସିସିଟିଭି ଫୁଟେଜ ଜବତ କରିଛି ତଦନ୍ତକାରୀ ଟିମ୍। ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। […]

Read More Text.

୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚ୍ଏଡ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ଆସନ୍ତା ୩୧ରେ ପ୍ରବେଶିକା ପରୀକ୍ଷା ହେବ। ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ପ୍ରବରଣ ମଣ୍ଡଳୀ (ଷ୍ଟେଟ୍‌ ସିଲେକ୍ସନ ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୩୧ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଡ୍ ପ୍ରବେଶିକା ପରୀକ୍ଷା ହେବ। ଜୁନ୍‌ ୩ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଏଚ୍ଏଡ୍ (ହିନ୍ଦୀ) ଏବଂ ଅପରାହ୍ଣ ୩ଟାରୁ ୫ଟା […]

Read More Text.

‘ମଣିଷ ଦେହେ ଦିବ୍ୟଜ୍ଞାନ?’: ଭୋଗବାଦୀ ଦୁନିଆରେ ମାନବିକତାର ସନ୍ଧାନ,

 ଅନୁଷ୍ଠିତ ହେଲା ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ଆଲୋଚନା ଚକ୍ର ଭୁବନେଶ୍ୱର, ୨୩/୦୫  : ଆଧୁନିକତାର ଚାକଚକ୍ୟ ମଧ୍ୟରେ ମଣିଷ ଆଜି ନିଜର ଆଧ୍ୟାତ୍ମିକ ସତ୍ତା ଓ ମାନବୀୟ ମୂଲ୍ୟବୋଧକୁ ପାସୋରି ଦେଇଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରସ୍ଥିତ ଲେଖକ ସମବାୟ ସମିତି ପରିସରରେ ‘ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ’ ପକ୍ଷରୁ ଏକ ଭାବଗମ୍ଭୀର ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ଶୀର୍ଷକ ଥିଲା— “ମଣିଷ […]

Read More Text.

ଜୁନ ୧ରୁ ଷଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ

ବାରିପଦା : ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆସନ୍ତା ମାସ ଜୁନ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନଧରି ଷଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ୧ମ ସନ୍ଧ୍ୟାରେ ଡଃ ବସନ୍ତ କୁମାର ମହାପାତ୍ରଙ୍କ ରଚିତ ଓ ଧୀର ବଶାଙ୍କ ନିର୍ଦ୍ଦେଶିତ “ମୁଠାଏ ମାଟି”,  ୨ୟ ସନ୍ଧ୍ୟାରେ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ଓ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ “ନିଷ୍ପତ୍ତି”, ୩ୟ ସନ୍ଧ୍ୟାରେ ଡଃ […]

Read More Text.