Apadhee3

ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

ପୁରୀ: ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ।  ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ ।  ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ର ଭୂସମ୍ପତ୍ତି ସୁରକ୍ଷାକୁ […]

Read More Text.
Srimandira

ଶ୍ରୀଜଗନ୍ନାଥଙ୍କ ନାଁ, ନୀତିକାନ୍ତି ସହ ଜଡ଼ିତ ଶବ୍ଦର ପାଟେଣ୍ଟ ହେବ

ପୁରୀ: ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରିବା ବିବାଦ ଥମିବାର ନାମ ନେଉନି। ଏହା ମଧ୍ୟରେ ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ମହାପ୍ରସାଦ ଆଦି ଶବ୍ଦର ପାଟେଣ୍ଟ ଆବେଦନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସୋମବାର କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଁ ଓ ନୀତିକାନ୍ତି ସହ ଜଡ଼ିତ ଶବ୍ଦର ପାଟେଣ୍ଟ ହେବ। ଆଗାମୀ ରଥଯାତ୍ରା ପାଇଁ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବେଳେ ଗଣମାଧ୍ୟମ ସହ […]

Read More Text.

ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀ ମାମଲା: ଭିଜିଲାନ୍ସ ଏସଆଇଟିର ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ମାମଲାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି)। ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ୍ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଜିରୋ ନୁହଁ, ଖଣିଜ ଲୁଟ୍ ଦସ୍ତାବିଜ ଘାଣ୍ଟିବା ଆରମ୍ଭ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଖଣି ବିଭାଗର […]

Read More Text.

କଟକ ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକଙ୍କ ପରିଚୟ ହେଉଛି ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ବାଇଁ । ସେ ହତ୍ୟା ମାମଲାରେ ଜେଲରେ ଥିଲେ ବୋଲି ସୂଚନା ରହିଛି । ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ବିଷ୍ଣୁ ୱାର୍ଡରେ ନଥିବା ୱାର୍ଡର ଜାଣିବାକୁ ପାଇଥିଲେ l ଏହାପରେ ୱାର୍ଡର ଜଣଙ୍କ […]

Read More Text.

ଚାଲିଛି ରଥନିର୍ମାଣ କାର୍ଯ୍ୟ, ୩ ରଥର ୩୬ଟି ଚକ ନିର୍ମାଣ ଶେଷ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ୩ ରଥର ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ୧୪ ନାହାକ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଚକ ତୁମ୍ବରେ ସିଙ୍ଗଡା ବାଡିଆ ଶେଷ ହୋଇ ସିଙ୍ଗଡା କଟା ପରେ ଅର ମୁଖସାଲ ଶେଷ ହୋଇଛି । ଏହାସହ ପଇବିନ୍ଧ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତାକାଲି ପଇ ସଂଯୋଗ ସହ ପଇ କଳସା କାର୍ଯ୍ୟ ହେବ । […]

Read More Text.
Govt employees

ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି ପାରିବେନାହିଁ । କର୍ମଚାରୀ ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବାକୁ ବାଧ୍ୟ । ବାୟୋ-ମେଟ୍ରିକ୍ ଜରିଆରେ କର୍ମଚାରୀ ଅଫିସ ପ୍ରବେଶ ଓ ପ୍ରସ୍ଥାନ କରିବେ ବୋଲି […]

Read More Text.

ଇନ୍ଫୋଭ୍ୟାଲି ଅଞ୍ଚଳରେ ଗୁଳିକାଣ୍ଡ ଘଟଣା, ଏମ୍ସ ହସ୍ପିଟାଲରେ ଆହତ

ଭୁବନେଶ୍ୱର : ଇନ୍ଫୋଭ୍ୟାଲି ଅଞ୍ଚଳର ଗୁଳିକାଣ୍ଡ ଘଟଣା । ପିତାପଲ୍ଳୀ ରାସ୍ତାରେ ରୋଡ ରେଜକୁ ନେଇ ଗୁଳି ଚାଳନା ହୋଇଚି । ଗୁଳି କାଣ୍ଡରେ ଆହତ ହୋଇଛନ୍ତି ଦୀପକ ଏବଂ ଗଣ୍ଡଗୋଳରେ ଆହତ ହୋଇଛନ୍ତି ତାଙ୍କ ଭାଇ । ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିବା ବେଳେ ରାତିରେ ଗୁଳି ଫୁଟାଇଥିଲେ । ଗୁଳି କାଣ୍ଡରେ ଆହତ ଜଣଙ୍କ ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିବାବେଳେ ରାତିରେ ଗୁଳିକାଣ୍ଡ କରିଥିଲେ ଦୁଇ ଅଭିଯୁକ୍ତ । […]

Read More Text.

‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’

ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସମ୍ବଲପୁର ଦୁର୍ଗାପାଲି ସ୍ଥିତ ରେଲଓ୍ୱେ ଓଭର ବ୍ରିଜର ଉଦଘାଟନ କଲି । ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ […]

Read More Text.
Fategarhram

ଦେବୋତ୍ତର ଅଧୀନକୁ ଗଲା ଫତେଗଡ଼ ଶ୍ରୀରାମ ମନ୍ଦିର

ଭୁବନେଶ୍ୱର: ନୟାଗଡ଼ ଜିଲା ଫତେଗଡ଼ ମୌଜାରେ ଥିବା ଶ୍ରୀରାମ ମନ୍ଦିର ଦେବୋତ୍ତର ବିଭାଗ ଅଧୀନକୁ ଆସିଛି। ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏଠାରେ ଶ୍ରୀରାମ ମନ୍ଦିରରେ ମର‌୍ୟ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଭବ୍ୟ ମନ୍ଦିର ସ୍ଥାନୀୟ କିଛି ଲୋକଙ୍କ ଦ୍ବାରା ପରିଚାଳନା କରାଯାଉଥିଲା। ମନ୍ଦିର ପରିଚାଳନାରେ ଅନିୟମିତତା ହେଉଥିବା ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନାଙ୍କ ନଜରକୁ ଆସିଥିଲା। ଆୟୁକ୍ତଙ୍କ […]

Read More Text.

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ

ପୁରୀ: ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧ ତାରିଖରେ ଅନୁଷ୍ଠିତ ହେବ। ତାହାର ପରଦିନଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ। ସ୍ନାନଯାତ୍ରା ଓ ଅଲାରନାଥଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦ୍‌ଭାବନା ସଭାଗୃହଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୂର୍ବରୁ ଏକାଧିକ ବୈଠକ ମାଧ୍ୟମରେ ସ୍ନାନଯାତ୍ରା, ଅଲାରନାଥ ଦର୍ଶନ ଓ ରଥଯାତ୍ରାକୁ ସୁଚାରୁ ରୂପେ ପରିଚାଳନା […]

Read More Text.