ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ଭୁବନେଶ୍ୱର : ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି । ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଗତକାଲି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଶ୍ନକାଳରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନେଇ କୌଣସି ବ୍ୟବସ୍ଥା ହୋଇଛି କି ନାହିଁ ? ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ବିଦ୍ୟାଳୟ ଓ […]

Read More Text.

ଟଙ୍କା ଦିଅ ଶିଶୁ ନିଅ ଘଟଣା: ୨ସହାୟକ ବହିଷ୍କୃତ, ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କ ବଦଳି

ସୁନ୍ଦରଗଡ:ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡୁନଥିବା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଭୂତିଭୂଷଣ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରସୂତିଙ୍କଠାରୁ ଟଙ୍କା ନେଇଥିବା ୨ ଜଣ ବହିର୍ଉତ୍ସ ସଂସ୍ଥାର ସହାୟକ ହରିପ୍ରିୟା ବାଗ ଓ ଗୋପେଶ୍ଵରୀ ମହାନନ୍ଦିଆଙ୍କୁ ବହିଷ୍କାର କରିଛନ୍ତି । ଏଥିସହ ନର୍ସିଂ ଅଫିସର ଜ୍ୟୋତିର୍ମୟୀ ପାଣ୍ଡେ […]

Read More Text.

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ

ଗୁଣପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟର ଗିରଫ । ଗିରଫ ଫରେଷ୍ଟର ହେଲେ ନରସିଂହ ଶତପଥୀ । ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ ପାଇଁ ଉଦ୍ୟମ […]

Read More Text.

ଓରେରା ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଭୁବନେଶ୍ଵର: ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଓରେରା ଅଧ୍ୟକ୍ଷ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓରେରା ସଦସ୍ୟ ଥିଲେ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଗୋପାଳ ପଟ୍ଟନାୟକ । ଅବସରପ୍ରାପ୍ତ ଆଇଏଫଏସ୍ ଅଧିକାରୀ ତଥା ଓରେରା ଅଧ୍ୟକ୍ଷ ପଦରେ ଥିବା ସିଦ୍ଧାନ୍ତ ଦାସ ଅବ୍ୟାହତି ନେବା ପରେ ପଦ ଖାଲିପଡ଼ିଥିଲା। ଓରେରା ଅଧ୍ୟକ୍ଷ ଥିବା ଶ୍ରୀ ଦାସ ୨୦୨୩ […]

Read More Text.

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ୱର : ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ । ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ ।  କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ କାରଣରୁ IAS ଚାକିରି ଛାଡ଼ିଲେ ।  ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି […]

Read More Text.

ବିପୁଳ ପରିମାଣର ଦେଶୀ ମଦ ସହିତ ୩ ବାଇକ ଜବତ, ୩ ଗିରଫ

ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଓ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୮ ଲିଟର ଦେଶୀ ରନ୍ଧା ମଦ ଏବଂ […]

Read More Text.

ରୂପାନ୍ତର ନାଟ୍ୟାନୁଷ୍ଠାନରେ ବିଶ୍ଵନାଟ୍ୟଦିବସ ପାଳିତ

ବାରିପଦା: ମାର୍ଚ୍ଚ ୨୭ ତାରିଖ ବିଶ୍ଵନାଟ୍ୟଦିବସ ଅବସରରେ ସ୍ଥାନୀୟ ଭଞ୍ଜପୁର, ହରିହର କଳାମନ୍ଦିରଠାରେ ବାରିପଦାର ସୁନାମଧନ୍ୟ ନାଟ୍ୟସଂସ୍ଥା ରୂପାନ୍ତର ଦ୍ଵାରା ବିଶ୍ଵନାଟ୍ୟଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ରୂପାନ୍ତରର ସଭ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ, ଦୀପକ ପାଣି, ଅଭିମନ୍ୟୁ ମହାନ୍ତି, କାହ୍ନୁ ଚରଣ ବଶା, ସପନ ପଣ୍ଡା, ବିଶ୍ଵମ୍ଭର ସିଂହ, ଦିନେଶ ସାହୁ, ଅପୂର୍ବା ସାହୁ, ମଦନ ଜେନା, ମୁନା ଗୁପ୍ତା, ରବୀନ୍ଦ୍ର ବେହରା, ନାରାୟଣ ମଣ୍ଡଳ ଏବଂ ଶୁଭେନ୍ଦୁ ସାହୁ ପ୍ରଭୃତି ଯୋଗ […]

Read More Text.

ରାଷ୍ଟ୍ରୀୟ ପ୍ରତିଭା ପରୀକ୍ଷା ମେଧା ବୃତ୍ତି

ଆଗରପଡ଼ା:ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ ଶିକ୍ଷା ସାଧନା କେନ୍ଦ୍ର ଅଧିନ ଆପ୍ତିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭଙ୍କର ଜେନା ରାଷ୍ଟ୍ରୀୟ ପ୍ରତିଭା ପରୀକ୍ଷାରେ ଉନ୍ନିତ ହୋଇ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଜିଲାର ୧୬ତମ ସ୍ଥାନ ଗ୍ରହଣ କରିଥିବାରୁ ବିଦ୍ୟାଳୟ ଶିକ୍ଷକ/ ଶିକ୍ଷୟିତ୍ରୀ ,ପରିଚାଳନା କମିଟିର କର୍ମକର୍ତ୍ତା ମାନେ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଶୁଭଙ୍କର ଆପ୍ତିରାଷଡ଼ଙ୍ଗି ଗ୍ରାମର ପ୍ରଦୀପ ଜେନା ଓ ସଂଘମିତ୍ରା […]

Read More Text.

ଆଂଚଳିକ ସାଧନାକେନ୍ଦ୍ର ସ୍ତରୀୟ ଶିକ୍ଷଣ କର୍ମଶାଳା

ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ଗଣିଜାଙ୍ଗ ଆଂଚଳିକ ସାଧନା କେନ୍ଦ୍ର ପକ୍ଷରୁ ବିନାୟକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଂଯୋଜକ ପ୍ରଫୁଲ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥିଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଏଜୁକେଟର ମଧୁସ୍ମିତା ତ୍ରୀପାଠୀ,ଶିଳ୍ପୀ ଗଣେଶ ପ୍ରସାଦ ଦାଶ ଯୋଗ ଦେଇ ଚିତ୍ରକଳା ଓ ମୃର୍ତିର୍ ମାଧ୍ୟମରେ କିପରି କୋମଳମତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନକରାଯାଇପାରିବ ସେ ବିଷୟରେ […]

Read More Text.

ବିଇଓଙ୍କ ଜାଲ୍ ଦସ୍ତଖତ ପ୍ରସଙ୍ଗ, ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ଆଗରପଡ଼ା :ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ଜାଲ କରିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲା । ନୋସିର ଉତ୍ତର ସନ୍ତୋଷ ଜନକ ନଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଜନ ସୂଚନା ଅଧିକାରୀ(ପ୍ରଧାନଶିକ୍ଷକ)ଙ୍କ ଦରମା ବନ୍ଦ କରିଥିବା ଜଣାପଡ଼ିଛି । ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ନିଜେ ମାରି ଦେଇ ଜଣେ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା ଆଗରପଡ଼ା […]

Read More Text.