ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଅପମାନଜନକ ପୋଷ୍ଟ କରି ବନ୍ଧା ହେଲେ ଯୁବକ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପକ୍ଷରେ ଅପମାନଜନକ ପୋଷ୍ଟ କରିଥିବା ବ୍ୟକ୍ତିକୁ ବେଙ୍ଗାଲୁରୁରୁ ଗିରଫ କରିଛି ପୋଲିସ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପୋଲିସ ଜଣେ ରାସ୍ତାକଡ଼ ବିକାଳିକୁ ଗିରଫ କରିଛି । ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ କରିବାର ଅଭିଯୋଗ ଲାଗିଥିଲା । ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ବିଭିନ୍ନ ଧାରାରେ କେସ୍ ଦାୟର କରିଛି । କୋର୍ଟ ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ପଠାଇଛି । ଖବର ମୁତାବକ, ବାନସସୱାଡି […]

Read More Text.

ଟାଟା ସୁମୋ ଉପରେ ଖସିଲା ପାହାଡ଼ର ବଡ଼ ଅଂଶ, ୧୩ ମୃତ

ସିମଲା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଆଦିବାସୀ ଅଞ୍ଚଳ ପାଙ୍ଗିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । କିଲାଡ-ଉଦୟପୁର ରାସ୍ତାରେ କଡୁ ନାଲା ନିକଟରେ ଯାଉଥିବା ଏକ ଟାଟା ସୁମୋ ଟ୍ରକ୍ ଉପରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ​​ଏବଂ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦୁର୍ଘଟଣା […]

Read More Text.

୨୬ ଦିନ ପରେ ଅନଶନ ଭାଙ୍ଗିଲେ ୱାଙ୍ଗଚୁକ, ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ୍

ନୂଆଦିଲ୍ଲୀ : ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ୨୬ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ଶେଷ କରିଛନ୍ତି ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ । ଗତକାଲି ବିଳମ୍ବିତ ରାତିରେ ସେ ଅନଶନ ଭାଙ୍ଗିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଡ଼. ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ଦୀର୍ଘ ଆଲୋଚନା ଏବଂ ବିଭିନ୍ନ ଦଳର ପ୍ରାୟ ୬୫ ଜଣ […]

Read More Text.

ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଅନୁମତି ନେବେ ସରକାରୀ ବାବୁ

ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, କେବଳ ରାଜ୍ୟ ବା ବିଦେଶ ଗସ୍ତ ନୁହେଁ, ସଦର ମହକୁମା କିମ୍ବା ହେଡ୍‌କ୍ୱାର୍ଟର୍ସ ଛାଡ଼ି […]

Read More Text.

ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI ପାର୍କ’: ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ଵର: ଓଡ଼ିଶାରେ ଟେକ୍ ବିପ୍ଳବ। ରାଜ୍ୟରେ HCL tech ପ୍ରତିଷ୍ଠା କରିବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ‘AI Park’। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU। ୭୩୦ କୋଟି ପୁଞ୍ଜିନିବେଶ ହେବ। ସର୍ଭମ AI ଓ HCL tech ସହ ମିଶି AI ପାର୍କ ପ୍ରତିଷ୍ଠା କରିବ। ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାର MOU ସ୍ଵାକ୍ଷର କରିଛନ୍ତି। ଏହାଦ୍ଵାରା ଓଡ଼ିଶାରେ ସ୍ୱଦେଶୀ AI […]

Read More Text.

ଭୁବନେଶ୍ୱରରେ ୭୩୦ କୋଟି ବ୍ୟୟରେ ‘ଏଆଇ ହବ୍’ କରିବ HCLTech

ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟରେ ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍ ରାଜଧାନୀ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ହବ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ଏହି ବିଶାଳ ପ୍ରକଳ୍ପ ଓଡ଼ିଶାର ଆର୍ଥିକ ବିକାଶ ତଥା ବୈଷୟିକ ଦକ୍ଷତା କ୍ଷେତ୍ରରେ ଏକ […]

Read More Text.

