ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ପାଇଁ ଅଟକ ରଖିଲା ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ଜଣେ ବାଜରା ଚାଷୀଙ୍କୁ ଲାଞ୍ଚ ମାଗିଥିଲେ ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCSର […]

Read More Text.

ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ସେଠାରେ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିବାବେଳେ ପ୍ରବଳ ସଂଖ୍ୟାରେ ଶୁଭେଛୁ, ସିନେପ୍ରେମୀ ପହଂଚିଛନ୍ତି | ତେବେ ଉତ୍ତମ ମହାନ୍ତିଙ୍କ ଵିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଏକ୍ସରେ ଏକ ପୋଷ୍ଟ କରି […]

Read More Text.

୨୫ ଲକ୍ଷ ଟଙ୍କା ନଦେବାରୁ ଥାନା ଅଧିକାରୀଙ୍କ ନାରେ ମିଥ୍ୟା ଆରୋପ ! ଏତଲା ଦେଲେ ସମ୍ପର୍କୀୟ

ଜଗତସିଂହପୁର: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରୁ ଭରଷା ଉଠିଯିବ । କେତେ ପ୍ରତିଶୃତି କେତେ ସ୍ୱପ୍ନ ଦେଖାଇ ପ୍ରେମ କରିଥିଲେ । କିନ୍ତୁ ଆଜି ସେ ସବୁ ମିଛ ହୋଇଯାଇଛି । ଆମେ କହୁଛୁ ଥାନା ଅଧିକାରୀ ଆଉ ତାଙ୍କ ପ୍ରେମିକା ହୋମଗାର୍ଡଙ୍କ କଥା । ଯେଉଁ ଘଟଣାରେ ପ୍ରତିଦିନ କିଛି […]

Read More Text.

ରାଜ୍ୟରେ ୨ ବର୍ଷ ଭିତରେ ପୂରଣ ହେବ ଡାକ୍ତର ଓ ପାରା ମେଡିକାଲ ପଦବୀ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଧରି ଚାଲିବ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ […]

Read More Text.

ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ। ସୂଚନା ମୁତାବକ, ଦରଘାବଜାର ଅଞ୍ଚଳରେ ଅଳକା ରଥ ତାଙ୍କ ପରିବାର ସହ ରୁହନ୍ତି। ଦୀର୍ଘ ଦିନ ହେବ ସେ ମାନସିକ ଅଶାନ୍ତିରେ ରହିଥିଲେ। ହେଲେ ଦୁଃଖର ବିଷୟ ଯେ, ଶୁକ୍ରବାର ସକାଳୁ ଘରେ ତାଙ୍କ […]

Read More Text.

ପବିତ୍ର ମହାଶିବରାତ୍ରି ଅବସରରେ ସମ୍ବର୍ଦ୍ଧନା ଉତ୍ସବ

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ ନମ୍ବର ୱାର୍ଡର ବୁଢ଼ୀଖମାରୀ ଶାସନ ସ୍ଥିତ ବାବା ଜୀବନେଶ୍ୱର ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ପୂଜା ପାଇ ଆସୁଥିବା ମହାଦେବଙ୍କ ମନ୍ଦିରର ଏକଦା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସ୍ବର୍ଗତ ରତିକାନ୍ତ ଦାଶ, ସ୍ବର୍ଗତ ବନବିହାରୀ ଦାଶ, ସ୍ବର୍ଗତ ତନ୍ମୟ କୁମାର ଦାଶ, ସ୍ବର୍ଗତ ରଘୁନାଥ ସେଠି, ସ୍ବର୍ଗତ ଅରୂପ କୁମାର ବେହେରା, ସ୍ବର୍ଗତ […]

Read More Text.

ଖୋଲିଲା ୪୪ ବନ୍ଦ ବିଦ୍ୟାଳୟ, ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ କେବେ !

