ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ – “ଉମଙ୍ଗ” ଅନୁଷ୍ଠିତ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ – “ଉମଙ୍ଗ” – ୨୦୨୫ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ବାର୍ଷିକ ଉତ୍ସବ ପ୍ରେରଣା ଯୋଗାଇଥଏ ବୋଲି ପ୍ରକାଶ କରିଥିଲେ I ମୁଖ୍ୟ ବକ୍ତା […]

Read More Text.

ଆଗରପଡ଼ା-ବରପଦା ଓ ଆଗରପଡ଼ା-ବନ୍ତ ରାସ୍ତା ନିର୍ମାଣରେ ବିଳମ୍ବ ପ୍ରସଙ୍ଗ, ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ

ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇ ପଡ଼ିରହିଥିବା ବେଳେ ଏହାର ନିର୍ମଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଶନିବାର ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଏହାର କାର୍ଯ୍ୟକ୍ଷମକୁ ନେଇ ସେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଏଠାରେ ପ୍ରକାଶ ଥାଉକି; ଆଗରପଡ଼ା ଠାରୁ ବରପଦା,ବନ୍ତ ଏବଂ ରାମପୁର(କାଣ୍ଡବା) ତିନୋଟି ରାସ୍ତାର ସ୍ଥାୟୀ ମରାମତି ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଛି । ନିମ୍ନ […]

Read More Text.

ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ବେଟି ବଚାଓ,ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନେ ପ୍ଲାକାର୍ଡ଼ ହାତରେ ଧରି ବିଭିନ୍ନ ସଚେତନତାଧର୍ମୀ ସ୍ଲୋଗାନମାନ ଦେଇ ବଜାର ପରିକ୍ରମା କରିଥିଲେ ।ଆୟୋଜିତ ସଭାରେ ହାଇସ୍କୁଲ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ୍ ରାଉଳ ସଭାପତିତ୍ୱ କରିଥିଲେ ।ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ, ଭୀମସେନ ପାଳ,ବନଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, କୈଳାସ ପଣ୍ଡା, ସାଗରୀକା ମହାନ୍ତି, ସାବିତ୍ରୀ ଦାଶ, ପ୍ରମୋଦିନୀ ସାହୁ,ରଂଜିତା […]

Read More Text.

ଆଗରପଡ଼ା ବାଳିକା ହାଇସ୍କୁଲ ଛାତ୍ରୀଙ୍କ ସଫଳତା

ଆଗରପଡ଼ା:ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଗତ ଡିସେମ୍ବର ମାସ ୧୫ ତାରିଖରେ ହୋଇଥିବା ଜାତୀୟ ଆୟଭିତ୍ତିକ ମେଧାବୃତ୍ତି(ଏନଏମଏମଏସ) ପରୀକ୍ଷାରେ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ୍ ୧୨ଜଣ ଛାତ୍ରୀ ସଫଳତା ଲାଭ କରି ରେକର୍ଡ଼ ସୃଷ୍ଟି କରିଛନ୍ତି । ଏଥି ସହିତ ଏହି ହାଇସ୍କୁଲ ଛାତ୍ରୀ ପ୍ରୀତିପ୍ରଜ୍ଞା ନାୟକ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାରିଣୀ ହୋଇଛନ୍ତି । ବାଳିକା ହାଇସ୍କୁଲ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷକ […]

Read More Text.

ବିନାୟକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବିନାୟକପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିନାୟକପୁର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଏଜୁକେଟର ମଧୁସ୍ମିତା ତ୍ରିପାଠୀ , ମୁଖ୍ୟବକ୍ତା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ , ସମ୍ମାନିତ ଅତିଥି ଶିଳ୍ପୀ ଗଣେଶ ପ୍ରସାଦ ଦାଶ,ପରିଚାଳନା କମିଟି ସଭାନେତ୍ରୀ ପୂର୍ଣ୍ଣିମା ଦାସ , ଅଙ୍ଗନୱାଡି […]

Read More Text.

ବିଧାୟକଙ୍କ ନିଲମ୍ବନ ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତା । ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା । ରାଜ୍ୟରେ ମହିଳା, ଛୋଟ ଝିଅମାନେ ଅସୁରକ୍ଷିତ, ମହିଳା ଓ ଛୋଟ ଝିଅମାନଙ୍କ ଉପରେ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ବୃଦ୍ଧି ହେଉଥିଲେ ମଧ୍ୟ ସରକାର ନିରବ ।  ସେ ବାବଦରେ ହାଉସ କମିଟି ଗଠନ କରିବା ପାଇଁ ଦାବି କରିବାରୁ ବିଧାୟକମାନଙ୍କୁ ଗୃହ ଭିତରକୁ ଯିବାକୁ ଦିଆଯାଉନି । […]

Read More Text.

ଜୁଲାଇ ୩ରୁ ଅମରନାଥ ଯାତ୍ରା

ନୂଆଦିଲ୍ଲୀ ୨୯।୩: ଅମରନାଥ ଯାତ୍ରାର ତାରିଖ ଧାର୍ଯ୍ୟ ହୋଇଛି। ଯାତ୍ରା ସହିତ ରେଜିଷ୍ଟ୍ରେସନ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଯାତ୍ରା ଚଳିତବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅମରନାଥ ସ୍ରାଇନବୋର୍ଡ (ଏସଏଏସବି) ଅନୁସାରେ  ଏହି ଯାତ୍ରା ୩୯ ଦିନ ଧରି ଚାଲିବ। ଏଣୁ ବାବାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଢେର ସମୟ ମିଳିବ। ଏଥର ମଧ୍ୟ ଭକ୍ତ ୨ଟି ମାର୍ଗରେ ଅମରନାଥ ଯାତ୍ରା କରିବେ ଓ […]

Read More Text.

ଭୁବନେଶ୍ୱର ବିମାନବନ୍ଦରରୁ ସାପ ଓ କଇଁଛ ଜବତ, ଜଣେ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ବିମାନ ବନ୍ଦରରେ କଇଁଛ ସହ ଅନେକ ସରୀସୃପ ଉଦ୍ଧାର । ଝିଟିପିଟି, ଗୋଧି, ବୋଡ଼ା ସାପ ଆଦିକୁ ଉଦ୍ଧାର କଲା କଷ୍ଟମ ବିଭାଗ । ବ୍ୟାଂକକ୍‌ରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଜବତ କଲା ବିଭାଗ । ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ତେବେ ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରିଛି ବିଭାଗ । ଚେନ୍ନାଇର ଜଣେ ଯୁବକ ଅଟକ ରହିଥିବାବେଳେ […]

Read More Text.

୪ ଦିନ ପରେ ବର୍ଷା, ୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର :  ୪ ଦିନ ପରେ ବର୍ଷା । ଆସନ୍ତା ୨ ତାରିଖ ବେଳକୁ ବର୍ଷା ସମ୍ଭାବନା । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନକୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗର ନିକଟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ […]

Read More Text.

ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ଵର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିର ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ ନଡ୍ଡା । ତେବେ ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ଏପ୍ରିଲ ୧୪ ତାରିଖ ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି କହିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ତେବେ ପ୍ରଥମେ ବିଜେପି […]

Read More Text.