କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଏକାଧିକ ପ୍ରସଙ୍ଗ‌ରେ କଲେ ଆଲୋଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖାଲିଥିବା ପଦବି ଖୁବ୍‌ ଶୀଘ୍ର ପୂରଣ ହେବ। ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ଥିବା ୧୨,୦୦୦ରୁ ଊର୍ଦ୍ଧ୍ବ ପଦବି ପୂରା ହେବ। ଗୃହ […]

Read More Text.

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜୁ ଯୁବ ଜନତା ଦଳ ନେତା ନୀଳମାଧବ ମହାନ୍ତି । ଏନେଇ ନୀଳ ମାଧବ କହିଛନ୍ତି, ବିଲ୍‌କୁ ସମର୍ଥନ ପଛରେ ଡିଲ୍‌ କରିଛନ୍ତି ବିଜେଡି ନେତା […]

Read More Text.

୨୨ ନକ୍ସଲଙ୍କ ଆତ୍ମସମର୍ପଣ: ୪ ଜଣଙ୍କ ନାମରେ ଥିଲା ୨୬ ଲକ୍ଷ ପୁରସ୍କାର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ୨୬ ଲକ୍ଷ ଟଂକାର ପୁରସ୍କାର ଘୋଷଣା ହୋଇଥିଲା। ଏଥିସହ ଏମାନଙ୍କ ମଧ୍ୟରୁ ୬ ଜଣ ମହିଳା ନକ୍ସଲ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବାଟାଲିୟନ ନମ୍ବର ୧ର ସଦସ୍ୟ କମଲି ହେମଲା(୩୨) ଏବଂ ପାର୍ଟି ମେମ୍ବର ମୁୟା ମାଣ୍ଡବି(୧୯)ଙ୍କ ନାରେ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା। କମାଣ୍ଡର ସୋନୁ ତାତି(୨୮) ଏବଂ […]

Read More Text.

ମା’ ତାରିଣୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କଲେ ଭକ୍ତ

କେନ୍ଦୁଝର : ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ । ତାଙ୍କ ଭାବର ଡୋରି କେହି କାଟିପାରିବେନି । ଭକ୍ତଙ୍କ ଦୁଃଖ ସମୟରେ ଭଗବାନ ସବୁ ବେଳେ ଠିଆ ହୋଇଥାଆନ୍ତି । ଭଗବାନ କାହାର କେତେ ବେଳେ ମନସ୍କାମନା ପୂରଣ କରନ୍ତି ତାହା ଜାଣିବା ଅସମ୍ଭବ । ଭକ୍ତର ଇଚ୍ଛା, କଷ୍ଟ, ଦୁଃଖ, ଅଭାବକୁ ପୂରଣ କରିବା ପାଇଁ ଭଗବାନ ଆଶୀର୍ବାଦ ଦିଅନ୍ତି । ଆଉ ଭକ୍ତର ଇଚ୍ଛା ପୂରଣ ହେଲେ ଭକ୍ତ ଖୁସି ଏବଂ ସାମର୍ଥ୍ୟ ମୁତାବକ […]

Read More Text.

ବାକି ଥିବା ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୋଲିସ ପକ୍ଷରୁ ମୋଟ ୧୩୦୦ ଟି ମାମଲାର ତଦନ୍ତ ସମ୍ପୂର୍ଣ କରି ତଦନ୍ତକାରୀ ଅଫିସରମାନେ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି । ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ମାମଲାର ବାକି ରହିଥିବା ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି, ପ୍ରତି ମାସରେ ପଞ୍ଜୀକୃତ ହେଉଥିବା ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ବ ମାମଲା ଠାରୁ ଅଧିକ ମାମଲା ର ତଦନ୍ତ ପକ୍ରିୟା ସାରିବା […]

Read More Text.

ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ ଅଭାବନୀୟ ଘଟଣା । ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପଛପଟ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ପିଇଲେ ବିଷ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଛାତ୍ରଛାତ୍ରୀ ଯୁକ୍ତ ୩ର ପ୍ରଥମ ବର୍ଷର ବୋଲି ଜଣାପଡ଼ିଛି । ଗୁରୁତର ଛାତ୍ରୀ ଜଣଙ୍କ ନାଉଗାଁ କଲେଜର ହୋଇଥିବା […]

Read More Text.

ମା’ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ସମ୍ପର୍କରେରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଶକ୍ତିପୀଠ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା […]

Read More Text.

ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ପ୍ରବଳ ଗରମ ଉପରେ ବ୍ରେକ୍‌ ଲାଗିବ। ଅସହ୍ୟ ତାତିରୁ ତ୍ରାହି ମିଳିବ। ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏହା ଆସନ୍ତା ୨୪ ଘଣ୍ଟା ଯାଏଁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ରିକର୍ଭ କରି ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରି ସମୁଦ୍ରରେ ଦୁର୍ବଳ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞା‌ନ କେନ୍ଦ୍ର ଏହିଭଳି ପୂର୍ବାନୁମାନ କରିଛି। ସେହିପରି ପାଣିପାଗ ବିଭାଗ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ […]

Read More Text.

ଓଇଆରସିର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍‌ପତି ଶ୍ରୀ ଜେନାଙ୍କୁ ଓଇଆରସିର ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଇଲେକ୍‌ଟ୍ରିସିଟି ଆକ୍ଟ-୨୦୦୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ […]

Read More Text.

ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ

ଆଗରପଡ଼ା :ସ୍ଥାନୀୟ ଶୋଭନୀୟ ଶିକ୍ଷାଶ୍ରମରେ ୬୩ତମ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ ଓ ୭୮ତମ ପୂଜ୍ୟଶ୍ରୀ କୁମାରଭାଇଙ୍କ ଜନ୍ମଜୟନ୍ତୀ ଦିବସ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସରପଞ୍ଚଚ ପ୍ରକାଶ ବିଶ୍ୱାଳ,ବିଜେପି ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଶିକ୍ଷାବିତ୍ ପ୍ରୀତିଶକାନ୍ତ ଶତପଥୀ,ଭାରତ ବିକାଶ ସମିତି ଜିଲ୍ଲା ସଂପାଦକ ପ୍ରଦୀପ ପୁହାଣ,ଶିକ୍ଷାବିତ୍ ମହେନ୍ଦ୍ର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ କୁମାରଭାଇଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ । ପ୍ରାକ୍ତନ ସରପଞ୍ଚଚ ରବିନ୍ଦ୍ର ପଣ୍ଡାଙ୍କ […]

Read More Text.