ଆଗରପଡ଼ା :ପିଲାଙ୍କ ଉପସ୍ଥାନକୁ ଦୃଷ୍ଟିରେ ରଖି ନିକଟସ୍ଥ ବିଦ୍ୟାଳୟରେ ମିଶି ଯାଇଥିବା ୪ହଜାରରୁ ଅଧିକ ବିଦ୍ୟାଳୟ ମଧ୍ୟରୁ ୪୪ଟି ବିଦ୍ୟାଳୟ ପୁଣିଥରେ ଖୋଲାଯାଇଥିବା ଜଣାପଡ଼ିଛି । ରାଜ୍ୟରେ ଯେଉଁ ସବୁ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ୨୦ରୁ କମ୍ ୍‌ଥିଲା ସେହିସବୁ ବିଦ୍ୟାଳୟକୁ ନିକଟରେ ଏକ କିଲୋମିଟର ଦୂରତା ମଧ୍ୟରେ ଥିବା ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ୨୦୨୦ ମସିହାରେ ସରକାର ନିଷ୍ପତ୍ତି ନେବା ସହିତ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନୁଯାୟୀ ବିଭିନ୍ନ ଜିଲ୍ଲାର ୪୬୧୯ଟି […]

Read More Text.

ହାଇୱାକୁ ପିଟିଲା କାର

ଆଗରପଡ଼ା :ପହୁନା ନିକଟରେ ଏକ କାର ଆଗରେ ଯାଉଥିବା ହାଇୱାକୁ ଅତିକ୍ରମ କରୁଥିବାବେଳେ ପିଟି ହୋଇଯାଇଥିଲା । ଆଗରପଡ଼ା ଆଡ଼ୁ ଏକ ହାଇୱା କୁପାରୀ ଆଡ଼କୁ ଯାଉଥିଲା । ପଦୁନା ନିକଟସ୍ଥ ବାଙ୍କ ରାସ୍ତାରେ ପଛରୁ ଯାଉଥିବା କାର,ହାଇୱାକୁ ଅତିକ୍ରମ କରୁଥିବାବେଳେ ହାଇୱା ଦେହରେ ପିଟି ହୋଇଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନଙ୍କ ସୂତ୍ରରୁ ଜଣାପଡ଼ିଛି । ଏଥିରେ କାର ସମ୍ମୁଖ ପାର୍ଶ୍ୱ ଭାଙ୍ଗିରୁଜି ଯାଇଥିଲେ ସୁଦ୍ଧା ଅନ୍ୟ କୌଣସି କିଛି କ୍ଷୟକ୍ଷତି ହୋଇ ନଥିବାର ଜଣାପଡ଼ିଛି ।

Read More Text.

ମା’ ବାଗେଶ୍ୱରୀ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ଇଛାପୁର ଗ୍ରାମର ଆରାଧ୍ୟ ଦେବୀ ମା’ ବାଗେଶ୍ୱରୀ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ପୁଷ୍କରିଣୀରୁ ୩୧ ଗୋଟି କଳସ ଘଟୋତ୍ତଳନ କରାଯାଇ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜାରୀ ପାରା ପଣ୍ଡା, ରାମ ପଣ୍ଡା, ରଙ୍ଗିଆ ପଣ୍ଡା, ବିଜୟ ପଣ୍ଡା,ପୀତବାସ ଶତପଥି ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ […]

Read More Text.

ପାତାଳେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଆଳମଙ୍ଗା ଗ୍ରାମର ଆରାଧ୍ୟ ଦେବ ପାତାଳେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମ୍ୟ ପୁଷ୍କରିଣୀରୁ ଏଗାର ଗୋଟି କଳସ ଘଟୋତ୍ତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପୂର୍ବକ ପୂଜା ମଣ୍ଡପକୁ ଅଣାଯାଇଥିଲା । ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ରଭିଷେକ ସମେତ ସମସ୍ତ ଯଥା ରୀତି ନୀତି ଅନୁଯାୟୀ ପୂଜକ ସହଦ୍ୱେ ପଣ୍ଡା, ମଣିଭଦ୍ର ପଣ୍ଡା, ରମାକାନ୍ତ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ […]

Read More Text.