ପୁଣି କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଃଖ ପ୍ରକାଶ କଲେ ରାଜ୍ୟ ସରକାର
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ଜଣେ ୧୮ ବର୍ଷୀୟ ନେପାଳୀ ଛାତ୍ରୀ(ପ୍ରୀଶା ଶାହା)ଙ୍କ ଆତ୍ମହତ୍ୟା ଘଟଣା ଗୁରୁବାର ରାତିରେ ସାମ୍ନାକୁ ଆସିଛି। ପ୍ରଥମ ବର୍ଷର ଏହି ଛାତ୍ରୀଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍ର ସିଲିଂ ଫ୍ୟାନ୍ରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ତୁରନ୍ତ ତାଙ୍କୁ କିମ୍ସ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କିମ୍ସ ହସ୍ପିଟାଲର ରିପୋର୍ଟ ଆଧାରରେ ଇନଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା (ନମ୍ବର ୪୯/୨୦୨୫, ତାରିଖ ୦୧.୦୫.୨୦୨୫) ରୁଜୁ ହୋଇଛି। […]
Read More Text.