ରାଜ୍ୟସ୍ତରୀୟ ଜୁନିୟର କ୍ରୀଡା ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ୨୬ ରେ 

-ବାରିପଦା : ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ରାଇରଙ୍ଗପୁର ଠାରେ ୭୨ତମ ଓଡିଶା ଷ୍ଟେଟ ଜୁନିୟର ଏଥଲେଟିକ ଚାମ୍ପିୟାନସିପ ଅଗଷ୍ଟ ୭ ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ୧୪, ୧୬, ୧୮ ଓ ୨୦ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର ଇଛୁକ ଖେଳାଳି ମାନେ  ଚଳିତ ମାସ ୨୬ ତାରିଖରେ ବାରିପଦା ଷ୍ଟାଡିୟମ […]

Read More Text.

ଅଙ୍ଗନବାଡି କେନ୍ଦ୍ରରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଗିରଫ

 ବାରିପଦା : ଆଇନ ଯେତେ କଠୋର ହେଲେ ମଧ୍ୟ ଯୌନପିପାଷୁ ,ବିକୃତମାନସିକତା ଦିନକୁ ଦିନ ବୃଦ୍ଧି ପାଉଛି ।ସମୟ ଥିଲା ଜମିବାଡ଼ି ଫୌଜଦାରୀ ମାମଲା  ବୃଦ୍ଧି ପାଉଥିଲା ।କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଯୌନକେଳେଙ୍କାରୀ,ପରକ୍ରୀୟାପ୍ରିତି,ଶିଶୁ ନିର୍ଯାତନା ଓ ବଳାତ୍କାର ମାମଲା ବୃଦ୍ଧି ପାଉଛି ।ଶିଶୁମାନେ ବିଶେଷତଃ ନିଜର ସମ୍ପର୍କୀୟ,ଜ୍ଞାତି ପରିଜନ  ଏବଂ ପଡୋଶୀ ମାନଙ୍କ ଦ୍ଵାରା ଅଧିକ ସଂଖ୍ଯାରେ ଯୌନ ଶିକାର ହେଉଛନ୍ତି । ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବଡଯୋରା ଗ୍ରାମ ଅଙ୍ଗନବାଡ଼ି ର […]

Read More Text.

ମୟୂରଭଞ୍ଜ ରେଳ ବିକାଶକୁ ଗୁରୁତ୍ୱ: ଦକ୍ଷିଣ ପୂର୍ବ ରେଳର ମହାପ୍ରବନ୍ଧକଙ୍କ ସହ ବିଧାୟିକା ସଞ୍ଜଳୀ ମୁର୍ମୁଙ୍କ ଆଲୋଚନା

ବାରିପଦା : ମୟୁରଭଞ୍ଜ ଜିଲ୍ଲା ତଥା ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ରରେ ରେଳ ସେବାର ସୁଧାର, ଯାତ୍ରୀ ସୁବିଧାର ବୃଦ୍ଧି ଏବଂ ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ନେଇ ବାଙ୍ଗିରିପୋଷିର ମାନ୍ୟବର ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ଆଜି କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳର ମୁଖ୍ୟ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ଶ୍ରୀ ଅନିଲ ଜୈନଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନାରେ ବିଧାୟିକା ସର୍ବପ୍ରଥମେ ବାଙ୍ଗିରିପୋଷି–ପୁରୀ ଏକ୍ସପ୍ରେସ ଟ୍ରେନର ବାରମ୍ବାର ବିଳମ୍ବିତ ଚଳାଚଳ ପ୍ରସଙ୍ଗ ଉଠାଇଥିଲେ। ଏହି […]

Read More Text.

ରାଜ୍ୟସ୍ତରୀୟ ସନ୍ତରଣ ଚମ୍ପିୟାନସିପରେ ଅର୍କଙ୍କୁ ବ୍ରୋଞ୍ଜ 

ବାରିପଦା : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୬ତମ ଅଲ ଓଡିଶା ଜୁନିୟର ଓ ସବ ଜୁନିୟର ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟାନସିପ ରେ ବାରିପଦାର ଅର୍କ ମୁଖାର୍ଜୀ ୧୬ ବର୍ଷରୁ କମ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ନଂ ୱାର୍ଡର ବାସିନ୍ଦା କଲ୍ଲୋଳ ମୁକାର୍ଜୀ ଓ ସୁଦୀପ୍ତା ଚକ୍ରବର୍ତ୍ତୀଙ୍କ ସୁପୁତ୍ର ଅର୍କ ୨୦୦ମି ବେକ ଷ୍ଟ୍ରୋକରେ ୩ୟ ସ୍ଥାନ ଅଧିକାର କରି ଏହି […]

Read More Text.