ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ନିଟ୍-ୟୁଜି ପେପର ଲିକ୍ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏନଡିଏ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏନଡିଏ ଦଳଗୁଡ଼ିକ ଏକ “ମଙ୍ଗଳ ମିଳନ” ବୈଠକ କରିଥିଲେ। ଏହି ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ସାଂସଦମାନଙ୍କୁ ମାର୍ଗଦର୍ଶନ କରିଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର […]

Read More Text.

ଆଣ୍ଡି ବର୍ନହାମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ତାଙ୍କ ସରକାର ମୁଖ୍ୟତଃ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ସାର୍ବଜନୀନ ସେବା ଭଳି ଦୈନନ୍ଦିନ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବ। ପୂର୍ବତନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର୍ ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ […]

Read More Text.

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା ; ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌

ହୀରାକୁଦ: ବର୍ତ୍ତମାନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହି ପ୍ରରିପେକ୍ଷିରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରୁଛି । ଯାହାକୁ ନେଇ ପୁଣି ଡ୍ୟାମର ଆଉ ୪ଟି ସ୍ଲୁଇସ ଗେଟକୁ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୮ଟି ସ୍ଲୁଇସ ଗେଟ୍‌ରେ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଖୋଲା ଯାଇଥିବା ମୋଟ ୮ଟି ସ୍ଲୁଇସ ଗେଟ ମଧ୍ୟରୁ ବର୍ତ୍ତମାନ ଜଳଭଣ୍ଡାରର […]

Read More Text.

ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟ ତମାମ ବର୍ଷା ଜାରି ରହିଥିବା ବେଳେ ଏହାରି ଭିତରେ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଚଳିତବର୍ଷ ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ କମ୍‌ ହୋଇଥିଲେ ହେଁ ଏହାକୁ ଆଉ ଅଧିକ ବଢ଼ିବା ପାଇଁ ନ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସଚେତନତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ବର୍ଷା ଦିନେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋ‌ଇଥା’ନ୍ତି। ବିଶେ‌ଷକରି ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ […]

Read More Text.

ସେପ୍ଟେମ୍ବର ୨ ରେ ସରିବ SIR ପ୍ରକ୍ରିୟା, ଯାଞ୍ଚ ପରେ ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଏବଂ ଦାବିଗୁଡ଼ିକର ସମାଧାନ ପ୍ରକ୍ରିୟା ସେପ୍ଟେମ୍ବର ୨ ତାରିଖରେ ସରିବ। ଏହି ଯାଞ୍ଚ ପରେ ସେପ୍ଟେମ୍ବର ୬, ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ନୂଆ ନାମ ଯୋଡିବା କିମ୍ବା କୌଣସି ତ୍ରୁଟି ସୁଧାରିବା ପାଇଁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯାଇଥିଲା। ଉକ୍ତ ଆବେଦନଗୁଡ଼ିକର ଯାଞ୍ଚ ଓ […]

Read More Text.

ନିଖୋଜ ରଞ୍ଜନ କୁମାର ପଣ୍ଡାଙ୍କ ସନ୍ଧାନ ପାଇଁ ସହଯୋଗ ଲୋଡ଼ା

କେନ୍ଦ୍ରାପଡ଼ା :  ଜଣେ ବ୍ୟକ୍ତି ଗତ ୧୨ ଜୁଲାଇ ୨୦୨୬ ତାରିଖ ସକାଳ ପ୍ରାୟ ୬ଟାରେ ଘରୁ ବାହାରିଯିବା ପରେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ନାମ ରଞ୍ଜନ କୁମାର ପଣ୍ଡା। ତାଙ୍କ ବୟସ ପ୍ରାୟ ୪୫ରୁ ୫୦ ବର୍ଷ, ଉଚ୍ଚତା ପ୍ରାୟ ୫ ଫୁଟ ୬ ଇଞ୍ଚ, ଶରୀର ଗଠନ ପତଳା, ଗାତ୍ରବର୍ଣ୍ଣ ମଧ୍ୟମ, ଛୋଟ କେଶ ଓ ଧୂସର ଦାଢ଼ି ରହିଛି। ଘରୁ ବାହାରିବା ସମୟରେ ସେ ନେଭି ବ୍ଲୁ ରଙ୍ଗର ଟି-ଶାର୍ଟ ଓ […]

Read More Text.

