ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼

ଭୁବନେଶ୍ୱର : ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅନୁମୋଦନ କରିଛନ୍ତି। ପ୍ରାଣିସମ୍ପଦର ସୁରକ୍ଷା ଓ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ […]

Read More Text.

ବାଙ୍କୀରେ ବାଘୁଆ ମହୁମାଛି ଆକ୍ରମଣ; ଜଣେ ମୃତ ଓ ୩ ଆହତ

କଟକ: ଘଟିଯାଇଛି ଦୁଃଖଦ ଘଟଣା । ବାଘୁଆ ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଆଜି ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ ଦେଖାଯାଇଥିଲା। ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଛି । ୩ ଜଣ ଆହତ ହୋଇଛନ୍ତି । ସୂଚନାମୁତାବକ, ଶୁକ୍ରବାର ସକାଳୁ ସକାଳୁ ଲେମ୍ବେରୀ ଗାଁର ୪ ଜଣ ଲୋକ ମୁଗ ଜମିକୁ ଯାଉଥିଲେ । ଏତେ ସଂଖ୍ୟକ ମହୁମାଛି କେଉଁଠି ଥିଲେ କେଜାଣି । […]

Read More Text.

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ନଡ୍ଡା କହିଛନ୍ତି ଯେବେ, ପୁରୀ ଆସି ଜଗନ୍ନାଥ ଦର୍ଶନ କରିବା […]

Read More Text.

୨ ରାଜ୍ୟରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି ସିନ୍ଧୁ ଶର୍ମାଙ୍କ ସମ୍ମୁଖରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଗୁରାଲା ବିଜୟ କୁମାର(୩୬) ଏବଂ ସୋଡି ବାଲା କ୍ରିଷ୍ଣା(୨୩)। ଏମାନେ ତେଲେଙ୍ଗାନା ସମେତ ଛତିଶଗଡ,ଓଡିଶା ଏବଂ ଆନ୍ଧ୍ରରେ ମାଓ ସଂଗଠନରେ କାମ କରୁଥିଲେ। ଏମାନଙ୍କ ନାମରେ ବହୁ ହିଂସା ନେଇ କେଶ ରୁଜୁ ହୋଇଛି। ସେହିପରି ଛତିଶଗଡର ସୁକମା ପୁଲିସ ନିକଟରେ ଗୋଟିଏ […]

Read More Text.

ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।  ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଆଜି ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଆଜି ଅପରାହ୍‌ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ଓଲିଉଡ଼ର ଘରେ ଘରେ ପରିଚିତ ଥିବା ଓଡିଶାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  ତେବେ ଉତ୍ତମଙ୍କ […]

Read More Text.

୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ଗିରଫ ତିନି ଜଣ ଅଭିଯକ୍ତ ମାନେ ହେଲେ ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାର ଚନ୍ଦ୍ରକେଶ ଯାଦବ, ମୂଲଚାନ୍ଦ ଯାଦବ ଓ ସକିଲ ଅହମ୍ମଦ […]

Read More Text.

ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର

କଟକ : କଟକ ବାଦାମବାଡ଼ି ଅଞ୍ଚଳରେ ଚାଞ୍ଚଲ୍ୟ ।   ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର ।  ବିକାଶଭବନ ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର ହୋଇଛି ।  ନିକଟରେ ନାବାଳିକା ଝିଅର ମୃତଦେହ ମିଳିଥିଲା ।  ଆପାର୍ଟମେଣ୍ଟରେ ବାପା ଝିଅ ଭଡ଼ାରେ ରହୁଥିଲେ ।  ମୃତକ ହେଲେ ମାନସ ରଞ୍ଜନ ଦାସ ଓ ତାଙ୍କ ଝିଅ । ଝିଅର ମାନସିକ ସ୍ଥିତି ଠିକ ନଥିଲା । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ […]

Read More Text.

ଉତ୍ତମଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ନାହାନ୍ତି ସେ ସହରୀ ବାଘ । ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ ଦେଉଚନ୍ତି, ପ୍ରିୟଜନ ଏବଂ ପରିବାରବର୍ଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି […]

Read More Text.

ବ୍ରହ୍ମପୁରରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ମାର୍ଚ୍ଚ ୮ ରେ ଏକା ଥରକେ କୋଟିଏ ମହିଳାଙ୍କୁ କରାଯିବ ଆର୍ଥିକ ସ୍ୱାବଲମ୍ବୀ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦ୍ଵୀତିୟ କିସ୍ତି ପ୍ରଦାନ କରାଯିବ । ଆନ୍ତର୍ଜାତିୟ ମହିଳା ଦିବସରେ ସଶକ୍ତ ହେବେ ମହିଳା। ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା । ସୂଚନା ଅନୁସାରେ, ବ୍ରହ୍ମପୁରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଦିଆଯିବ […]

Read More Text.

ଅମିତଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ

ଅନ୍ଧ କଲା ପ୍ରେମ । ପ୍ରେମରେ ବାଇଆ ହୋଇ ଅପରାଧ କରି ବସିଲା ପ୍ରେମିକ । ମୋ ପ୍ରେମରେ ଯିଏ କଣ୍ଟା ସାଜିବ ତାକୁ ଜୀବନରୁ ମାରିଦେବି । ଏମିତି କଥା ଭାବି ଭାବି ଶେଷରେ ଜଣଙ୍କ ଜୀବନ ନେଇଗଲା ପ୍ରେମିକ । ଜଣେ ପ୍ରେମିକାକୁ ଦୁଇ ଜଣ ପ୍ରେମିକ । ପ୍ରେମକୁ ପାଇବା ପାଇଁ ଜଣେ ନେଲା ଅନ୍ୟ ଜଣେ ପ୍ରେମିକର ଜୀବନ । କଥା ଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଘଟଣା ପୁରା […]

Read More Text.