ଏପର୍ଯ୍ୟନ୍ତ ଅଂଶୁଘାତର କୌଣସି ମୃତ୍ୟୁ ନିଶ୍ଚିତ ହୋଇନାହିଁ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ସାରା ଓଡ଼ିଶାରେ ଜାରି ଗ୍ରୀଷ୍ମ ପ୍ରବାହ ମଧ୍ୟରେ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ବୁଧବାର ଦିନ ନିଶ୍ଚିତ କରିଛନ୍ତି ଯେ, ଗତକାଲି ସୁଦ୍ଧା ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୬୬ ଜଣ ଅଂଶୁଘାତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅଂଶୁଘାତ ଯୋଗୁ କୌଣସି ମୃତ୍ୟୁ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ଟିଟିଲାଗଡ଼ରେ ଏକ ମୃତ୍ୟୁ ରିପୋର୍ଟ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ପ୍ରାରମ୍ଭିକ ଅନୁମାନ ଅନୁସାରେ ଏହା ଅଂଶୁଘାତର କାରଣ […]

Read More Text.

୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଲା ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଏକ ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଛି ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା। ଅନୁଗୁଳ ଜିଲା ତାଳଚେର ଅଞ୍ଚଳର ଏହି ନାବାଳକ ଦୁର୍ଘଟଣାର ଶିକାର ହେବା ଫଳରେ ସାଇକେଲ ହାଣ୍ଡେଲ ପେଟ ଭିତରେ ପଶିଯାଇଥିଲା। ପାଖରେ ଥିବା ସାଥୀ ପିଲାମାନେ ହାଣ୍ଡେଲଟି ଭିଡ଼ି ପେଟରୁ କାଢି ଦେଇଥିଲେ। ହେଲେ ହାଣ୍ଡେଲର ପ୍ଲାଷ୍ଟିକ ମୁଠାଟି ପେଟ ଭିତରେ ପଶି ରହିଥିଲା। ନିକଟ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରାଯାଇଥିଲେ […]

Read More Text.

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର : ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ ଜିଲାର ଲେଫ୍ରିପଡା, ସମ୍ବଲପୁର ଜିଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି […]

Read More Text.

ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। କୋର୍ଟ ପ୍ରତିଷ୍ଠା ଦିଗରେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହିଳା କୋର୍ଟ ପ୍ରତିଷ୍ଠା ହେଲେ ବିରୋଧୀ ଅପରାଧରେ ତ୍ୱରିତ ନ୍ୟାୟ ମିଳିବା ସହ ଦଣ୍ଡ ବିଧାନ ହାର ବଢିବ। ପ୍ରାରମ୍ଭିକ ଭାବେ ୫ ଟି ଏବଂ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଏହା ବାଦ ୩୧୪ ବ୍ଲକରେ କୋର୍ଟ […]

Read More Text.

ପ୍ରଥମ ପର୍ଯ୍ୟାୟରେ ୨୦ ନୂଆ ଏନଏସି ଗଠନ ହେବ

ଭୁବନେଶ୍ବର: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦ ଏନଏସି ପାଇଁ ଜିଲ୍ଲାରୁ ରିପୋର୍ଟ ଆସିଛି। ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଏନଏସି ଗଠନ ହେବ। ପୂର୍ବରୁ ନୂଆ ଏନଏସି ପାଇଁ ନିର୍ଦ୍ଧାରିତ […]

Read More Text.

କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ, ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ଆଶଙ୍କା, ଜଣେ ଓଡ଼ିଆ ପର୍ଯ୍ୟଟକ ମୃତ

କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଆଖବୁଜା ଗୁଳିମାଡ଼ରେ ୨୭  ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କାରହିଛି । ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ପର୍ଯ୍ୟଟକମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । […]

Read More Text.

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ସଫଳତା, ୪୮ତମ ସ୍ଥାନରେ ଓଡ଼ିଆ ଝିଅ ରିତିକା ରଥ

ଭୁ‌ବନେଶ୍ବର: ପ୍ରକାଶ ପାଇଛି କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ ର ଫଳ । ଏହି ପରୀକ୍ଷାରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ସେହିପରି ଦେବିକା ପ୍ରିୟଦର୍ଶିନୀଙ୍କୁ ୯୫ତମ ରାଙ୍କ ମିଳିଥିବା ବେଳେ ୯୬ ତମ ସ୍ଥାନରେ ଅଛନ୍ତି ଆଦିତ୍ୟ ଆଚାର୍ଯ୍ୟ । ସେହିପରି ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ […]

Read More Text.

ଖୁବଶୀଘ୍ର ଗ୍ରୀଷ୍ମ ପରିସ୍ଥିତି ପାଇଁ ହେବ ସମୀକ୍ଷା, ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି। ସୂଚନା ଦେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି କହିଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି। ଏସଓପି ବାହାରେ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତି ନେଇପାରିବେ। ଆଗୁଆ ସ୍କୁଲ ବନ୍ଦ ପାଇଁ […]

Read More Text.

ଭୟଙ୍କର ଅଗ୍ନିକାଣ୍ଡ: ୪ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ନୂଆଦିଲ୍ଲୀ : ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ୭୦ ମେଗାଓ୍ବାଟ୍ ସୋଲାର ପାଓ୍ବାର ପ୍ଲାଣ୍ଟରେ ଏଭଳି ଅଘଟଣ ଘଟିଛି। ଏଥିରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବହୁ ମୂଲ୍ୟବାନ୍ ଯନ୍ତ୍ରାଂଶ ମଧ୍ୟ ନଷ୍ଟ ହୋଇଯାଇଛି। ଖବର ପାଇ ଏନଟିପିସିର ଅଧିକାରୀ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ପୁଲିସ୍ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡ ପଛରେ […]

Read More Text.

ଏପ୍ରିଲ ୨୪ ରେ ନୂଆ ରାସନ କାର୍ଡ ହେବ ବଣ୍ଟନ, ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁ‌ବନେଶ୍ବର: ଏପ୍ରିଲ ୨୪ ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ 5 ଲକ୍ଷ 90 ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟପଟେ ଏବେ ବି 25 ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ସେମାନଙ୍କୁ […]

Read More Text.