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ’ସମର୍ପଣ” ପତ୍ରିକା ଉନ୍ମୋଚିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ର   ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚେତନା ଓ ସେବାସଂଘ,ରାଇରଙ୍ଗପୁର ପକ୍ଷରୁ ସମର୍ପଣ ପତ୍ରିକା ଶୁଭ ଉନ୍ମୋଚନ ହୋଇଯାଇଛିI ସଭାପତି ଲଳିତ କୁମାର ମହାନ୍ତଙ୍କ ସଭାପତିତ୍ବରେ  ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ତଥା ରଥ ପରିଚାଳନା କମିଟି ର ଅଧ୍ଯକ୍ଷ ନବଚରଣ ମାଝୀ ସମର୍ପଣ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ I ସମ୍ମାନିତ ଅତିଥି ଭାବେ  ପୌର […]

Read More Text.

ମା’ ଆଦିଶକ୍ତି ଉଦ୍ୟୋଗର ଶୁଭ ଉଦ୍‌ଘାଟନ, ଉପକୃତ ହେବେ ୫୦୦ରୁ ଅଧିକ ମହିଳା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳିଠାରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ‘ମା’ ଆଦିଶକ୍ତି ଉଦ୍ୟୋଗ ପରିସର’ର ଶୁଭ ଉଦ୍‌ଘାଟନ କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସହଭାଗିତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି ଉଦ୍ୟୋଗ ପରିସର ମାଧ୍ୟମରେ ୫୦୦ରୁ ଅଧିକ ମହିଳା ଉପକୃତ ହେବେ । ଏହି ଅବସରରେ […]

Read More Text.

ବିଳମ୍ବିତ ରାତିରେ ଟ୍ରାନ୍ସଫର୍ମର ଚୋରି 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମରେ ବିଳମ୍ବିତ ରାତିରେ  ଗାଁ ମୁଣ୍ଡ ସ୍କୁଲ ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଅସାମାଜିକ ତତ୍ତ୍ୱମାନେ ଚୋରି କରି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରର ବାହାର ଖୋଳପାକୁ ଛାଡ଼ି ଭିତରେ ଥିବା ଦାମୀ କଏଲ୍, ତମ୍ବା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତାଡ଼ି ନେଇ ଚମ୍ପଟ ମାରିଛନ୍ତି। ଏ ସମ୍ପର୍କରେ ଖବର ପାଇ ବିଶୋଇ ଟାଟା ପାୱାର (TPNODL) ର ଅଧିକାରୀମାନେ ଘଟଣାସ୍ଥଳରେ […]

Read More Text.

 ସ୍କୁଲରେ ରୋଷେଇ କରୁଥିବାବେଳେ ଟଳି ପଡିଲେ ରୋଷେଇଆ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ବିଶୋଇ ବ୍ଳକର ତଳାପାତି ସରକାରୀ ସ୍କୁଲରେ ରୋଷେଇଆ ରବିବାର ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ଟଳି ପଡ଼ିଲେ  ।ସୂଚନାଯୋଗ୍ଯ ଜାମଵିଲା ଗ୍ରାମର ହରିହର ନାଏକ(୫୪) ଏବଂ ତାଙ୍କ ପୁଅ ସହ ମିଶି ରଵିବାର‌ ଦିନ  ତଳାପାତି ସରକାରୀ ସ୍କୁଲ ହଷ୍ଟେଲରେ ଖରାବେଳେ ରୋଷେଇ ସାରି ପିଲାମାନଙ୍କୁ ପରଷିବା ପରେ ହଠାତ୍ ଦେହହାତ ଥରିଵା ସହ ଝାଳନାଳ ହୋଇ ଗୁରୁତର ଅସୁସ୍ଥତା ଅନୁଭୋଗ କରିଥିଲେ । ଛଟପଟ ଅବସ୍ଥାରେ ତୁରନ୍ତ ତାଙ୍କୁ ନିକଟସ୍ଥ […]

Read More Text.