ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ -୨୦୨୫ ପାଳିତ

ବାରିପଦା: ଆଜି ପବିତ୍ର ଶୁକ୍ଳ ପକ୍ଷ ତୃତୀୟା ବା ଅକ୍ଷି ତୃତୀୟା ଅମୃତ ବେଳାରେ ଆମ ରାଜ୍ୟର ଚାଷୀ ଭାଇ ମାନେ ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ପବିତ୍ର ଦିବସ ଅବସରରେ ଭୁବନେଶ୍ୱର ଓ ୟୁ ଏ ଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀକୁଳର ଶୁଭମନାସୀ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ସମୃଦ୍ଧ କୃଷକ, ବିକଶିତ ଓଡିଶା ଗଠନ ପାଇଁ ଏକ ଅଭିନଵ […]

Read More Text.

ବିଧାନସଭାର ୯ମ ଷ୍ଟାଣ୍ଡିଙ୍ଗ କମିଟି-୨୦୨୫ ର ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ

ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ କାରି ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା ବାରିପଦା: ବିଧାନସଭାର ୯ମ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ସଦସ୍ୟ ବୃନ୍ଦ ୨ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ସରକାରୀ ଯୋଜନାର ପ୍ରକଳ୍ପ ଗୁଡିକ ଅଗ୍ରଗତି ଓ ଏହାର ସମୀକ୍ଷା କରିଥିଲେ। ମାନ୍ୟବର ବିଧାୟକ […]

Read More Text.

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ 

ବାରିପଦା: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୁଳି ଗ୍ରାମରେ ଚଢ଼ାଉ କରାଯାଇ ୫୨.୫୦୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ପଶ୍ଚିମ ସିଙ୍ଗଭୁମ ଜିଲ୍ଲା ମଞ୍ଜରୀ ଥାନା […]

Read More Text.

ପରିକ୍ରମା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ବାରିପଦା: ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ ” ପରିକ୍ରମା ” ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ଅଧ୍ୟକ୍ଷ ଈଶାନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂଆକରି ଯୋଗଦେଇଥିବା ନିର୍ବାହୀ ଯନ୍ତ୍ରୀ ସଞ୍ଜିତ କୁମାର ନାଏକଙ୍କୁ ସ୍ୱାଗତ କରାଯାଇଥିଲା | ଉଭୟ ଯନ୍ତ୍ରୀଙ୍କୁ ଫୁଲମାଳ, […]

Read More Text.

ଆସନ୍ତା ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪: ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ବିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ଅବସରରେ କହିଛନ୍ତି। ଏହି ଅବସରରେ […]

Read More Text.

ମେ ୧୪ରେ ଓସିଏସ୍ ଆନ୍‌ଥ୍ରୋପୋଲୋଜି ପରୀକ୍ଷା

କଟକ, ୩୦।୪: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ମୁଖ୍ୟ ପରୀକ୍ଷା ୨୦୨୩ ଅନ୍ତର୍ଗତ ଆନ୍‌ଥ୍ରୋପୋଲୋଜି ଐଚ୍ଛିକ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ଆସନ୍ତା ୧୪ ମେ ୨୦୨୫ରେ ଏହି ବିଷୟର ଏକ ସାନି ପରୀକ୍ଷା ଆୟୋଜନ କରାଯିବ, ଯାହା ଏପ୍ରିଲ ୨୭, ୨୦୨୫ରେ ଅନୁଷ୍ଠିତ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ରେ ସାମ୍ନାକୁ ଆସିଥିବା ତ୍ରୁଟିକୁ ସମାଧାନ କରିବା ପାଇଁ ନିଆଯାଇଛି। ଓପିଏସ୍‌ସି ଅନୁଯାୟୀ, ଏପ୍ରିଲ ୨୭ରେ ଆନ୍‌ଥ୍ରୋପୋଲୋଜି ପେପର-୧ […]

Read More Text.

୧.୧୩ କୋଟି  କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ଠକେଇ ମାମଲାରେ ଅଭିଯୁକ୍ତ ନୀଲେଶ କର ଦୋଷୀ ସାବ୍ୟସ୍ତ

ବାଲେଶ୍ବର : କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବାଲେଶ୍ୱର ଜିଲ୍ଲା ଅଦାଲତ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନ, ୨୦୧୧ ଅନୁଯାୟୀ ଗଠିତ ନିର୍ଦ୍ଦିଷ୍ଟ ଅଦାଲତ ଦୋଷୀ ନୀଲେଶ କୁମାର କରଙ୍କୁ ୨.୩୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆଇପିସି ଏବଂ ଆଇଟି ଆଇନର ବିଭିନ୍ନ ଧାରାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୩ ଏପ୍ରିଲ ୫ ତାରିଖରେ ଏହି ମାମଲା […]

Read More Text.

ଆସିଲା ଆଜ୍ଞାମାଳ; ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ଅନୁକୁଳ ହୋଇଯାଇଛି। ଏଥିସହ ନୀତି ଓ ଚନ୍ଦନଯାତ୍ରା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ରଥକାଠ ଅନୂକୁଳ ହୋଇଛି। ଆଜି ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ମଧ୍ୟ ବଢାଯାଇଥିଲା। ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, […]

Read More Text.

ମନୋରଞ୍ଜନ ମହାନ୍ତିଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନ

ଆଗରପଡ଼ା :କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ ମାନବ ସମ୍ବଳ ବିକାଶ କେନ୍ଦ୍ର କଟକ ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ଭଦ୍ରକଙ୍କ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଶିଶୁ ଲେଖକ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଶୁ ସାହିତ୍ୟିକ ମାନେ ଉପସ୍ଥିତ ଥିଲେ । ଶିଶୁ ସାହିତ୍ୟ ଉଦ୍ଦିଷ୍ଟ ପ୍ରକୃତିର ହସ ପତ୍ରିକା ଟି ଉନ୍ମୋଚନ କରା ଯାଇ ଶିଶୁ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । […]

Read More Text.

କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରିକରଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଏପରିକି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବା ନେଇ ଆଲର୍ଟ ଜାରି କରିଛି। […]

Read More Text.