କିଟର ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗ, ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ ଏଇ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି। ଖୁବ୍ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି, ତାହା […]

Read More Text.

ଟ୍ରକକୁ ପଛରୁ ପିଟିଲା କାର୍, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର: ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା। କାର୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମେଡିକାଲରେ ଚିକିତ୍ସାଧିନ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତାହତ ପୁରୀ ଚନ୍ଦନପୁର ଅଞ୍ଚଳର ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ସକାଳୁ ଏକ କାର୍ ଦ୍ରୁତ ଗତିରେ […]

Read More Text.

ତିନି ଦିନ ଯାଏ ରାଜ୍ୟରେ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ତିନି ଦିନ ଯାଏ ରାଜ୍ୟରେ ହେବ ବର୍ଷା ।  ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ ରହିଛି ।  ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ଲାଗି ରହିଛି ।  ଆଜି ଉତ୍ତର ଉପକୂଳ ଓଡ଼ିଶାର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ […]

Read More Text.

ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣା: ୫ ସୁପାରୀ କିଲର ଗିରଫ

ଅନୁଗୁଳ: ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ। ରାଜକିଶୋର ସାହୁ ସହ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁଗୁଳ ଏସପି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କୌଣସି ଅପରାଧିକ କାର୍ଯ୍ୟକୁ ନେଇ ଦୀର୍ଘ ଦିନ ହେବ ଆହତ ଵିଷ୍ଣୁ ଚରଣ ନାଏକ ଓ ରାଜକିଶୋରଙ୍କ ମଧ୍ୟରେ ଶତ୍ରୁତା […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଉଦୀୟମାନ ଦିଗ ଉପରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ “ପଦାର୍ଥ ବିଜ୍ଞାନର ଉଦୀୟମାନ ଦିଗ: ନୂତନ ଦିଗ ଏବଂ ସାମାଜିକ ପ୍ରୟୋଗ” ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଭୁବନେଶ୍ୱରସ୍ଥିତ ପଦାର୍ଥ […]

Read More Text.

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦୁଇ ଦିନିଆ “ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ ମୟୂରଭଞ୍ଜ, ବାରିପଦାରେ ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ଗୁରୁଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡାର ଆବଶ୍ୟକତା ଏବଂ ଏକ ସୁସ୍ଥ, ସହlର୍ଦ୍ୟପୂର୍ଣ୍ଣ ତଥା ଖେଳୁଆଡ ମନୋଭାବନେଇ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଗୁରୁ ମନ୍ତ୍ରଣା ଦେଇଥିଲେ l ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀ […]

Read More Text.

ପତ୍ନୀ ହନ୍ତା କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସମେତ ଜୋରିମାନା

ବାରିପଦା – 2022 ଅକ୍ଟୋବର 31 ତାରିଖ ରାତ୍ରିରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ କୁ ଦଫା 302 ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା […]

Read More Text.

ଭିନ୍ନକ୍ଷମ ମହିଳା ଦୁଷ୍କର୍ମକାରୀ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା- 2022 ନଭେମ୍ବର 21 ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ଗ୍ରାମରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ କୁ ଦଫା 376(2)(1) ଆଇପିସି ଅନୁଯାୟୀ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ […]

Read More Text.

ପ୍ରତିଷ୍ଠାକୁ ୩୯ ବର୍ଷ ପୂରିଲାଣି, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଅସୁରକ୍ଷିତ

ଛାତରୁ ପ୍ଲାଷ୍ଟର ଖସୁଛି ଓ ପାଣି ଗଳୁଛି ଆଗରପଡ଼ା :ବାରମ୍ବାର ଖବର ପ୍ରକାକ ସତ୍ତ୍ୱେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅସୁରକ୍ଷିତ କାର୍ଯ୍ୟାଳୟ ବର୍ତ୍ତମାନ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ । ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟ ଛାତରୁ ବର୍ଷା ହେବା କ୍ଷଣି ପାଣି ଗଳିବା ସହ ପୁଳାପୁଳା […]

Read More Text.

ଶ୍ରୀମା ଙ୍କ ଜନ୍ମଦିବସ ପାଳିତ

ଆଗରପଡ଼ା :ଦିବ୍ୟ ଜନନୀ ଶ୍ରୀମାଙ୍କ ଚନ୍ମ ଦିବସ ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନ ଫୀଠ ଟ୍ରଷ୍ଟ ପରିସରରେ ପାଳିତ ହୋଇଯାଇଛି । ଶ୍ରୀମା ଙ୍କ ଧରାବତରଣ ସମଗ୍ର ମାନବ ଜୀବନର ଏବଂ ପ୍ରକୃତିର ଏକ ଆମୂଳଚୁଳ ରୂପାନ୍ତରର ବାର୍ତ୍ତା ବହନ କରୁଛି । ମହାଶକ୍ତିଙ୍କ ମାନବ ଶରୀରରେ ପୃଥିବୀ ପୃଷ୍ଠରେ ପଦାପର୍ଣ ସମ୍ବନ୍ଧରେ ଏକ ବକ୍ତବ୍ୟ ଉପରେ ମାତୃପ୍ରେମୀ ମାନେ ଆଲୋଚନା କରିଥିଲେ । ସର୍ବ ପ୍ରଥମେ କରୁଣାମୟୀ ଦିବ୍ୟ ଜନନୀ ଶ୍ରୀମା ପରମପ୍ରଭୂ ଶ୍ରୀଅରବିନ୍ଦଙ୍କ ଚରଣ […]

Read More Text.